Advertisment

ଏମ୍ଏସ୍ପି ବୃଦ୍ଧି ନେଇ ତେଜିଲା ରାଜ୍ୟ ରାଜନୀତି

କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ

ଏମ୍ଏସ୍ପି ବୃଦ୍ଧି ନେଇ ତେଜିଲା ରାଜ୍ୟ ରାଜନୀତି

rice

Advertisment

ଭୁବନେଶ୍ୱର: କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ। କିନ୍ତୁ କ୍ୱିଣ୍ଟାଲ ପିଛା ମାତ୍ର ୭୨ ଟଙ୍କା ବୃଦ୍ଧି କରିଥିବାରୁ ଏହା ଚାଷୀଙ୍କୁ ପ୍ରକୃତରେ ସାହାଯ୍ୟ କରି ପାରିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କାରଣ ସବୁ ଦରଦାମ୍ ବଢୁଛି। ସେପଟେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଧାନ ଉତ୍ପାଦନ ପାଇଁ ଚାଷୀ ଯେତିକି ଖର୍ଚ୍ଚ କରୁଛି, ସେତିକି ଏମ୍ଏସ୍ପି ମିଳୁନାହିଁ। ସ୍ୱାମୀନାଥନ ରିପୋର୍ଟ ଲାଗୁ କରିବାକୁ ସେ ଦାବି କରିଛନ୍ତି। ଉଭୟ ଦଳକୁ ଜବାବ ଦେଇ ବିଜେପିର ପ୍ରଦୀପ ପୁରୋହିତ କହିଛନ୍ତି, କଂଗ୍ରେସ ଅମଳରେ ଚାଷୀମାନେ କେମିତି ସମସ୍ୟାରେ ଥିଲେ, ତାହା ସମସ୍ତଙ୍କୁ ଜଣା। ବିଜେଡିକୁ ଲକ୍ଷ୍ୟ କରି ପ୍ରଦୀପ ପୁରୋହିତ କହିଛନ୍ତି, ରାଜ୍ୟର ଚାଷୀ କେମିତି ପୁରା ଏମ୍ଏସ୍ପି ପାଇବେ। ତାହା ଦେଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ।

Advertisment

ତେବେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତା ପ୍ରକାଶ କରିଥିଲେ। ଗତକାଲି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଥିଲେ। ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭିତରେ ଅନେକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବେଳେ ଚାଷୀଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭେଟି ପ୍ରଦାନ କରାଯାଇଛି । ଏଣିକି ଧାନର ସର୍ବନିମ୍ନ ମୂଲ୍ୟ ୧୮୬୮ ନୁହେଁ ବରଂ ୧୯୪୦ ଟଙ୍କା ବୋଲି ସରକାର ନିଷ୍ପତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ