ଡାକ୍ତରଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ରାସ୍ତାରୋକ Photograph: (OTV)
ଡାକ୍ତରଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ। ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ। ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ତରିକୁନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ବିପ୍ଲବ ଜେନାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ବିଧାୟକ ଡାକ୍ତରଙ୍କୁ ଧମକ ଦେବା ସହ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ଭୟରେ ଡାକ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନଥିବାରୁ ତିର୍ତ୍ତୋଲ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କୁ ବିରୋଧ କରି ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତରିକୁନ୍ଦ ବଜାର ଠାରେ ରାସ୍ତା ରୋକ କରାଯାଇଛି।
ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଛି। ଅନ୍ୟପକ୍ଷରେ ଅଭିଯୋଗକୁ ବିଧାୟକ ଅସ୍ୱୀକାର କରିବା ସହ ଡାକ୍ତରଙ୍କୁ କୌଣସି ଅଶାଳୀନ ବ୍ୟବହାର କରି ନଥିବା କହିଛନ୍ତି।
- ଡାକ୍ତରଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ରାସ୍ତାରୋକ
- ଜଗତସିଂହପୁର ତରିକୁନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା
- ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ
- ତିର୍ତ୍ତୋଲ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ନାଁରେ ଅଭିଯୋଗ
- ଡାକ୍ତରଙ୍କୁ ଧମକ ଦେବା ସହ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/national-highway-blocked-over-doctors-safety-concern-2026-02-03-19-01-32.jpg)