Puri Hospital Photograph: (OTV)
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ। ମୃତକ ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା।
ଗତ ୧୦ ତାରିଖରେ ଏକ ସନ୍ତାନ ଜନ୍ମ ଦେବା ପରେ ହସ୍ପିଟାଲରେ ମାତୃ ଓ ଶିଶୁ ଯତ୍ନ ବିଭାଗରେ ଚିକିତ୍ସାଧିନ ଥିଲେ। ହେଲେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁର ସଠିକ୍ କାରଣ ନ ଜଣାଇବା ଯାଏଁ ମୃତ ଦେହ ନେବେ ନାହିଁ ବୋଲି ପରିବାର ଲୋକ କହିଛନ୍ତି।
ଡାକ୍ତରଙ୍କ ତୁରନ୍ତ ଚିକିତ୍ସା ଅଭାବ ଯୋଗୁଁ ଝିଅର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ରକ୍ତ ନ ଦିଆଯିବା କାରଣରୁ ତାଙ୍କର ମୃତ୍ୟ ହୋଇଥାଇପାରେ। ପୋଷ୍ଟମୋର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସିଡିଏମଓ କହିଛନ୍ତି। ହସ୍ପିଟାଲରେ କୁମ୍ଭାରପଡ଼ା ଥାନା ପୋଲିସ ମୁତୟନ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/12/puri-hospital-2026-01-12-16-11-38.jpg)