Advertisment

Wife Attacked by Husband: ସ୍ତ୍ରୀର ଚରିତ୍ରକୁ ସନ୍ଦେହ; ଟାଙ୍ଗିଆରେ ହାଣିଲା ସ୍ୱାମୀ

ସାତ ଜନମ ସାଥି ହୋଇ ରହିବା ପାଇଁ ଯିଏ କଥା ଦେଇଥିଲା ସେଇ ହେଲା ସାତ ପର। ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ଵାମୀ। ପାରାଦୀପ ସିନେମା ହଲ୍ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Wife Attacked by Husband

ସ୍ତ୍ରୀର ଚରିତ୍ରକୁ ସନ୍ଦେହ; ଟାଙ୍ଗିଆରେ ହାଣିଲା ସ୍ୱାମୀ Photograph: (OTV)

Advertisment

ସାତ ଜନମ ସାଥି ହୋଇ ରହିବା ପାଇଁ ଯିଏ କଥା ଦେଇଥିଲା ସେଇ ହେଲା ସାତ ପର। ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ଵାମୀ।

Advertisment

ପାରାଦୀପ ସିନେମା ହଲ୍ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଠରବାଙ୍କି ହସ୍ପିଟାଲରେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ସ୍ତ୍ରୀକୁ ହାଣିବା ପରେ ସ୍ଵାମୀ ଫେରାର ହୋଇଯାଇଛନ୍ତି।
ସୂଚନା ମୁତାବକ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିୟମିତ ମାଡ ମାରୁଥିଲା ସ୍ୱାମୀ ଟୁକୁନା ମଲିକ। ସବୁବେଳେ ନିଶାସକ୍ତ ରହୁଥିଲା। ସ୍ୱାମୀର ଅତ୍ୟାଚାର ଆଉ ସହି ଲେଲାନି। ଏନେଇ ଶନିବାର ସକାଳୁ ବାପଘରକୁ ଚାଲିଯିବାକୁ ବାହାରିଥିଲା ସ୍ତ୍ରୀ। ଏହାକୁ ନେଇ ଉଭୟଙ୍କ ମଧ୍ୟ ଝଗଡା ହୋଇଥିଲା। 

ଶେଷ ଝଗଡା ନେଲା ଉଦ୍ର ରୂପ। ଉତ୍ତ୍ୟକ୍ତ ହୋଇ ସ୍ଵାମୀ ଏକ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଯାଜପୁର ଅଞ୍ଚଳର ଏହି ସ୍ଵାମୀ-ସ୍ତ୍ରୀ ପାରାଦୀପରେ ଭଡାରେ ରହୁଥିଲେ। ସ୍ଵାମୀ ଟୁକୁନା ମଲିକ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏହି ଘଟଣାକୁ ପୁଲିସର ତନାଘନା କରୁଛି।

Advertisment
Domestic Violence Paradip Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ