lootera
ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ପଛରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ହାତଥିବା ଜଣାପଡ଼ିଛି। ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ମାମଲା ଉପରୁ ପରଦା ହଟିଛି। ଅଭିଯୁକ୍ତ ଦ୍ୱୟ ହେଲେ- ପଞ୍ଜାବର ସମରଜିତ୍ ସିଂହ ଓ କେରଳର ଜାଫର ସାଦ୍ଦିକ୍।
ଆଜି ସାମ୍ବାଦିକ ସମ୍ମିଳନୀରେ ପିଏନ୍ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ନେଇ ସବିଶେଷ ତଥ୍ୟ ରଖିଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତ ମାସ ୧୦ ତାରିଖରେ ପଟିଆରେ ଥିବା ପିଏନ୍ବି ବ୍ୟାଙ୍କ ଏଟିଏମ୍ ଭିତରେ ପଶି ଗ୍ୟାସ୍ କଟର୍ରେ ଏଟିଏମ୍ ମେସିନ୍ କାଟି, ଏଥିରୁ ୨୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁଇ ଲୁଟେରା ସମରଜିତ୍ ଓ ଜାଫର। ସିସିଟିଭିରେ ଏମାନେ କଏଦ ହୋଇଥିଲେ। ପରେ ଏମାନେ ବ୍ୟବହାର କରିଥିବା ବାଇକ୍ର ସୁରାକ୍ ଖୋଜି ପୋଲିସ୍ ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା।
ଭୁବନେଶ୍ୱର ଏକ ହୋଟେଲ୍ରେ ରହି ଲୁଟ୍ର ପୂରା ଯୋଜନା ପ୍ରସ୍ତୁତ କରିଥିଲେ ୨ ଲୁଟେରା। ଗ୍ୟାସ୍ କଟର ଓ ବାଇକ୍ ଭଡ଼ାରେ ଆଣି ଏଟିଏମ୍ରୁ ଲୁଟ୍ କରିଥିଲେ। ପରେ ଭୁବନେଶ୍ୱରରୁ ଦିଲ୍ଲୀକୁ ବିମାନରେ ଯାଇଥିଲେ। ସେଠାରୁ ଚଣ୍ଡିଗଡ଼, ବେଙ୍ଗାଲୁରୁ ଏବଂ ବିଶାଖାପାଟଣାକୁ ଯାଇଥିଲେ।
ବିଶାଖାପାଟଣାରେ ସମାନ ଧରଣର ଲୁଟ୍ କରିବା ଘଟଣା ସାମ୍ନାକୁ ଆସିବା କମିଶନରେଟ୍ ପୋଲିସ୍ ଆନ୍ଧ୍ର ପୋଲିସ୍ ସହ ଯୋଗାଯୋଗ କରିଥିଲା। ଶେଷରେ ଧରାପଡ଼ିଥିଲେ ଦୁଇ ଲୁଟେରା ସମରଜିତ୍ ଓ ଜାଫର।
ଅଭିଯୁକ୍ତ ଦ୍ୱୟଙ୍କୁ ରିମାଣ୍ଡରେ ଆଣି ମାମଲାରେ ଅଧିକ ଖୋଳତାଡ଼ କରିବାକୁ କମିଶନରେଟ୍ ପୋଲିସ୍ ଯୋଜନା ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lootera_1625144958.jpg)