corona test
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି।
ଚିହ୍ନଟ ୧୧,୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍ଣ୍ଟାଇନ୍ରୁ ୬,୬୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍ କେସ୍ ୫୧୯୪ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଛି। ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଏହି ୩ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏନେଇ ଚିନ୍ତା ବଢ଼ିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦,୪୯୨ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୧,୦୬,୪୭୧ ରହିଛି। ତେବେ ୪,୯୧,୬୭୪ ଜଣ ସୁସ୍ଥ ହୋଇ ସାରିଲେଣି।
ଆଜିଠୁ ପୁଣି ୨ ଦିନିଆ ସପ୍ତାହାନ୍ତ ସଟ୍ଡାଉନ୍। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏଥିରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟ୍ଡାଉନ୍ କରାଯାଇଛି। ଫଳରେ ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିବ।
ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ରାଜ୍ୟ ଔଷଧ ନିଗମ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଛି। ନିଲାମ ପାଇଁ ଔଷଧ ନିଗମ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଆସନ୍ତା ୧୯ ତାରିଖରେ ଏନେଇ ଅନ୍ଲାଇନ୍ ବୈଠକ ବସିବ। ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ। ୨୦ରୁ ୨୮ ତାରିଖ ମଧ୍ୟରେ ବିଡ୍ ସବ୍ମିସନ୍ କରିପାରିବେ କମ୍ପାନୀ। ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କମ୍ପାନୀ ଆବେଦନ କରିପାରିବେ। ୩ କୋଟି ୮୦ ଲକ୍ଷ ଡୋଜ୍ ଟିକା ମଗାଇବାକୁ ଓଡ଼ିଶା ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-test-2_1621050359.jpg)