Advertisment

Suspicious Death Odisha: ଗୋଟିଏ ମାସ ପରେ ବରଯାତ୍ରୀ ନେଇ ଯାଇଥାନ୍ତେ, ହୋଇଗଲେ ସ୍ୱର୍ଗ ଯାତ୍ରୀ

ଠିକ ଗୋଟିଏ ମାସ ପରେ ବାହାଘର ହୋଇଥାନ୍ତା। ବର ସାଜିଥାନ୍ତେ ୩୦ ବର୍ଷୀୟ ଯୁବକ ଯଜ୍ଞେଶ୍ୱର। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ହାତ ଧରିବା ଆଗରୁ ଛାଡିଦେଲେ ଯଜ୍ଞେଶ୍ୱର। ବରଯାତ୍ରୀରେ ଯିବା ଆଗରୁ, ସ୍ୱର୍ଗଯାତ୍ରୀ ହୋଇଗଲେ।

Suspicious Death Odisha

ଗୋଟିଏ ମାସ ପରେ ବରଯାତ୍ରୀ ନେଇ ଯାଇଥାନ୍ତେ, ହୋଇଗଲେ ସ୍ୱର୍ଗ ଯାତ୍ରୀ Photograph: (OTV)

Advertisment

ଠିକ ଗୋଟିଏ ମାସ ପରେ ବାହାଘର ହୋଇଥାନ୍ତା। ବର ସାଜିଥାନ୍ତେ ୩୦ ବର୍ଷୀୟ ଯୁବକ ଯଜ୍ଞେଶ୍ୱର। ନିମନ୍ତ୍ରଣ ପତ୍ର ବଣ୍ଟା ବି ଆରମ୍ଭ ହୋଇଯାଇଥିଲା। କେବଳ ଅପେକ୍ଷା ଥିଲା ଫେବୃୟାରୀ ୫ ତାରିଖ। ସେଦିନ ହାତରୁ ଦି’ହାତ ହୋଇଥାନ୍ତେ ଯଜ୍ଞେଶ୍ୱର। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ହାତ ଧରିବା ଆଗରୁ ଛାଡିଦେଲେ ଯଜ୍ଞେଶ୍ୱର। ବରଯାତ୍ରୀରେ ଯିବା ଆଗରୁ, ସ୍ୱର୍ଗଯାତ୍ରୀ ହୋଇଗଲେ।

Advertisment

ଶନିବାର ସକାଳୁ ସକାଳୁ ତୁଷୁରା ଅଂଚଳ ହୋଇଯାଇଥିଲା ହଲଚଲ। ନିକଟରେ ଥିବା ତେଲ ନଦୀ ବ୍ରୀଜ ତଳୁ ଉଦ୍ଧାର ହୋଇଥିଲା ଜଣେ ଯୁବକର ରକ୍ତ ଜୁଡୁବୁଡୁ ଶବ। ଖବର ପାଇ ଶବ ଜବତ କଲା ପୋଲିସ। କିନ୍ତୁ ବ୍ରୀଜ ଉପରେ ଥିଲା ମୃତ ଯୁବକଙ୍କ ବାଇକ। 

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଲା, ତୁଷୁରାଥାନା ଦେଉଳଗୁଡି ଗାଁର ଯୁବ ବ୍ୟବସାୟୀ ଯଜ୍ଞେଶ୍ୱର ଥନାପତି। ଗତ ୨ ତାରିଖ ସନ୍ଧ୍ୟାରେ ଯାତ୍ରା ଦେଖିବାକୁ କହି ଘରୁ ବାହାରିଥିଲେ ଯଜ୍ଞେଶ୍ୱର। ରାତିରେ ବାପା ଫୋନ କରିବାରୁ, ଯଜ୍ଞେଶ୍ୱର ଜବାବ ଦେଇ କହିଥିଲେ, କବାଟ ଖୋଲା ରଖିଥିବ, ମୁଁ ବିଳମ୍ବିତ ରାତିରେ ଫେରିବି। କିନ୍ତୁ ଆଉ ଫେରି ନଥିଲେ ଯଜ୍ଞେଶ୍ୱର। 

Advertisment

ତେବେ ଅଧାରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବ୍ରୀଜ ଉପରେ ମୋଟର ସାଇକେଲ ଦେଖି, ସନ୍ଦେହ କରିଥିଲା ତୁଷୁରା ପୋଲିସ। ଏହା ପରେ ପୋଲ ତଳୁ ଯଜ୍ଞେଶ୍ୱରଙ୍କ ମୃତ ଦେହକୁ ଜବତ କରିଥିଲା ପୋଲିସ। ପ୍ରାଥମିକ ତଦନ୍ତରୁ ପୋଲିସର ସୂଚନା ଏହା ଆତ୍ମହତ୍ୟା ହୋଇଥାଇପାରେ! କିନ୍ତୁ ପରିବାର ଲୋକଙ୍କ ରୋକଠୋକ ଅଭିଯୋଗ, ଏହା ଯୋଜନାବଦ୍ଧ ହତ୍ୟା। 

ତେବେ ସେ ଘଟଣା ଯାହା ହେଉନା କାହିଁକି, ଯଜ୍ଞେଶ୍ୱରଙ୍କ ମୃତ୍ୟୁ କେବଳ ତାଙ୍କ ନିଜ ପରିବାର ନୁହେଁ, ଆଉ ଏକ ପରିବାରକୁ ବି ଛାରଖାର କରିଦେଇଛି। 

Advertisment

                             
ତେବେ ୨ ତାରିଖ ରାତିରେ ଯଜ୍ଞେଶ୍ୱର ତେଲନଦୀ ଉପରୁ ନିଜ ଭାବୀପତ୍ନୀଙ୍କ ସହିତ ଭିଡିଓ କଲରେ କଥା ହୋଇଥିଲେ। ଭାବିପତ୍ନୀଙ୍କ ସୂଚନା ଅନୁଯାୟୀ, ସେ ଯଜ୍ଞେଶ୍ୱରଙ୍କୁ ରାତିରେ ଫୋନ କରିଥିଲେ। ଯଜ୍ଞେଶ୍ୱର କହିଲେ, ମୁଁ ଯାତ୍ରା ଦେଖିବାକୁ ଆସିଛି। ଯଜ୍ଞେସ୍ୱର ଭାବିପତ୍ନୀଙ୍କୁ କହିଲେ, ‘ମୁଁ ଭିଡିଓ କଲରେ ତୁମକୁ ଟିକେ ଦେଖିବି’।  ଭାବିପତ୍ନୀଙ୍କୁ ଶେଷଥର ପାଇଁ ଭିଡିଓ କଲ କଲେ, ଯଜ୍ଞେଶ୍ୱର। 

ଅନ୍ଧାରୁଆ ଜାଗାରେ ଯଜ୍ଞେଶ୍ୱରଙ୍କୁ ଦେଖି, ଏତେ ରାତିରେ ଅନ୍ଧାରରେ କ’ଣ କରୁଛ ବୋଲି ପଚାରିଥିଲେ ଭାବୀପତ୍ନୀ। ଏମିତି ଟିକିଏ ଆସିଛୁ ବୋଲି କହି, ଫୋନ କଟିବା ଆଗରୁ, ଯଜ୍ଞେଶ୍ୱର କ୍ଷେତ୍ର.... କ୍ଷେତ୍ର, ବୋଲି ଆଉ ଜଣେ କାହାକୁ ଡାକୁଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ, ଏ କ୍ଷେତ୍ର ଜଣକ କିଏ...? କାହିଁକି ଓ କ’ଣ ପାଇଁ, କ୍ଷେତ୍ର ସହିତ ଏତିକି ରାତିରେ ତେଲନଦୀ ପୋଲ ଉପରକୁ ଯାଇଥିଲେ ଯଜ୍ଞେଶର? ଘଟଣାର ଦୁଇଦିନ ବିତିଯାଇଥିଲେ ବି ମୋବାଇଲ ଫୋନକୁ ଜବତ କରିପାରିନି ପୋଲିସ। ତେଣୁ ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ? ମୋବାଇଲ ଖୋଲିପାରେ ମୃତ୍ୟୁର ରହସ୍ୟ।

Bolangir Odisha Crime Suspicious Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ