ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ Photograph: (OTV)
ସ୍କୁଲ ହଷ୍ଟେଲ ପରିସରରେ ରାଗିଙ୍ଗ । ମୟୂରବଞ୍ଜ ଖୁଣ୍ଟାସ୍ଥିତ ଏକ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ। ୩ ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ନବମ ଶ୍ରେଣୀ ଛାତ୍ର ଆଣ୍ଠେଇ ରଖିଥିବା ଅଭିଯୋଗ ଉଠିଛି । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ହୋଇଛି ନିର୍ଯାତନା। ଯାହାର ଭିଡିଓ ସାମ୍ନାକୁ ଆସିଛି।
ଏପରିକି ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ ସାମ୍ନାରେ ୩ ଛାତ୍ରଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଛି। ଏପଟେ ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ରଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ଅଭିଭାବକଙ୍କୁ ଏଭଳି ହଷ୍ଟେଲ ଛାତ୍ରମାନେ କହିଛନ୍ତି । ତେବେ ଏନେଇ ସଂପୃକ୍ତ ସ୍କଲୁ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।
- ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ
- ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ସରକାରୀ ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ
- ୩ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ରଖିଲେ ନବମ ଛାତ୍ର
- ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା
- ଅଧିକ ସମୟ ଖେଳିବାକୁ ନେଇ ଛାତ୍ରମାନଙ୍କୁ ଆଣ୍ଠେଇଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/ragging-allegations-government-school-hostel-2026-02-28-21-25-43.jpg)