Advertisment

Recruitment Scam Row: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା, ମୁନା ମହାନ୍ତି ସମେତ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା

ଆସନ୍ତା ଫେବୃଆରୀ ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଛି ମୁନା ମହାନ୍ତି । ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Scam

Scam Photograph: (OTV)

Advertisment

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ମୁନା ମହାନ୍ତି ସମେତ ମୋଟ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଲା। ଆସନ୍ତା ଫେବୃଆରୀ ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ ଆବେଦନ କରିଛି ମୁନା ମହାନ୍ତି । ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତଦନ୍ତର ସ୍ଥିତି ଅବଗତ କରାଇବାକୁ ସିବିଆଇକୁ ନିର୍ଦ୍ଦେଶ ରହିଛି । 

Advertisment

ବହୁଚର୍ଚ୍ଚିତ ପୋଲିସ SI ପରୀକ୍ଷା ଘୋଟାଲାରେ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ୍ ଗତ ଅକ୍ଟୋବର ମାସରେ ରେଡ୍ କରିଥିଲା। ବାଙ୍କୀ ବୈଦେଶ୍ବର ଥାନା କଳାପଥର ସ୍ଥିତ ପୈତୃକ ଘରେ ରେଡ୍ ସହ ମୁନାର ଲିଙ୍କ୍ କୁ ନେଇ ଖୋଳତାଡ଼ ଜାରି ରଖିଥିଲା କ୍ରାଇମବ୍ରାଞ୍ଚ । ମୁନାକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପୋଲିସ୍ SI ପରୀକ୍ଷାରେ କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।

ମୁନା ପରୀକ୍ଷାର୍ଥୀଙ୍କଠାରୁ ସାର୍ଟିଫିକେଟ ନେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି। ଏମିତିକି ଅଭିଯୁକ୍ତ ମୁନା ମହାନ୍ତିର ୪ଟି ଗାଡ଼ି ଜବତ କରିସାରିଛି କ୍ରାଇମବ୍ରାଞ୍ଚ । ଦଶପଲ୍ଲାରୁ ଗୋଟିଏ ଥର୍, ଗୋଟିଏ ସ୍କର୍ପିଓ ଓ ୨ଟି ହାଇଓ୍ୱା ଜବତ କରାଯାଇଛି। ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । 

Advertisment

ପୋଲିସ SI ସ୍କାମ: ଶୁଣାଣି ଘୁଞ୍ଚିଲା

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲା
ମୁନା ମହାନ୍ତି ସମେତ ୯ ଜଣଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା
ଆସନ୍ତା ଫେବୃଆରୀ ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୁନାଙ୍କ ଅନ୍ତରୀଣ ଜାମିନ ଆବେଦନ
ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ
ତଦନ୍ତର ସ୍ଥିତି ଅବଗତ କରାଇବାକୁ ସିବିଆଇକୁ ନିର୍ଦ୍ଦେଶ

Recruitment Scam Odisha Police SI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ