Advertisment

କରୋନାରେ କଏଦୀ ମୃତ

ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ।

କରୋନାରେ କଏଦୀ ମୃତ
Advertisment

ଭୁବନେଶ୍ୱର: ଝାରପଡ଼ା ଜେଲର ଜଣେ ବିଚାରାଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ତ୍ରିପତି ମହାନ୍ତି। ନିଶା କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ, ପରେ କଟକ ବଡ଼ ମେଡିକାଲ ଓ ତା ପରେ ତାଙ୍କୁ କଟକର କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି।

Advertisment

କରୋନା ମହାମାରୀ ଭୟରେ ଚାରିଆଡେ ତ୍ରାହିତ୍ରାହି। ତେବେ ଜନବସତିଠାରୁ ଅଲଗା ରହୁଥିବା ଜେଲ୍ ଭିତରେ ବି ଆତଙ୍କ ଖେଲାଇଲାଣି ଏହି ମହାମାରୀ। ରାଜ୍ୟର ବିଭିନ୍ନ ଜିଲ୍ଳା କାରାଗାର ଏବଂ ଉପ କାରଗାରରେ ଏବେ କରୋନା କହର ଦେଖିବାକୁ ମିଳିଲାଣି। ସଂକ୍ରମଣର ଶିକାର ହେଉଛନ୍ତି ଅନ୍ତେବାସୀ ଓ କର୍ମଚାରୀ। ସ୍ଥିତିକୁ ଦେଖି ଅନ୍ତେବାସୀଙ୍କ ସଂର୍ପକୀୟଙ୍କ ଆଶଙ୍କା ବଢିଥିବା ବେଳେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ