Advertisment

Priest Assaulted, Police Detain Four: ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ!

ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ଘଟଣା। ବେକରେ ଚପଲମାଳ ପକାଇ ବୁଲାଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ୍।

Priest Assaulted, Police Detain Four

ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ! Photograph: (OTV)

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ ଜଣେ ପାଦ୍ରୀଙ୍କୁ ଦୁର୍ବ୍ୟବହାର ସହ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ପାଦ୍ରୀଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏଇ ଘଟଣାର ଛାନଭିନ କରି ୪ ଜଣଙ୍କୁ ଅଟକ ରଖିଛି। ପାଦ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ବେକରେ ଚପଲମାଳ ପକାଇ ବୁଲାଇଥିବାର ଅଭିଯୋଗ ହୋଇଛି। 

Advertisment

ଢେଙ୍କାନାଳ ଏସପିଙ୍କ ସୂଚନା ଅନୁସାରେ ପରଜଙ୍ଗ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ପୋଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ମାମଲାରେ ୪ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିଲା ବେଳେ ଅପରାଧରେ ସଂପୃକ୍ତ ଆଉ କିଛି ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Odisha News Attack Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ