accident
ବଲାଙ୍ଗୀର( ଅନ୍ତିମ ପାଣିଗ୍ରାହୀ) : ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ । ଭାରସାମ୍ୟ ହରାଇ ଶାଗୁଆନ ଗଛରେ ପିଟି ହେଲା ବାଇକ୍ । ଫଳରେ ନାବାଳକ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇ ହୋଇଥିବା ବେଳେ ଓ ତାଙ୍କ କକା ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା କୁମ୍ଭାରୀ ଗ୍ରାମର ସମ୍ପଦ ମାଝୀ କୌଣସି କାମ ଥିବାରୁ କଣ୍ଟାବାଞ୍ଜି ଥାନା ଘନାମହୁଲ ଗ୍ରାମକୁ ଆସିଥିଲେ । କାମ ଶେଷ ହେବା ପରେ ଘନାମହୁଲ ଗାଁର ମନୋଜ ମାଝୀ(୧୭ ବର୍ଷ ) ତାଙ୍କ କାକା ବୈଶାଖୁ ମାଝୀ ଉଭୟେ ମିଶି ସମ୍ପଦ ମାଝିଙ୍କୁ ତାଙ୍କ ଘରେ ଛାଡିବା ପାଇଁ ବାଇକ୍ ଯୋଗେ ବାହାରିଥିଲେ । ଦୁଇ କାକା ଓ ପୁତୁରା ସମ୍ପଦ ମାଝୀଙ୍କୁ ତାଙ୍କ ଗାଁରେ ଛାଡି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଏକ ଶାଗୁଆନ ଗଛରେ ପିଟି ହୋଇଯାଇଥିଲା ବାଇକ । ଫଳରେ ଘଟଣା ସ୍ଥଳରେ ହିଁ ପୁତୁରା ମନୋଜଙ୍କ ମୃତ୍ୟୁ ହୋଇଥିବା ବେଳେ କାକା ବୈଶାଖୁ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଗତ ଦୁଇ ଦିନ ହେଲା ଲଘୁଚାପ ଯୋଗୁଁ ଝିପି ଝିପି ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇ ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ହସ୍ପିଟାଲକୁ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ମୃତଦେହ କରିଥିବା ଜଣାପଡିଛି । ଏ ସମ୍ପର୍କରେ ମୁରିବାହାଲ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident-3_1623663227.jpg)