Advertisment

DG Clarifies in Press Conference: ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି ପ୍ରଶ୍ନରେ କିଛି ସ୍ପଷ୍ଟ କଲେନି ଜେଲ୍ ଡିଜି

ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁନା ବାବଦକୁ ଟଙ୍କା ଫେରାଇବା ଘଟଣା। ପ୍ରେସ୍ ମିଟରେ ଏହାର ତଦନ୍ତ ହେବ କହିଲେ ଜେଲ୍ ଡିଜି ସୁଶାନ୍ତ ନାଥ। ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି ପ୍ରଶ୍ନରେ କିଛି ସ୍ପଷ୍ଟ କଲେନି ଜେଲ୍ ଡିଜି। ‘ମାତ୍ର ମୁଁ ଏହାକୁ ଠିକ୍ ବୋଲି କହିପାରିବିନି, ତଦନ୍ତ ହେଲେ ଜଣାପଡ଼ିବ’।

DG Clarifies in Press Conference

ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି ପ୍ରଶ୍ନରେ କିଛି ସ୍ପଷ୍ଟ କଲେନି ଜେଲ୍ ଡିଜି Photograph: (OTV)

Advertisment

ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁନା ବାବଦକୁ ଟଙ୍କା ଫେରାଇବା ଘଟଣା। ପ୍ରେସ୍ ମିଟରେ ଏହାର ତଦନ୍ତ ହେବ କହିଲେ ଜେଲ୍ ଡିଜି ସୁଶାନ୍ତ ନାଥ। ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି ପ୍ରଶ୍ନରେ କିଛି ସ୍ପଷ୍ଟ କରି ନାହାନ୍ତି ଜେଲ୍ ଡିଜି। କହିଛନ୍ତି, ମୁଁ ଏହାକୁ ଠିକ୍ ବୋଲି କହିପାରିବିନି, ତଦନ୍ତ ହେଲେ ଜଣାପଡ଼ିବ। ସୂଚନା ଅନୁସାରେ, ଇତିଶ୍ରୀ ମହାନ୍ତି ନାମକ ଜଣେ ମହିଳା ଏକ ମାମଲାରେ ଗିରଫ ହୋଇ ଚୌଦ୍ବାର ଜେଲ ଆସିଥିଲେ। 

Advertisment

ଜେଲ୍ ଯିବା ବେଳେ ପିନ୍ଧିଥିବା ସୁନା ଜେଲ୍ ଅଧୀକ୍ଷକଙ୍କୁ ଜିମା ଦେଇଥିଲେ। ତେବେ ମହିଳା ଜଣଙ୍କ ଜାମିନରେ ବାହାରିବା ପରେ ଗାଇଡଲାଇନ ଅନୁସାରେ ସମସ୍ତ ସୁନା ଅଳଙ୍କାର ଜେଲ କର୍ତ୍ତୃପକ୍ଷ ଫେରାଇବା କଥା। କିନ୍ତୁ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ଅଳଙ୍କାର ନମିଳିବାରୁ ଚୌଦ୍ବାର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। 

ଏହାସହ ଗତ ଅକ୍ଟୋବର ୨/୩ରେ ବିହାରୀ କଏଦୀ ଚମ୍ପଟ ଘଟଣାରେ ମତ ରଖିଛନ୍ତି। କହିଛନ୍ତି, ତତକାଳୀନ ଜେଲ୍ ର ରେଜିଷ୍ଟର ଠିକ୍ ଭାବେ ମେଣ୍ଟେନ କରି ନ ଥିଲେ। ସେଥିପାଇଁ ଜେଲରଙ୍କୁ ବଦଳି କରାଯାଇ ସାରିଛି, ତଦନ୍ତ ଚାଲିଛି।

Advertisment

  • ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁନା ବାବଦକୁ ଟଙ୍କା ଫେରାଇବା ଘଟଣା
  • ପ୍ରେସ୍ ମିଟରେ ଏହାର ତଦନ୍ତ ହେବ କହିଲେ ଜେଲ୍ ଡିଜି ସୁଶାନ୍ତ ନାଥ
  • ଟଙ୍କା କେଉଁ ଆକାଉଣ୍ଟରୁ ଯାଇଛି ପ୍ରଶ୍ନରେ କିଛି ସ୍ପଷ୍ଟ କଲେନି ଜେଲ୍ ଡିଜି
  • ‘ମାତ୍ର ମୁଁ ଏହାକୁ ଠିକ୍ ବୋଲି କହିପାରିବିନି, ତଦନ୍ତ ହେଲେ ଜଣାପଡ଼ିବ’
  • ଗତ ଅକ୍ଟୋବର ୨/୩ରେ ବିହାରୀ କଏଦୀ ଚମ୍ପଟ ଘଟଣାରେ ରଖିଲେ ମତ
  • ତତ୍ କାଳୀନ ଜେଲ୍ ର ରେଜିଷ୍ଟର ଠିକ୍ ଭାବେ ମେଣ୍ଟେନ କରି ନ ଥିଲେ
  • ସେଥିପାଇଁ ଜେଲରଙ୍କୁ ବଦଳି କରାଯାଇ ସାରିଛି, ତଦନ୍ତ ଚାଲିଛି
Odisha News Odisha Crime Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ