OLA Photograph: (OTV)
ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ବିରୋଧୀଙ୍କ ହୋହଲ୍ଲାରୁ ଚାଲିପାରିଲାନି ଗୃହ। ଗୃହରେ ଧାନ ରଖି ହଟ୍ଟଗୋଳ କଲେ ବିରୋଧୀ।
ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ। ନାରାବାଜି ସହ ଗୃହରେ ଧାନ ରଖି ବିରୋଧୀ ହୋହଲ୍ଲା କରିଥିଲେ।
ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଥିଲେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ। ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ପ୍ରତିବାଦ ଜଣାଇଥିଲେ ବିରୋଧୀ ସଦସ୍ୟ। ହୋହଲ୍ଲା ଓ ହଙ୍ଗାମାରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ଏବଂ ଆସନ୍ତାକାଲି ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ରହିଛି।...
ଗୃହରେ ଧାନ ରଖି ବିରୋଧୀଙ୍କ ହଟ୍ଟଗୋଳ
ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
ଧାନମଣ୍ଡି ସମସ୍ୟାକୁ ନେଇ ବିଜେଡି ଓ କଂଗ୍ରେସର ପ୍ରତିବାଦ
ନାରାବାଜୀ ସହ ଗୃହରେ ଧାନ ରଖି ବିରୋଧୀଙ୍କ ହୋହଲ୍ଲା
ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ
ରିପୋର୍ଟର ଟେବୁଲ ଉପରେ ଧାନ ଥୋଇ ପ୍ରତିବାଦ ଜଣାଇଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/ola-2026-02-18-11-55-09.jpg)