Advertisment

ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହେଲେ ଅଭିଷେକ: ସାହାଯ୍ୟ କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଅର୍ଥ ଅଭାବରୁ ହଁ ନାଇଁ ଭିତରେ ଶେଷରେ ଭୁବନେଶ୍ୱରରୁ କୋଲକାତାକୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହୋଇଛନ୍ତି କରୋନାରେ ଗୁରୁତର ହୋଇପଡ଼ିଥିବା ଅଭିଷେକ ମହାପାତ୍ର।

ଅଦ୍ୟତନ ହୋଇଛି
ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହେଲେ ଅଭିଷେକ: ସାହାଯ୍ୟ କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

abhisekh

Advertisment

ଭୁବନେଶ୍ୱର: ଅର୍ଥ ଅଭାବରୁ ହଁ ନାଇଁ ଭିତରେ ଶେଷରେ ଭୁବନେଶ୍ୱରରୁ କୋଲକାତାକୁ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟିଂ ହୋଇଛନ୍ତି କରୋନାରେ ଗୁରୁତର ହୋଇପଡ଼ିଥିବା ଅଭିଷେକ ମହାପାତ୍ର। ଆଗକୁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର। ଏଥିପାଇଁ ପରିବାର ଲୋକଙ୍କ ନିବେଦନକୁ ଦେଖି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଜାରି ରହିଛି ସହଯୋଗ। ଭଦ୍ରକ ଜିଲ୍ଲା ପ୍ରଶାସନ ବି ଦେଇଛି ସହାୟତା। ଏପଟେ ନିଜ ଶଙ୍ଖା ସିନ୍ଦୁର ଅକ୍ଷୁର୍ଣ୍ଣ ରଖିବାକୁ ହେଲେ ଅଧିକ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି ଅଭିଷେକଙ୍କ ପତ୍ନୀ ମୌସୁମୀ।

Advertisment

ହଁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ଛଡ଼ା କଣ ବା ଆଉ ବଡ଼ ବାଟ ଅଛି, ନବବିବାହିତା ମୌସୁମୀଙ୍କ ପାଖରେ ରାତି ପାହିଲେ ସାବିତ୍ରୀ ଓଷା। ଯେଉଁଠି ସ୍ୱାମୀଙ୍କ ମଙ୍ଗଳ ମନାସୀ ବିବାହର ପ୍ରଥମ ବର୍ଷରେ ଖୁସିରେ ବ୍ରତ ପାଳିବା କଥା, ସେଠି କିନ୍ତୁ ଯମ ଦୁଆରୁ ତାଙ୍କୁ ଫେରାଇ ଆଣିବାକୁ ମେଡିକାଲ ଦୁଆରେ ଚାଲିଛି ସଂଘର୍ଷ। ନିଜ ଶଙ୍ଖା, ସିନ୍ଦୁରକୁ ଅକ୍ଷୁର୍ଣ୍ଣ ରଖିବା ଆଶାରେ ଅନ୍ତିମ କିରଣ ସାଜିଥିବା ପ୍ରାଣରକ୍ଷକ ECMO ଚିକିତ୍ସା ପାଇଁ ଆଜି ତାଙ୍କ ସ୍ୱାମୀ ଅଭିଷେକଙ୍କୁ କୋଲକାତାକୁ କରାଯାଇଛି ଏୟାରଲିଫ୍ଟିଂ। ଅପରାହ୍ନ ପ୍ରାୟ ୨ଟା ୫୦, ଗୁରୁତର ଅଭିଷେକଙ୍କୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଧରି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଏୟାରପୋର୍ଟ ମୁହାଁ ହୋଇଥିଲା। ଜୟଦେବ ବିହାର, ରାଜଭବନ ଦେଇ ଗ୍ରୀନ୍ କରିଡରରେ ବିମାନ ବନ୍ଦରରେ ପହଞ୍ଚିଲା ଆମ୍ବୁଲାନ୍ସ।

ସେପଟେ ପୂର୍ବରୁ ପ୍ରସ୍ତୁତ ରହିଥିବା ଏୟାର ଆମ୍ବୁଲାନ୍ସରେ ୫ରୁ ୧୦ ମିନିଟ୍ ଭିତରେ କୋଲକାତା ଅଭିମୁଖେ କରାଯାଇଥିଲା ଏୟାରଲିଫ୍ଟି। ଚିନ୍ତାର କଥା, ମାତ୍ର ୩୫ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ସଂସାର ଆରମ୍ଭ କରିଥିଲେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର, ହେଲେ ବୈବାହିକ ଜୀବନ ଆରମ୍ଭରୁ ମହାମାରୀ ପଞ୍ଝାରେ ପଡ଼ି ଜୀବନମରଣ ସହ ଲଢୁଛନ୍ତି।

Advertisment

ଏପଟେ ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ରେ ପ୍ରାଣପଣେ ଲାଗିଛନ୍ତି ପତ୍ନୀ। ମୌସୁମୀଙ୍କ ସହ ପୁରା ପରିବାର ଓ ସାଙ୍ଗସାଥୀ ଏୟାରଲିଫ୍ଟିଂ ପାଇଁ ଅର୍ଥ ଅଭାବରୁ ପ୍ରଥମେ ସଡ଼କ ପଥରେ ଅଭିଷେକଙ୍କୁ କୋଲକାତା ନେବାକୁ ଚିନ୍ତା କରୁଥିଲେ। ହେଲେ ଡାକ୍ତର ବାରଣ କରିବାରୁ ଶେଷ ମୁହୂର୍ତ୍ତରେ ଟଙ୍କା ଯୋଗାଡ଼ କରି ଏୟାର ଆମ୍ବୁଲାନ୍ସରେ ନିଆଯାଇଛି। ତେବେ ଆଗକୁ ଅଭିଷେକଙ୍କ ECMO ଚିକିତ୍ସା ପାଇଁ ଆବଶ୍ୟକ ପ୍ରାୟ କୋଟିଏରୁ ଅଧିକ ଟଙ୍କା। ତେଣୁ ଏଥିପାଇଁ ସାହାଯ୍ୟ ମାଗି ଚାଲିଛନ୍ତି ପତ୍ନୀ ମୌସୁମୀ। ଡାକ୍ତର ବି ଧୈର୍ଯ୍ୟର ସହ ଚିକିତ୍ସା ବିଜ୍ଞାନ ଉପରେ ଭରସା ରଖିବାକୁ କହିଛନ୍ତି।

ସୂଚନା ଅନୁସାରେ ଅଭିଷକଙ୍କୁ କେବଳ କୋଲକାତା ଏୟାରଲିଫ୍ଟିଂ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୨୦ଲକ୍ଷରୁ ଅଧିକ ଟଙ୍କା। ଆଗକୁ ସେଠି ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ECMO ଚିକିତ୍ସା ପାଇଁ ଦୈନିକ ୨ରୁ ୩ ଲକ୍ଷ ଟଙ୍କା ଦରକାର। କେତେ ଦିନ ଚିକିତ୍ସା ଚାଲିବ ସେ କଥା ବି କେହି ଜାଣନ୍ତିନି। ଏଣେ ଅଭିଷେକଙ୍କୁ ସହାୟତା ପାଇଁ ପରିବାର ଲୋକଙ୍କ ନିବେଦନ ପରେ ବହୁ ସାମାଜିକ କର୍ମୀ, ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ଜାରି ରହିଛି ଆର୍ଥିକ ସହାୟତା। ରାଜଧାନୀର ଜଣାଶୁଣା ସମାଜସେବୀ ଅମୀୟ ଦାସ ଅଭିଷେକଙ୍କ ଚିକିତ୍ସା ଲାଗି ଏକାକୀ ଦେଇଛନ୍ତି ୪ଲକ୍ଷ ଟଙ୍କା। ସେହିପରି କଟକ ମାଲଗୋଦାମ ବଣିକ ସଂଘ ପକ୍ଷରୁ ଆଜି ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଅଭିଷେକଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଦିଆଯାଇଥିବା ସୂଚନା ଦିଆଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ