Advertisment

ଡିଜିଟାଲ ଶିକ୍ଷାଦାନ ଧର୍ମକୁ ଆଖିଠାର ! ଗାଁରେ ଆସୁନି ମୋବାଇଲ ନେଟଓ୍ୱର୍କ

ପାଠ ପଢ଼ିବାକୁ ପାହାଡ଼ ଚଢ଼ିବାକୁ ପଡୁଛି ଗୋଟିଏ ମୋବାଇଲରେ ପଢୁଛନ୍ତି ୩ରୁ୪ ଜଣ ଲମତାପୁଟ, ଫୁଲବାଣୀ (ଜଗତଜୀବନ କାଚିମ୍ ଏବଂ ତ୍ରିନାଥ ସାହୁ) : କରୋନା ମହାମାରୀ ଯୋଗୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ଯେପରି ପାଠପଢାରୁ ବଂଚିତ…

ଅଦ୍ୟତନ ହୋଇଛି
ଡିଜିଟାଲ ଶିକ୍ଷାଦାନ ଧର୍ମକୁ ଆଖିଠାର ! ଗାଁରେ ଆସୁନି ମୋବାଇଲ ନେଟଓ୍ୱର୍କ

pahada-upare-network

Advertisment
  • ପାଠ ପଢ଼ିବାକୁ ପାହାଡ଼ ଚଢ଼ିବାକୁ ପଡୁଛି
  • ଗୋଟିଏ ମୋବାଇଲରେ ପଢୁଛନ୍ତି ୩ରୁ୪ ଜଣ

ଲମତାପୁଟ, ଫୁଲବାଣୀ (ଜଗତଜୀବନ କାଚିମ୍ ଏବଂ ତ୍ରିନାଥ ସାହୁ) : କରୋନା ମହାମାରୀ ଯୋଗୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ଯେପରି ପାଠପଢାରୁ ବଂଚିତ ନହେବେ, ସେନେଇ ସରକାର କରିଛନ୍ତି ଅନଲାଇନ୍ କ୍ଲାସ ବ୍ୟବସ୍ଥା । କିନ୍ତୁ ଏହି ବ୍ୟବସ୍ଥାରେ ପାଠ ପଢିବା ଗ୍ରାମାଂଚଳର ପିଲାଙ୍କ ପାଇଁ ମୁସ୍କିଲ ହୋଇପଡିଛି । କେଉଁଠି  ପାହାଡ ଉପରେ ଚଢି ନେଟଓ୍ୱର୍କ ଖୋଜା ଚାଲିଛି ତ ଆଉ କେଉଁଠି ସମ୍ବଳ ନଥିବାରୁ ଗୋଟିଏ ମୋବାଇଲ ଭରସାରେ ଏକାଧିକ ଛାତ୍ରଛାତ୍ରୀ ।

Advertisment

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦୁର୍ଗମ ବଡପେଟା ଅଂଚଳରେ ଅନଲାଇନ୍ କ୍ଲାସ ପାଇଁ ଛାତ୍ରଛାତ୍ରୀଙ୍କୁ କେତେ ଯେ କସରତ କରିବାକୁ ପଡୁଛି, ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି ।ପାହାଡ଼ ଉପରେ ପାଠ ପଢ଼ା ।  କିଏ ଗଛମୂଳେ ବସିଛି ତ ଆଉ କିଏ ପଥର ଉପରେ ବସି ଜଗିଛି । ନେଟଓ୍ୱର୍କ ଆସିଲା ମାତ୍ରେ ଅନଲାଇନ୍ ପଢା ଆରମ୍ଭ ହେଉଛି । କାରଣ ଘରେ କି ଗାଁରେ ଆସୁନି ମୋବାଇଲ ନେଟଓ୍ୱର୍କ । ଏଣୁ ବାଧ୍ୟ ହୋଇ ଗାଁଠୁ ଗୋଟେ ଦି କିଲୋମିଟର ଦୂର ପାହାଡ ଚଢି ନେଟଓ୍ୱର୍କର ଅନୁସନ୍ଧାନ କରି ଅନଲାଇନ୍ ପାଠ ପଢୁଛନ୍ତି ପିଲାଏ ।

ପୁଣି ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ନଥିବାରୁ ଗୋଟିଏ ମୋବାଇଲରେ ୩/୪ ଜଣ ଏକାଠି ପଢୁଛନ୍ତି । ଆଉ ଯାହାର ମୋବାଇଲ କିଣିବାକୁ ସମ୍ବଳ ନାହିଁ, ସେ ଘରେ ପଢୁଛି । କରୋନା ପାଇଁ ସ୍କୁଲ ଖୋଲୁନଥିବାରୁ ରାଜ୍ୟ ସରକାର ଅନଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା କଲେ, ମାତ୍ର  ନେଟଓ୍ୱର୍କ ଆସୁନଥିବାରୁ ଡିଜିଟାଲ ପାଠପଢା ଏବେ ମୁଣ୍ଡବ୍ୟଥା ପାଲଟିଛି ।

Advertisment

ସେପଟେ ଅନଲାଇନ ପଢାକୁ ନେଇ ଖୁସି ନାହାନ୍ତି କନ୍ଧମାଳ ଜିଲ୍ଲା ଅଲାମୀ ପଞ୍ଚାୟତର ତେରାଗୁଡା ଗାଁର ଛାତ୍ରଛାତ୍ରୀ ।  ଯେଉଁଠି ନେଟୱର୍କ ଅଛି, ସେଠି ଏକାଠି ହୋଇ ବିଭିନ୍ନ ଶ୍ରେଣୀର ପିଲା ଗୋଟିଏ ଫୋନରେ ପଢୁଛନ୍ତି । କିନ୍ତୁ ଗୋଟିଏ ଶ୍ରେଣୀର ଅନଲାଇନ୍ କ୍ଲାସ ବେଳେ ବାକି ଶ୍ରେଣୀର ପିଲା ପଢିପାରୁନଥିବାରୁ ଫଳପ୍ରଦ ହୋଇପାରୁନି ବ୍ୟବସ୍ଥା । ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଯେଉଁ ଅଞ୍ଚଳରେ ନେଟୱର୍କ ରହିଛି, ସେଗୁଡିକୁ କଭର କରାଯିବ । ବିଇଓ ମାନଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ