Advertisment

ନିର୍ଦ୍ଧାରିତ‌ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ନେଇ ତତ୍ପରତା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି। ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ(ପ୍ରତି ଶନିବାର ଓ ରବିବାର) ସଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା […]

ନିର୍ଦ୍ଧାରିତ‌ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ନେଇ ତତ୍ପରତା

exam

Advertisment

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶରେ ଯେପରି ବାଧା ନ ଉପୁଜିବ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁନ୍ ୧ରୁ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହୋଇଥିଲେ ବି କରୋନା ଲାଗି ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଥିବାରୁ ଏହା ପ୍ରଭାବିତ ହେଉଛି।

Advertisment

ଖାତା ଦେଖା କେନ୍ଦ୍ରକୁ ସପ୍ତାହାନ୍ତ(ପ୍ରତି ଶନିବାର ଓ ରବିବାର) ସଟଡାଉନ୍‌ କଟକଣାରୁ ବାହାରେ ରଖିବା ଲାଗି ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ମୂଲ୍ୟାଙ୍କନ ପ୍ରକ୍ରିୟାକୁ ନିରନ୍ତର ରଖିବା ଲାଗି ମୂଲ୍ୟାୟନ କେନ୍ଦ୍ରକୁ ସପ୍ତାହାନ୍ତ ସଟଡାଉନ୍‌ ବେଳେ ଖୋଲା ରଖିବା ଲାଗି ଅନୁମତି ଦେବାକୁ ଚିଠିରେ କୁହାଯାଇଛି। ଏହାସହ ମୂଲ୍ୟାୟନରେ ସଂପୃକ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହେବ ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଅନ୍ୟପକ୍ଷେ, ଯୁକ୍ତ ୨ ବାର୍ଷିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ଅଧାରୁ ଅଧିକ ମୂଲ୍ୟାୟନକାରୀ ଶିକ୍ଷକ ଅନୁପସ୍ଥିତ ଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକାଶ କରିଛି। ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେବା ଆଶଙ୍କା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। କୌଣସି ଯଥାର୍ଥ କାରଣ ନ ଥିଲେ CHSE ଅନୁମୋଦିତ ମୂଲ୍ୟାୟନକାରୀଙ୍କୁ ପରୀକ୍ଷା ଖାତା ଦେଖିବାକୁ ପଠାଇବା ପାଇଁ ସମସ୍ତ କଲେଜର ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ