Advertisment

ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ, ପାସ୍‌ ହାର ୭୦.୨୧%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା +୨ ବିଜ୍ଞାନ ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର ହୋଇଛନ୍ତି।  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ଅଛନ୍ତି।   ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ […]

ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା +୨ ବିଜ୍ଞାନ ରେଜଲ୍ଟ, ପାସ୍‌ ହାର ୭୦.୨୧%

results announced

Advertisment

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଜୁପିଟର ସାଇନ୍ସ କଲେଜର ଛାତ୍ର ସୁଦୀପ ସୁଦର୍ଶନ ରଣା +୨ ବିଜ୍ଞାନ ଟପ୍ପର ହୋଇଛନ୍ତି। ସେ ମୋଟ ୬୦୦ରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର ହୋଇଛନ୍ତି।  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ ୫୬୬ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ଅଛନ୍ତି।  

Advertisment

ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତ ବର୍ଷ ବିଜ୍ଞାନରେ ୯୭, ୩୭୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୮, ୩୭୪ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ରେଜଲ୍ଟ  www.orissaresults.nic.in ୱେବ୍‌ସାଇଟ୍‌ରେ ଜାଣିପାରିବେ।

  • ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୩୮, ୩୦୧ (୩୯%)
  • ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୩୦, ୦୭୩ (୩୧%)
  • ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୨୫, ୩୩୯ (୨୬%)
  • ୨ୟ ଶ୍ରେଣୀ- ୨୪, ୧୨୧ (୨୪.୮%), ୩ୟ- ୧୮, ୨୬୮ (୧୯%)
Advertisment

ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୭ ହଜାର ୩୭୭ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିଲେ। 

ଲକ୍‌ଡାଉନ୍‌ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା ସୃଷ୍ଟି ହୋଇଥିଲା।

Advertisment

ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Odisha Plus Two Science Results Plus 2 Science Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ