modi Photograph: (OTV)
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜା ଭେଟି । ଓଡ଼ିଶାର ବିକାଶ ପାଇଁ ହାତ ଖୋଲିଦେଲେ ପିଏମ । ଝାରସୁଗୁଡ଼ାରେ ୬୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୋଦି । ଯେଉଁଥିରେ ୯୭ ହଜାର ୫୦୦ରୁ ଅଧିକ ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି ।
୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ସମ୍ବଲପୁର ସିଟି-ସର୍ଲା ରେଳ ଫ୍ଲାଏଓଭର ଏବଂ ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ଶିଳାନ୍ୟାସ କରାଯାଇଛି । ଦେଶରେ ବିଏସଏନଏଲ୍ 4G ସେବା ଶୁଭାରମ୍ଭ କରିଛନ୍ତି ମୋଦି ।
ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା, ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପ୍ରକଳ୍ପର ଶୁଭାରମ୍ଭ, ୧୩୦ଟି ଓ୍ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦଘାଟନ କରିଛନ୍ତି । ଏହାସହିତ କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଡବଲିଂ ପ୍ରକଳ୍ପର ଉତ୍ସର୍ଗ କରିଛନ୍ତି ।
ବ୍ରହ୍ମପୁରରୁ ସୁରତ ଯାଏଁ ଅମୃତ ଭାରତ ଟ୍ରେନ୍ ସେବାର ଶୁଭାରମ୍ଭ କରିବା ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ମଞ୍ଜୁରିପତ୍ର ପ୍ରଦାନ କରିଛନ୍ତି ପିଏମ୍ । ସେହିଭଳି ଭିମସାର ଓ ଏମକେସିଜି ମେଡିକାଲ କଲେଜର ଉନ୍ନତୀକରଣ ମାଷ୍ଟରପ୍ଲାନ ଲୋକାର୍ପଣ କରିଛନ୍ତି ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/modi-2025-09-27-12-21-29.jpg)