Advertisment

NW-5 Will Reduce Truck Traffic and Pollution: ବ୍ରାହ୍ମଣୀ ନଦୀରେ ଜାହାଜରେ ହେବ ଖଣିଜ ପରିବହନ; ବାସ୍ତବ କାର୍ଯ୍ୟକାରିତାକୁ ନେଇ ଆଶଙ୍କା

ଜାହାଜରେ ତାଳଚେରରୁ ବୁହା ହେବ ଖଣିଜ ପଦାର୍ଥ। ଜାତୀୟ ଜଳପଥ-୫ ପାଇଁ ବ୍ୟୟବରାଦ ପରେ ବଢ଼ିଲା ଆଶା। ବ୍ରାହ୍ମଣୀ ନଦୀରେ ଜାହାଜରେ ହେବ ଖଣିଜ ପରିବହନ। ତାଳଚେରରୁ ଧାମରା-ପାରାଦୀପକୁ ଯିବ ଖଣିଜ ପଦାର୍ଥ। ଖର୍ଚ୍ଚ ସହ କମିବ ଟ୍ରାଫିକ୍ ଓ ପ୍ରଦୂଷଣ।

NW-5 Will Reduce Truck Traffic and Pollution

ବ୍ରାହ୍ମଣୀ ନଦୀରେ ଜାହାଜରେ ହେବ ଖଣିଜ ପରିବହନ Photograph: (OTV)

Advertisment

ବଜେଟରେ ଓଡ଼ିଶାର ଜାତୀୟ ଜଳପଥ ୫ ପାଇଁ ବ୍ୟୟବରାଦ ପରେ ବଢିଲା ଆଶା। ତାଳଚେରରୁ ପାରାଦୀପ ଏବଂ ଧାମରାକୁ ଜାହାଜରେ ବୁହା ହେବ ଖଣିଜ ପଦାର୍ଥ। ଯାହାଦ୍ୱାରା କମିବ ଖର୍ଚ୍ଚ। ଆଉ ଟ୍ରକ୍ କମିଲେ ପ୍ରଦୂଷଣ ସହ ଦୁର୍ଘଟଣା ବି କମିବ। କିନ୍ତୁ ପ୍ରଶ୍ନ ହେଉଛି ୨୦୦୮ରୁ ଏହି ପ୍ରକଳ୍ପ ଜାତୀୟ ମାନ୍ୟତା ପାଇଥିଲେ ମଧ୍ୟ ଏଯାଏଁ ଗ୍ରାଉଣ୍ଡରେ କାମ ଆରମ୍ଭ ହୋଇନାହିଁ। ତେଣୁ କେବେ ଏହା ବାସ୍ତବ ରୂପ ନେବ ତାକୁ ନେଇ ବି ଆଶା ଆଶଙ୍କା।

Advertisment

ତାଳଚେରରୁ ଜାହାଜରେ ପାରାଦୀପ ଓ ଧାମରାକୁ ଯିବ ଖଣିଜ ପଦାର୍ଥ। ବ୍ରାହ୍ମଣୀ ନଦୀରେ ନିର୍ମାଣ ହେବ ଜାତୀୟ ଜଳପଥ। ଗୋଟିଏ ଜାହାଜରେ ଯିବ 300 ଟ୍ରକର ମାଲ। କମିବ ଟ୍ରାଫିକ, ବାୟୁପ୍ରଦୂଷଣ ଆଉ ଦୁର୍ଘଟଣା। ରବିବାର ବଜେଟରେ ଓଡିଶାକୁ ବଡ ଭେଟି ଦେଇଛନ୍ତି ମୋଦି ସରକାର। ଖଣି-ଶିଳ୍ପ-ବନ୍ଦରକୁ ଯୋଡୁଥିବା ଜାତୀୟ ଜଳପଥ ନମ୍ବର 5 ପାଇଁ ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। 

ଏହାର ରୁଟ୍ ହେବ ତାଳଚେର, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ଦେଇ ଉଭୟ ଧାମରା ଏବଂ ପାରାଦୀପକୁ ଯୋଡିବ ୫ ନମ୍ବର ଜାତୀୟ ଜଳପଥ। ୩ ଟି ଷ୍ଟ୍ରେଚରେ ନିର୍ମାଣ ହେବ ପୂରା ଜଳପଥ। ତାଳଚେରରୁ ଯାଜପୁର କଳିଙ୍ଗନଗର-ଢେଙ୍କାନାଳ ସୀମା ପଙ୍କପାଳ ଯାଏଁ ବ୍ରାହ୍ମଣୀ ନଦୀରେ ଜଳପଥର ପ୍ରଥମ ଷ୍ଟ୍ରେଚ, ପଙ୍କପାଳରୁ ମଙ୍ଗଳାଯୋଡି ଜଙ୍କସନ ଦେଇ ଧାମରା ପାରାଦୀପ ଯାଏଁ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀରେ ଦ୍ୱିତୀୟ ଷ୍ଟ୍ରେଚ୍ ଏବଂ ଧାମରାରୁ ପଶ୍ଚିମବଙ୍ଗ ଗେଓନଖଲି ଯାଏଁ ରହିବ ଜଳପଥର ତୃତୀୟ ଷ୍ଟ୍ରେଚ୍। 

Advertisment

ଏନେଇ ମୁମ୍ବାଇରେ ମେରିଟାଇମ ୱିକ୍ ୨୦୨୫ରେ ଇନଲାଣ୍ଡ ୱାଟରୱେଜ ଅଥରିଟି ଅଫ୍ ଇଣ୍ଡିଆ, ପାରାଦୀପ ପୋର୍ଟ ଅଥରିଟି ଏବଂ ଓଡିଶା ମେରିଟାଇମ ବୋର୍ଡ ମଧ୍ୟରେ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇ ସାରିଛି। ଖର୍ଚ୍ଚ ହେବ ୧୨ ହଜାର ୨୦୪ କୋଟି। ବଜେଟରେ ବ୍ୟୟବରାଦ ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡିଶା ସରକାର ଏବଂ ଅଞ୍ଚଳବାସୀ।

ସବୁଠାରୁ ବଡ କଥା ହେଉଛି ବହୁ ପୂର୍ବରୁ ୨୦୦୮ରେ ଏହି ପ୍ରକଳ୍ପକୁ ଜାତୀୟ ଜଳପଥର ମାନ୍ୟତା ମିଳିଥିଲା। ଏହା ସହ ରାଜ୍ୟରେ ଆହୁରି 5ଟି ଜାତୀୟ ଜଳପଥ ମଧ୍ୟ ରହିଛି। ଏନଡବ୍ଲୁ ୧୪, ୨୨, ୨୩, ୬୪ ଏବଂ ୯୬। କିନ୍ତୁ ଏସବୁ ପ୍ରକଳ୍ପର କାମ ଆଗେଇ ପାରୁନାହିଁ। ବିଶେଷଜ୍ଞଙ୍କ ମତରେ ଅଧିକାରୀଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପଛରେ। 

Advertisment

ଯଦିଓ ଆଶା କରାଯାଉଛି ବ୍ୟୟବରାଦ ହେବା ପରେ ଏହି କାମ ଗତି ଧରିବ, ହେଲେ ନଜର ପକାନ୍ତୁ ପ୍ରକଳ୍ପରେ କଣ ସାଜିବ ବାଧକ। ନଦୀ ଉପରେ ଥିବା ପୋଲ ଗୁଡିକୁ ଭାଙ୍ଗି ଆହୁରି ଅଧିକ ଉଚ୍ଚର କରିବାକୁ ହେବ। ସେହିପରି ନଦୀରେ ସବୁବେଳେ ଆବଶ୍ୟକ ମୁତାବକ ପାଣି ରଖିବାକୁ ବ୍ୟାରେଜ ସହ ଲକ୍ ଗେଟ୍ ନିର୍ମାଣ କରାଯିବ। ତେବେ ଏସବୁ ପ୍ରକଳ୍ପ କେବେ ବାସ୍ତବ ରୂପ ନେଉଛି ତା ଉପରେ ନଜର। 

Budget Infrastructure Odihsa News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ