Advertisment

PUC Politics Heats Up: ପିୟୁସିକୁ ନେଇ ରାଜନୀତି ତୀବ୍ର, ଯୁବ କଂଗ୍ରେସ ବିକ୍ଷୋଭ, ତଣ୍ଡ କମିବାର ସଙ୍କେତ

ପଲ୍ୟୁସନକୁ ନେଇ ତେଜିଲା ପଲିଟିକାଲ ଡ୍ରାମା। ରାଜରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ। ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରିଲା। ଟାର୍ଗେଟ କଲା ବିଜେଡ। ବିରୋଧୀଙ୍କ ଉପରେ ପାଲଟା ବର୍ଷିଲେ ମନ୍ତ୍ରୀ।

PUC Politics Heats Up

ପିୟୁସିକୁ ନେଇ ରାଜନୀତି ତୀବ୍ର Photograph: (OTV)

Advertisment

ତୀବ୍ର ହେଲା ପ୍ରଦୂଷଣ ପଲିଟିକ୍ସ। ପିୟୁସି ସାର୍ଟିଫିକେଟକୁ ନେଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରିଲା ଯୁବ କଂଗ୍ରେସ। ବିଜେଡି ବି ନିଆଁରେ ଘିଅ ଢାଳି ସରକାରକୁ ଅପାରଗ ସଜାଇବାକୁ କସରତ ଲଗାଇଛି। ଏହାରି ଭିତରେ ଗ୍ରୀନ ଷ୍ଟିକର ନ ମିଳିବାରୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ବଢିଲାଣି। ଅନ୍ୟପଟେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଦୂଷଣଜନିତ ଫାଇନକୁ କମାଇବା ପାଇଁ ସରକାର ବିଚାର କରୁଛନ୍ତି।

Advertisment

ଭୁବନେଶ୍ୱରରେ ପ୍ରଦୂଷଣ ସାର୍ଟିଫିକେଟକୁ ନେଇ ଅଭିନବ ଉପାୟରେ ବିକ୍ଷୋଭ କରିଛି କଂଗ୍ରେସ। ସାଇକେଲ ଚଳାଇ ଯୁବ କଂଗ୍ରେସ ନେତା ପରିବହନ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଯାଇଥିଲେ। ପୋଲିସ ବାଧାଦେବାରୁ ଧସ୍ତାଧସ୍ତି ବି ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ଦେଖି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ୍। ତିନି ଦିନ ଭିତରେ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ ଦେଇଛି ଯୁବ କଂଗ୍ରେସ।

ବିଜେଡି ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ଯନ୍ତ୍ରଣାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛି। ଅନ୍ୟପଟେ ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଛାଟ ପଡିବା ପରେ ଅମାନିଆ ବେଶି କହୁଛନ୍ତି। ପୂର୍ବରୁ ୧୦ ହଜାର ଜରିମାନା ନିୟମ ଯେଉଁମାନେ ଲାଗୁ କରିଥିଲେ ସେମାନେ ଏବେ ବେଶି ପାଟି କରୁଛନ୍ତି ବୋଲି କହି ପୂର୍ବ ସରକାର ଉପରେ ନିଶାନା ସାଧିଛନ୍ତି ମନ୍ତ୍ରୀ।

Advertisment

ସେପଟେ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଶନିବାର ଗ୍ରୀନ୍ ଷ୍ଟିକର ମିଳିବା କଥା। କିନ୍ତୁ ଦ୍ୱିତୀୟ ଶନିବାର ପାଇଁ ଆର୍‌ଟିଓ ବନ୍ଦ ଥିବାବେଳେ ଅନେକ ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ରରେ ଗ୍ରୀନ ଷ୍ଟିକର ମିଳି ନାହିଁ। ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିନ୍ତୁ ବାଲେଶ୍ୱରର କିଛି ସ୍ଥାନରେ ଗ୍ରୀନ ଷ୍ଟିକର ଦିଆଯାଇଛି। 

ପିୟୁସିସି ଯନ୍ତ୍ରଣା ଭିତରେ ପରିବହନ ମନ୍ତ୍ରୀ କିନ୍ତୁ ଆଶ୍ୱସ୍ତିକର ଖବର ଦେଇଛନ୍ତି। କହିଛନ୍ତି କମିପାରେ ପ୍ରଦୂଷଣଜନିତ ତଣ୍ଡ। ମଧ୍ୟପ୍ରଦେଶ ଢାଞ୍ଚାରେ ଲୋକଙ୍କୁ ନ ବାଧିଲା ଭଳି ଲାଗୁ ହୋଇପାରେ ନୂଆ ଜରିମାନା ନିୟମ। ଏପରିକି ୧୦ ହଜାରରୁ କମାଇ ଦୁଇ ହଜାର ଟଙ୍କା ଫାଇନ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବିଚାର କରୁଥିବା ସେ କହିଛନ୍ତି। ସେହିପରି ମନ୍ତ୍ରୀ ପୁଣି ଦୋହରାଇ ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ ବୋଲି ବି କହିଛନ୍ତି।

Advertisment


ଏବେ ଅପେକ୍ଷା ପରିବହନ ମନ୍ତ୍ରୀଙ୍କ ତଣ୍ଡ ରିହାତି ଆଶ୍ୱାସନା କେତେ ଶୀଘ୍ର ପୂର୍ଣ୍ଣାଙ୍ଗ ରୂପରେଖ ନେଉଛି ଆଉ ସାଧାରଣ ଲୋକେ କେବେ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି।

Odisha Politics Transport Minister Pollution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ