Advertisment

High Drama at Naveen Niwas: ବିଜେଡିର ପ୍ରାର୍ଥୀ ଘୋଷଣାରେ ବର୍ଷିଲେ ପ୍ରଭାତ ବିଶ୍ୱାଳ, ନବୀନ ପଟ୍ଟନାୟକଙ୍କ ସହ ପାଟିତୁଣ୍ଡ

ସଂତୃପ୍ତ ପ୍ରାର୍ଥୀ: ଅସନ୍ତୋଷ ଝାଡ଼ିଲେ ପ୍ରଭାତ। ବିଜେଡିର ପ୍ରାର୍ଥୀ ଘୋଷଣା, ବର୍ଷିଲେ ପ୍ରଭାତ। ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ପରେ ବିରୋଧ। ଗଣମାଧ୍ୟମ ସମ୍ମୁଖକୁ ଆସି କ୍ଷୋଭ ପ୍ରକାଶ କଲେ। ‘ରାତି ରାତି ଅନିଦ୍ରା ରହି ଦଳ ପାଇଁ କାମ କରିଛି’।

High Drama at Naveen Niwas

ବିଜେଡିର ପ୍ରାର୍ଥୀ ଘୋଷଣାରେ ବର୍ଷିଲେ ପ୍ରଭାତ ବିଶ୍ୱାଳ Photograph: (OTV)

Advertisment

ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ହେଉ ହେଉ ନବୀନ ନିବାସରେ ପ୍ରବଳ ହଙ୍ଗାମା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ପ୍ରଭାତ ବିଶ୍ୱାଳଙ୍କ ପାଟିତୁଣ୍ଡ। ଆଜି କିଛି ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି ନବୀନ ନିବାସରେ। ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ବକୁ ଖୋଲାଖୋଲି ବିରୋଧ କରିବା ସହ ନବୀନଙ୍କୁ ଏନେଇ ପଚାରିଛନ୍ତି ପ୍ରଭାତ। 

Advertisment

କେଉଁ ଭଳି ଆଧାରରେ ପ୍ରାର୍ଥୀ କରାଗଲା, ଦଳ ପାଇଁ ପରିଶ୍ରମ କରିଥିବା, ଲଢ଼ିଥିବା ନେତାଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି ବୋଲି ସେ ନବୀନଙ୍କୁ ପଚାରିଛନ୍ତି। ଆଉ ଦଳୀୟ ନେତାଙ୍କ ସମ୍ମୁଖରେ ନବୀନଙ୍କ ସହ ଉଚ୍ଚବାଚ ବି ହେଇଛି। ନବୀନ ବି ପ୍ରଭାତକୁ ରାଗିଯାଇ ପଚାରିଛନ୍ତି କି, 
ଏସବୁ ନିଷ୍ପତ୍ତି ନେବାକୁ ତୁମେ କିଏ? 

ଖାଲି ଏତିକି ନୁହେଁ, ନବୀନ ନିବାସରୁ ବାହାରି ବର୍ଷିଛନ୍ତି ପ୍ରଭାତ। ରାତି ରାତି ଅନିଦ୍ରା ରହି ଦଳ ପାଇଁ କାମ କରିଥିବା ନେତାଙ୍କୁ ଟିକେଟ୍ ନ ଦେଇ ଦଳର ୪ ହଜାର କୋଟି ନେଇ ଯାଇଥିବା କହି ତେର୍ଚ୍ଛା ବାଣ ମାରିଛନ୍ତି। ପ୍ରଭାତଙ୍କ ଏଭଳି ମନ୍ତବ୍ୟ ପରେ ପ୍ରଶ୍ନ ଉଠୁଛି କି ୪ ହଜାର କୋଟି ନେଲା କିଏ? କାହାକୁ ଇଙ୍ଗିତ କରୁଛନ୍ତି ପ୍ରଭାତ? ଏନେଇ ବିଜେଡି କିମ୍ବା ସଂତୃପ୍ତ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

  • ସଂତୃପ୍ତ ପ୍ରାର୍ଥୀ: ଅସନ୍ତୋଷ ଝାଡ଼ିଲେ ପ୍ରଭାତ
  • ବିଜେଡିର ପ୍ରାର୍ଥୀ ଘୋଷଣା, ବର୍ଷିଲେ ପ୍ରଭାତ
  • ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ପରେ ବିରୋଧ
  • ଗଣମାଧ୍ୟମ ସମ୍ମୁଖକୁ ଆସି କ୍ଷୋଭ ପ୍ରକାଶ କଲେ
  • ‘ରାତି ରାତି ଅନିଦ୍ରା ରହି ଦଳ ପାଇଁ କାମ କରିଛି’
  • ‘ସମସ୍ତେ ଏକାଠି ବସି ନିଷ୍ପତ୍ତି ନିଅନ୍ତୁ’
  • ରାଜ୍ୟସଭା ପ୍ରାର୍ଥୀ ଘୋଷଣା ଏକପାଖିଆ ନିଷ୍ପତ୍ତି
  • ‘ନବୀନଙ୍କୁ ଭେଟି ଏକଥା ଜଣାଇଛି’
  • ‘କିଛି ଦିନରେ ଦଳର ଟଙ୍କା ବି ହଡ଼ପ ହେଇଯିବ’
  • ପ୍ରାର୍ଥୀ ଘୋଷଣା ଭିତରେ ନବୀନ ନିବାସରେ ହାଇଡ୍ରାମା
  • ‘ପ୍ରକୃତ ନେତା ଓ କର୍ମୀଙ୍କୁ ଟିକେଟ୍ ଦିଆଯାଉ’
  • ‘ଦଳ ପାଇଁ ଘର ବାଡ଼ି, ସମ୍ପତ୍ତି ସବୁ ଦେଇ ଦେଇଛି’
  • ‘ପ୍ରକୃତ ପରିଶ୍ରମ କରିଥିବା ଲୋକଙ୍କୁ ଟିକେଟ୍ ଦିଆଯାଉ’
  • ‘୪ ହଜାର କୋଟି ଦଳରୁ ନେଇଥିବା କହି ତେର୍ଚ୍ଛା ବାଣ’
odisha bjd Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ