Advertisment

Odisha Shivers Under Record Cold Wave: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଜାଡ଼; କଂକ୍ରିଟ ସିଟି ପାଲଟିଛି କୋଲ୍ଡ ସିଟି

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଜାଡ଼। କଂକ୍ରିଟ ସିଟି ପାଲଟିଛି କୋଲ୍ଡ ସିଟି। ସମ୍ଭାଳି ହେଉନି ଅସହ୍ୟ ଶୀତ। ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଲା। ଶୀତରେ ବେଶି ହନ୍ତସନ୍ତ ଗରିବ ଓ ଅସହାୟ। ଆଜି ରାତିରେ କମିପାରେ ଶୀତ।

Odisha Shivers Under Record Cold Wave

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଜାଡ଼ Photograph: (OTV)

Advertisment

ହଟ ଜୋନରେ ଥଣ୍ଡାର ତାଣ୍ଡବ। କଂକ୍ରିଟ ସିଟି ପାଲଟିଛି କୋଲ୍ଡ ସିଟି। ରାଜ୍ୟର ଏମିତି କେଉଁ ସ୍ଥାନ ନାହିଁ, ଯେଉଁଠି ହାଡ଼ଭଙ୍ଗା ଶୀତ ନାହିଁ। ସଂଧ୍ୟାରୁ ତା’ପରଦିନ ପୂର୍ବାହ୍ନ ଯାଏଁ ହାଡ଼ ପଞ୍ଜରା ଥରାଇଦେଉଛି ରେକର୍ଡ ଭଙ୍ଗା ବାଘୁଆ ଶୀତ। ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାଉରକେଲାରୁ କଟକ। କେଉଁଠି ୭୩ ବର୍ଷର ରେକର୍ଡ ଭାଙ୍ଗିଛି ତ ଆଉ କେଉଁଠି ଇତିହାସ ରଚିଛି ମାଘ ଜାଡ଼। ଫଳରେ ସଂଗୀନ ହୋଇପଡ଼ିଛି ଗରିବ ଅସହାୟଙ୍କ ଅବସ୍ଥା। ସବୁରୀ ମୁହଁରେ ସେଇ ଗୋଟିଏ କଥା, ଏବର୍ଷ ଏମିତି ଶୀତ ହେବ ବୋଲି ଆମେ କେବେ ବି ଭାବିନଥିଲୁ।

Advertisment

ରାତି ତ ରାତି, ଦିନରେ ବି ହାଡ଼ ଭାଙ୍ଗୁଛି ଜାଡ଼। ପୂର୍ବରୁ ନା କେହି ଭୋଗିଥିଲେ ଏଭଳି ଥଣ୍ଡାକୁ ନା କେହି ଦେଖିଥିଲେ ଶୀତ କାକରକୁ। କାରଣ ଏବର୍ଷ ଇତିହାସ ରଚିଛି ପାରଦ। ରେକର୍ଡ ଭାଙ୍ଗିଛି ବର୍ଷ ବର୍ଷ। ୪.୫ ଡିଗ୍ରୀ ସହ ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଗତ ରାତିର ଶୀତ। ୮.୬ ଡିଗ୍ରୀ ସହ ୨୩ ବର୍ଷରେ ସବୁଠୁ ଥଣ୍ଡା ରାତି ରେକର୍ଡ କରିଛି କଟକରେ। ୨୨ ବର୍ଷ ପରେ ୯.୨ ଡିଗ୍ରୀ ସହ ସର୍ବନିମ୍ନ ପାରଦ ରହିଥିଲା ରାଜଧାନୀ ଭୁବନେଶ୍ୱରରେ। 

ସେହିପରି ୩.୬ ଡିଗ୍ରୀ ସହ ଷ୍ଟିଲସିଟି ରାଉରକେଲା ଏବଂ ୬ ଡିଗ୍ରୀ ସହ ଅନୁଗୁଳରେ ରେକର୍ଡ ବ୍ରେକ୍ କରିଛି ଗତରାତିର ଥଣ୍ଡା। ଅର୍ଥାତ ଦୀର୍ଘ ବର୍ଷର ବ୍ୟବଧାନ ପରେ ଜାନୁୟାରୀ ୧୦ରେ ଏହି ୫ଟି ସହରର ପାରଦ ଏତେ ତଳକୁ ଖସିଛି। 
ଏଭଳି ଭାବେ ଗତରାତିରେ ରାଜ୍ୟର ୨୮ଟି ସହରର ତାପମାତ୍ରା ଥିଲା ୧୦ ଡିଗ୍ରୀ ତଳେ। ୩.୨ ଡିଗ୍ରୀ ସହ ସବୁଠୁ ଥଣ୍ଡା ପାଲଟି ଯାଇଥିଲା ଜି.ଉଦୟଗିରି ସହର। 

Advertisment

ଜାଡ଼ର ଏଭଳି ମାଡ଼ ଭିତରେ ଗରିବ, ଅସହାୟଙ୍କ ଅବସ୍ଥା ସଂଗୀନ ହୋଇପଡ଼ିଛି। ରାତିରେ ଅସମ୍ଭାଳ ଶୀତ ପାଇଁ ନା ନିଦ ହେଉଛି ତାଙ୍କୁ ନା ଶୋଇ ପାରୁଛନ୍ତି। ଫଳରେ ରାତି ତମାମ ନିଆଁ ପୋଇଁ ରାତି କାଟୁଥିବାରୁ ଦୃଶ୍ୟ କଏଦ୍ ହୋଇଛି ଆମର ଓଟିଭି କ୍ୟାମେରାରେ। ଏ ହେଉଛି ହଟଜୋନ୍ ଭାବେ ପରିଚିତ ବଲାଙ୍ଗିର ସହରର ଚିତ୍ର। ଯେଉଁଠି ଥଣ୍ଡାର ଦେଖିବାକୁ ମିଳିଛି ଥାର୍ଡ ଡିଗ୍ରୀ।

ଅସମ୍ଭାଳ ଶୀତ ଲହରୀ ଯୋଗୁଁ ନିରବି ଯାଇଛି ବିଳମ୍ବିତ ରାତି ଯାଏଁ ଚଳଚଞ୍ଚଳ ଥିବା ରେଳଷ୍ଟେସନ୍। ଖାଁ ଖାଁ ବସଷ୍ଟପ୍। ଜନଶୂନ୍ୟ ମାର୍କେଟ୍ ଏରିଆ। ଜଟଣୀରେ ରାତି ୮ଟା ପରେ ଆରମ୍ଭ ହୋଇ ଯାଉଛି ଥଣ୍ଡାର କର୍ଫ୍ୟୁ। କୋଲମରା ଶୀତ ପ୍ରକୋପରୁ ବର୍ତ୍ତିବା ପାଇଁ ଦୋକାନ ବଜାର ଛାଡ଼ି ଉଭାନ୍ ସମସ୍ତେ।

Advertisment

ଷ୍ଟିଲସିଟି ରାଉରକେଲା ବି ଶୀତ ମାଡ଼ରେ ଘାଇଲା। ରେକର୍ଡ ଭଙ୍ଗା ଶୀତ ସହ କାଲୁଆ ପବନ ଏଠାକାର ଲୋକଙ୍କ ମଞ୍ଜ ଥରାଇ ଦେଉଛି। ହୁଏତ ଥଣ୍ଡାରୁ ଉପଶମ ପାଇଁ କିଏ କେମିତି ମର୍ଣ୍ଣିଂ ୱାକ୍ କିମ୍ବା ଜଗିଂ କରୁଛନ୍ତି କିନ୍ତୁ ଅସହାୟଙ୍କ ଅବସ୍ଥା ଏଠି ବେହାଲ। ନବରଙ୍ଗପୁରବାସୀଙ୍କ କହିବା କଥା, ଜାନୁଆରୀରେ ଏଭଳି ଶୀତ ପୂର୍ବରୁ କେବେ କେହି ଅନୁଭବ କରିନାହାଁନ୍ତି। ଯେଉଁଠି ଗତ କିଛିଦିନ ହେଲା ୧୦ ଡିଗ୍ରୀ ତଳେ ପାରଦ ରହିବା ସହ ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେ ହିଁ ଶୀତରୁ ନିସ୍ତାର ମିଳୁଛି। 


ପାଣିପାଗ ବିଭାଗର କହିବା କଥା, ରାଜ୍ୟରେ ଉଷ୍ମ ଜଳୀୟ ବାଷ୍ପର ପ୍ରବେଶ ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଯାହାର ବାହ୍ୟ ବଳୟ ଜଡ଼ିତ ମେଘ ବୃଦ୍ଧି ପାଉଥିବାରୁ ଶନିବାର ରାତିରୁ ଅନେକ ସ୍ଥାନରେ ଶୀତର ପ୍ରଭାବ କମିପାରେ।

Severe Cold Wave Winter Odisha Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ