ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କଡ଼ା କାରାଦଣ୍ଡ Photograph: (OTV)
ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କଡ଼ା ଦଣ୍ଡ। ୨୦୨୪ ମସିହାରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପପୁନା ଖଣ୍ଡଗିରିକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ଫୁଲବାଣୀର ପୋକ୍ସୋ କୋର୍ଟ। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଏହା ସହିତ ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦଶ ଦେଇଛନ୍ତି କୋର୍ଟ। ସୂଚନା ଅନୁସାରେ, ୨୦୨୪ ମସିହା ଡିସେମ୍ବର ମାସ ୨୮ ତାରିଖ ରାତିରେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା ପପୁନା। ତାଙ୍କୁ ପ୍ରଥମେ ବାଲିଗୁଡ଼ା ତା’ପରେ ସେଠାରୁ ବେଙ୍ଗଲୋର ନେଇଯାଇଥିଲେ।
ତେବେ ନାବାଳିକାର ପରିବାର ଲୋକ ଏହା ଜାଣିବା ପରେ ୨୯ ତାରିଖ ଦିନ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏବଂ ପୋଲିସ ଏ ସଂକ୍ରାନ୍ତରେ ଏକ ଅପହରଣ ଓ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ଏହି ଖବର ଅଭିଯୁକ୍ତ ପପୁନା ଜାଣିବା ପରେ ସେ ନାବାଳିକାକୁ ବେଙ୍ଗଲୋରରୁ ନିଜ ଗ୍ରାମକୁ ଆଣି ଛାଡ଼ି ଚାଲିଯାଇଥିଲା।
ସାରଙ୍ଗଡ଼ ଥାନା ପୋଲିସ ଏହା ଜାଣିବା ପରେ ନାବାଳିକାକୁ ନିଜ ହେପାଜତକୁ ନେବା ସହିତ ଅଭିଯୁକ୍ତ ପପୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାରେ କୋର୍ଟ ସମସ୍ତ ସାକ୍ଷପ୍ରମାଣକୁ ଆଧାର କରି ପପୁନାକୁ ଏହି କଡ଼ା ଦଣ୍ଡାଦେଶ ଦେଇଛନ୍ତି ବୋଲି ଫୁଲବାଣୀ ପୋକ୍ସୋ କୋର୍ଟର ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/pocso-court-awards-20-years-rigorous-imprisonment-2026-01-13-18-03-32.jpg)