Advertisment

Police SI recruitment scam: କାହିଁକି ଆଗୋଉନି ପୋଲିସ୍ SI ନିଯୁକ୍ତି ସ୍କାମ୍ ଖୋଳତାଡ଼ ? ତଦନ୍ତ ଅଟକିବାକୁ ନେଇ ଅସନ୍ତୋଷ ଝାଡ଼ିଲେ ଚାକିରି ଆଶାୟୀ

ଯଦି ରାଜ୍ୟ ସରକାର ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି, ତେବେ କାହିଁକି ଏଯାଏଁ ସିବିଆଇ ତଦନ୍ତର ନାଁ ଗନ୍ଧ ନାହିଁ ? ଯଦି ସିବିଆଇ ତଦନ୍ତ ହୁଏ, ତା’ହେଲେ ଖୋଲିବ ତ OPRBର ଗୁମର ?

SI-EXAM

SI-EXAM Photograph: (OTV)

Advertisment

ଶତାଦ୍ଦୀର ସବୁଠୁ ବଡ଼ SI ନିଯୁକ୍ତି ଦୁର୍ନୀତିର ତଦନ୍ତ କେତେବାଟ ଗଲା ? ସିବିଆଇ ତଦନ୍ତ ପାଇଁ ସରକାରୀ ସୁପାରିଶ ଓ ବିଜ୍ଞପ୍ତି ପ୍ରକାଶ ପରେ ବି କାହିଁକି ଚୁପଚାପ୍ ସମସ୍ତେ ? ଆଜି ୧୧୪ ଅଭିଯୁକ୍ତଙ୍କୁ ବି ଜାମିନ ମିଳିଗଲା। ତଥାପି ଏହି କେଳେଙ୍କାରୀର ହୋଇନି ପର୍ଦ୍ଦାଫାସ୍। ଗୋଟିଏ ପଟେ ସିବିଆଇ ତଦନ୍ତର ନାଁ ଗନ୍ଧ ନାହିଁ, ଆରପଟେ ରହସ୍ୟ ଭେଦିପାରିନି କ୍ରାଇମବ୍ରାଞ୍ଚ। ରାଜ୍ୟର ଖାକିବର୍ଦ୍ଦିକୁ ବଦନାମ୍ କରିଥିବା ଏହି ମାମଲାର ତଦନ୍ତର ଦିଗ କ’ଣ ହେବ ? ଏବେ ବଢ଼ିଛି ନାନା ଚର୍ଚ୍ଚା।...

Advertisment

ରାଜ୍ୟର ବଡ଼ ସ୍କାମ୍ କୁହାଯାଉଥିବା SI ନିଯୁକ୍ତି ଦୁର୍ନୀତି ମାମଲାର ଗତି କୁଆଡ଼େ ? ଗୋଟିଏ ପଟେ ଜାମିନ ହାତେଇଲେଣି ଅଭିଯୁକ୍ତ, ଆରପଟେ ରାଜ୍ୟ ସରକାରଙ୍କ ସିବିଆଇ ତଦନ୍ତ ସୁପାରିଶ ପରେ ବି ଗୁମସୁମ୍। ତାହାରି ଭିତରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି କେଉଁଠି, ତା’ର ଖୋଜ୍ ଖବର ବି ନାହିଁ। ଆଜିର କେବଳ ବଡ଼ ଅପଡେଟ୍ ହେଉଛି, ଗିରଫ ୧୨୩ ଅଭିଯୁକ୍ତଙ୍କ ମଧ୍ୟରୁ ୧୧୪ ଜଣ ଜାମିନ ପାଇଛନ୍ତି। 

ସେହି ୧୧୪ ଜଣ ହେଉଛନ୍ତି ଟଙ୍କା ବଦଳରେ SI ପଦବୀ ହାତେଇବା ପାଇଁ ବିଜୟନଗରମ୍ ଯାଉଥିବା ପରୀକ୍ଷାର୍ଥୀ। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୫୦ ହଜାର ଟଙ୍କା ବେଲ୍ ବଣ୍ଡ ଏବଂ ୨ ଜାମିନଦାରଙ୍କ ବଳରେ ଜାମିନ ପ୍ରଦାନ କରିଛନ୍ତି। ତା’ସହ ସର୍ତ୍ତ ବି ରଖିଛନ୍ତି ଅଦାଲତ। (1) କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ। (2) ଥାନାରେ ଯାଇ ନିୟମିତ ହାଜିରା ଦେବେ। (3) ତଦନ୍ତକାରୀ ସଂସ୍ଥାକୁ ତଦନ୍ତରେ ସହାୟତା କରିବେ। ତେବେ ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଓ ଅନ୍ୟ ୫ ଜଣ ଏଜେଣ୍ଟଙ୍କୁ ମିଶାଇ ମୋଟ ୯ ଜଣ ଏବେ ଜେଲରେ। 

Advertisment

ବ୍ରହ୍ମପୁର ପୋଲିସଠାରୁ ମାମଲାର ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ। DSP ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍। ବଣିକ୍ କୋଚିଂ ସେଣ୍ଟର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି ଏକାଧିକ ପରୀକ୍ଷା ସେଣ୍ଟରକୁ ବି କରାଯାଇଥିଲା ସିଲ୍। ଏପରିକି ବନ୍ଧା ହୋଇଥିଲେ ଅନ୍ୟତମ ମାଷ୍ଟରମାଇଣ୍ଡ ମୁନା ମହାନ୍ତି ସହ ୪ ଦଲାଲ୍। କିନ୍ତୁ ବହୁ କୋଟି ଟଙ୍କାର ଏହି କେଳେଙ୍କାରୀ ଖୁଲାସା ହେବାର ଆଜିକୁ ଠିକ୍ ମାସେ ହୋଇଗଲା।

ତଥାପି ତଦନ୍ତକାରୀ ସଂସ୍ଥା ହାତରେ ଲାଗିପାରିଲାନି କେଳେଙ୍କାରୀର କିଙ୍ଗପିନ୍ ଶଙ୍କର ପୃଷ୍ଟି। କିଏ କହୁଛନ୍ତି ବିଦେଶ ଖସି ପଳାଇଛି, କିଏ କହୁଛନ୍ତି ଦେଶ ଭିତରେ ଆତ୍ମଗୋପନ କରିଛି। ଏସବୁ ଭିତରେ ଏକାଧିକ ଆନ୍ତଃ ରାଜ୍ୟ ଦଲାଲଙ୍କ ଲିଙ୍କ୍ ସାମ୍ନାକୁ ଆସିଛି। ଯେଉଁଥିପାଇଁ ଦିଲ୍ଲୀ ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ଓ ଝାଡ଼ଖଣ୍ଡ ଯାଇ କ୍ରାଇମବ୍ରାଞ୍ଚ ଛାପା ମାରିଛି। କିନ୍ତୁ ଖୋଲିପାରିନି ଖାକି ବର୍ଦ୍ଦିକୁ ବଦନାମ୍ କରିଥିବା SI ନିଯୁକ୍ତି କେଳେଙ୍କାରୀର ମହାଗୁମର। ପରିଣାମ ସ୍ବରୂପ, ମାମଲାର ସିବିଆଇ ତଦନ୍ତ ପାଇଁ ଗତ ୨୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର।

Advertisment

ଏଠି ପ୍ରଶ୍ନ, ଯଦି ରାଜ୍ୟ ସରକାର ତଦନ୍ତ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି, ତେବେ କାହିଁକି ଏଯାଏଁ ସିବିଆଇ ତଦନ୍ତର ନାଁ ଗନ୍ଧ ନାହିଁ ? ଯଦି ସିବିଆଇ ତଦନ୍ତ ହୁଏ, ତା’ହେଲେ ଖୋଲିବ ତ OPRBର ଗୁମର ? ବିଭିନ୍ନ ସମୟରେ ଆଚ୍ଛା ଆଚ୍ଛା ରାଜନେତାଙ୍କ ସହ ମାଷ୍ଟରମାଇଣ୍ଡଙ୍କ ଲିଙ୍କ୍ ଚର୍ଚ୍ଚାକୁ ଆସିଛି। କ୍ରାଇମବ୍ରାଞ୍ଚର ତଦନ୍ତ ବି କହୁଛି, ଦୀର୍ଘ ୧୦ ବର୍ଷ ଧରି ରାଜନୈତିକ ଛତ୍ରଛାୟାରେ ସକ୍ରିୟ ଥିଲା ସିଣ୍ଡିକେଟ୍। ଏମିତି କି ବିଭିନ୍ନ ପଦପଦବୀର ନିଯୁକ୍ତି ପରୀକ୍ଷା ବି କରାଇଛନ୍ତି ଏମାନେ। ତେଣୁ ସିବିଆଇ ସାମ୍ନାକୁ ଆଣିବ ତ ସେହି ପଲିଟିକାଲ ଲିଙ୍କ ? ବଡ଼ ବଡ଼ ବାବୁ ଭାୟା ବନ୍ଧା ହେବେ ନା ତାଙ୍କ ଦ୍ବାରା ପ୍ରଭାବିତ ହେବ ତଦନ୍ତ ପ୍ରକ୍ରିୟା ? 

କ୍ରାଇମବ୍ରାଞ୍ଚ ହେଉ କି ସିବିଆଇ। ତଦନ୍ତକାରୀ ସଂସ୍ଥା ଆଗରେ ବଡ଼ ମୁଣ୍ଡବ୍ୟଥାର କାରଣ କିଙ୍ଗପିନ୍ ଶଙ୍କର ପୃଷ୍ଟି ଏବଂ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ୍। ତେବେ କେବେ ମୈଦାନକୁ ଓହ୍ଲାଇବ ସିବିଆଇ, ଏବେ ଅପେକ୍ଷା।.... 

CBI Recruitment Fraud Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ