Advertisment

Police officer dies: ବାରହା ଘଉଡ଼ାଇବା ପଡ଼ିଲା ମହଙ୍ଗା, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଖୋର୍ଦ୍ଧା ବରୁଣେଇରେ ବାରହା କବଳରୁ ପର୍ଯ୍ୟଟକଙ୍କୁ ଉଦ୍ଧାର ଉଦ୍ୟମ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବାରହାକୁ ଘଉଡାଇବା ବେଳେ ଜଣେ ପୋଲିସ କର୍ମଚାରୀ ନିଖୋଜ ଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି ।

BARUNEI-BARHA-ATTACK

BARUNEI-BARHA-ATTACK Photograph: (OTV)

Advertisment

ଖୋର୍ଦ୍ଧା ବରୁଣେଇରେ ବାରହା କବଳରୁ ପର୍ଯ୍ୟଟକଙ୍କୁ ଉଦ୍ଧାର ଉଦ୍ୟମ ବେଳେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାରହାକୁ ଘଉଡାଇବା ବେଳେ ଜଣେ ପୋଲିସ କର୍ମଚାରୀ ନିଖୋଜ ଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଅନ୍ୟପଟେ ଫସିଥିବା ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ବାରହାକୁ ଘଉଡ଼ାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ଓ ବନ କର୍ମଚାରୀ ।

Advertisment

ହିଂସ୍ର ବାରହା ଭୟରେ ଗଛ ଉପରେ ୫ ପର୍ଯ୍ୟଟକ ଆଶ୍ରୟ ନେଇଥିଲେ ।ଜଟଣୀ ଅଞ୍ଚଳର ପାଞ୍ଚ ଜଣ ପର୍ଯ୍ୟଟକ ରବିବାର ବରୁଣେଇ ପାହାଡ଼ ଉପରକୁ ବୁଲିବାକୁ ଯାଇଥିଲେ। ପାହାଡ ଉପରେ ହଠାତ ଏକ ବାରହା ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ କିଛି ପର୍ଯ୍ୟଟକ ନିକଟରେ ଥିବା ଗଛ ଉପରେ ଚଢି ଯାଇଥିବା ବେଳେ ଆଉ କିଛି ଆହତ ହୋଇ ପାହାଡ ତଳକୁ ଆସିଥିଲେ। ସେମାନଙ୍କ ଠାରୁ ଖବର ପାଇ ବିଟ ହାଉସରେ ଥିବା ଦୁଇଜଣ କନଷ୍ଟେବଳ ଏବଂ ସ୍ଥାନୀୟ ଲୋକ ପାହାଡ ଉପରକୁ ଯାଇଥିଲେ । ହେଲେ ହିଂସ୍ର ହୋଇପଡିଥିବା ବାରହାଟି ଏମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଗୋଡାଇଥିଲା।

ଫଳରେ କିଛି ଲୋକ ପ୍ରାଣ ବିକଳରେ ଗଛ ଉପରେ ଚଢି ଯାଇଥିବା ବେଳେ ଜଣେ କନେଷ୍ଟବଳ ବାରହା ହାବୁଡରେ ପଡିଯାଇଥିଲେ। ଖବର ପାଇ ଖୋର୍ଦ୍ଧା ଏସପି,  ଡିଏଫଓଙ୍କ ସହିତ ପୋଲିସ, ଫରେଷ୍ଟ  ଓ ଅଗ୍ନିଶମ ବାହିନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ବାରହା ନିକଟକୁ ଯାଇ ପାରିନଥିଲେ । ଶେଷରେ ଅଧିକ ଫୋର୍ସ ସହିତ ଟ୍ରାଙ୍କୁଲାଇଜ ଟିମ ଯିବାପରେ ବାରାହା ଉକ୍ତ ସ୍ଥାନ ଛାଡି ପଳାଇଥିଲା। ସେଠାରୁ ଉଦ୍ଧାର କରିବାକୁ ଯାଇଥିବା କନେଷ୍ଟବଳଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଗଛ ଉପରେ ଥିବା ପାଞ୍ଚ ଜଣଙ୍କୁ  ଉଦ୍ଧାର କରାଯାଇଥିଲା । 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ