Sanjibani
ଆଠଗଡ଼(ନୀଳକଣ୍ଠ ଦୋରା): ସାରା ଦେଶରେ ଚମକିଲେ ଆଠଗଡ଼ର ଝିଅ। ଓଡିଶାକୁ ପ୍ରତିନିଧିତ୍ୱ କରି ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଗତ ଫେବୃଆରୀ ୨୦ ତାରିଖରେ ଅନଲାଇନ ମାଧ୍ୟମରେ ଏହି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଚାରକମାନଙ୍କ ସମସ୍ତ ଟାସ୍କ ପୂରଣ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲ ପର୍ଯ୍ୟାୟରେ ସେ ବିଚାରପତିମାନଙ୍କୁ ନିଜର ବ୍ୟକ୍ତିତ୍ଵ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରଭାବିତ କରି ଦ୍ଵିତୀୟ ରନର୍ସ ଅପ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।ଏଥି ପୂର୍ବରୁ ସେ ଓଡ଼ିଶା କୁଇନ୍, ଡାଇମଣ୍ଡ କୁଇନ୍ ରେ ଦ୍ୱୀତିୟ ରନର୍ସ ଅପ୍, ନିଆରା କୁଇନ୍ ରେ ପ୍ରଥମ ରନର୍ସ ଅପ୍, ଓମେନ୍ ଆଚିଭର ଆଓ୍ଵାର୍ଡ, ମ୍ୟାଜିକ୍ ବୁକ୍ ଅଫ୍ ରେକର୍ଡସର ମଲ୍ଟି ଟାଲେଣ୍ଟେଡ୍ ସାଇନିଂ ଷ୍ଟାର ଭଳି ଅନେକ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଜେତା ହୋଇଥିବା କହିଛନ୍ତି।
ଆଠଗଡ ଅଞ୍ଚଳର ମା ନିର୍ମଳା ଦାସ ଓ ବାପା ସନ୍ତୋଷ କୁମାର ଦାସଙ୍କ କନ୍ୟା ସଞ୍ଜିବନୀ ବର୍ତ୍ତମାନ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ନିଜର ସ୍ନାତକ ପାଠପଢା ସହିତ ମଡେଲିଂ ଜାରିରଖିଛନ୍ତି। ଏହି ମଡେଲିଂ ତାଙ୍କର ନିଶା ବୋଲି କହିବା ସହ ଓଡିଶାରୁ ଯଦି ସୁଯୋଗ ମିଳେ ସେ ଆହୁରି ଆଗକ ଯିବେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଜଣେ ସାଧାରଣ ପରିବାରରୁ ଆସି ମଡେଲିଂର କୌଣସି ସୁବିଧା ନଥିବା ସତ୍ୱେ ନିଜସ୍ୱ ଈଚ୍ଛା ଓ ଉଦ୍ୟମ ଯୋଗୁଁ ଶୀର୍ଷରେ ପହଞ୍ଚିଛନ୍ତି। ଯଦି ଓଡିଶାରେ କୌଣସି ସୁଯୋଗ ସହ ସୁବିଧା ମିଳେ ସେ ଓଡିଶାର ନାଁ ରଖିବା ସହ ଅନେକ କୃତିତ୍ୱ ହାସଲ କରିପାରିବେ ବୋଲି ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error622_1625123115.jpg)