Advertisment

Political Row Erupts Over Subarnapur Collector: ସୁବର୍ଣ୍ଣପୁର ଜିଲ୍ଲାପାଳ ଦେଉଛନ୍ତି ରାଜନୈତିକ ବୟାନ; ବିଜେଡିର ନିନ୍ଦା

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବୟାନକୁ ନେଇ ଚର୍ଚ୍ଚା। ରାଜନୈତିକ ବୟାନ ଦେଉଥିବା ଅଭିଯୋଗ। ବିରୋଧୀ ଆଣିଛନ୍ତି ଅଭିଯୋଗ । ସରକାରଙ୍କୁ ସୁହାଉଥିବା ଭଳି ଭାଷଣ ଅଭିଯୋଗ। ବିଜେଡିର ଏହି ବୟାନକୁ ନେଇ ଜବାବ ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ।

Political Row Erupts Over Subarnapur Collector

ସୁବର୍ଣ୍ଣପୁର ଜିଲ୍ଲାପାଳ ଦେଉଛନ୍ତି ରାଜନୈତିକ ବୟାନ Photograph: (OTV)

Advertisment

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବୟାନକୁ ନେଇ ଚର୍ଚ୍ଚା। ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ଏକ ସଭାରେ ରାଜନୈତିକ ବୟାନ ରଖିଥିବା ଅଭିଯୋଗ ହୋଇଛି। ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରକାରକୁ ସୁହାଉଥିବା ଭଳି ଭାଷଣ ଦେଇଥିବା ଆଲୋଚନା ହେଉଛି। 

Advertisment

ଜିଲ୍ଲାପାଳଙ୍କ ଏହି ବୟାନ ମୁଖ୍ୟ ଶାସନ ସଚିବଙ୍କ ବିଫଳତା ବୋଲି କହି ନିନ୍ଦା କରିଛି ବିଜେଡି। ଯଦି ସେ ରାଜନୀତି କରିବେ ଏଥିରେ ମନା ନାହିଁ। ଚାକିରି ଛାଡି ଏହା କରନ୍ତୁ ବୋଲି କହିଛି ବିଜେଡି। ବିଜେଡିର ଏହି ବୟାନକୁ ନେଇ ଜବାବ ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ। 

ବିରଞ୍ଚି ତ୍ରିପାଠୀ କହିଛନ୍ତି, ବିଜେପି ଗଣତନ୍ତ୍ରର ବିଧି ବ୍ୟବସ୍ଥା ଅନୁସାରେ କାମ କରେ। ଅଧିକାରୀଙ୍କୁ ରାଜନୀତି କରିବାର ଘୋର ବିରୋଧୀ। କିନ୍ତୁ ବିଜେଡି ସରକାର ବେଳେ ଅଧିକାରୀମାନେ ନେତାଙ୍କ ସିସିଆର ଲେଖୁଥିଲେ । ଦଳର ଟିକେଟ ବାଣ୍ଟୁଥିଲେ ଓ ନିର୍ବାଚନ ପ୍ରଚାର କରୁଥିଲେ। ତେଣୁ ବିଜେଡି ନେତା ଏମିତି ବୟାନ ନ ଦେବା ଭଲ ବୋଲି କହିଛି ବିଜେପି। ସେପଟେ ଏ ବୟାନ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହି।

Advertisment

  • ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବୟାନକୁ ନେଇ ଚର୍ଚ୍ଚା
  • ରାଜନୈତିକ ବୟାନ ଦେଉଥିବା ଅଭିଯୋଗ
  • ବିରୋଧୀ ଆଣିଛନ୍ତି ଅଭିଯୋଗ
  • ସରକାରଙ୍କୁ ସୁହାଉଥିବା ଭଳି ଭାଷଣ ଅଭିଯୋଗ
Subarnapur Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ