Advertisment

Odisha Police Deploys Crime Scene Officers: ଅପରାଧ ଘଟାଇ ଆଉ ବିଲକୁଲ ବର୍ତ୍ତି ପାରିବେନି ଅପରାଧୀ

ଅପରାଧ ଘଟାଇ ଆଉ ବିଲକୁଲ ବର୍ତ୍ତି ପାରିବେନି ଅପରାଧୀ। ଦୋଷୀ ସାବ୍ୟସ୍ତ କରିବାକୁ ବି ଆଉ ଅଭାବ ହେବନି ପ୍ରମାଣ। କାରଣ କ୍ରାଇମ୍ ସ୍ପଟରୁ ପ୍ରମାଣକୁ ଅକ୍ଷତ ରଖିବାକୁ ଏଣିକି ପ୍ରତି ଥାନାରେ ନିଯୁକ୍ତ ହେବେ ୨ ଜଣ ଲେଖାଏଁ କ୍ରାଇମ୍ ସିନ୍ ଅଫିସର।

Odisha Police Deploys Crime Scene Officers

କ୍ରାଇମ୍ ସିନ ଅଫିସର ନିଯୁକ୍ତି Photograph: (OTV)

Advertisment

ଚୋରି ହେଉ ଅବା ମର୍ଡର, ଦୁଷ୍କର୍ମ ହେଉ କି ରାହାଜାନୀ। ଏଣିକି ଫିଙ୍ଗର ପ୍ରିଣ୍ଟ ଲିଭିଯିବାର ଭୟ ନାହିଁ, ଡିଜିଟାଲ ଏଭିଡେନ୍ସ ନଷ୍ଟ ହେବାର ଡର ନାହିଁ କି ପ୍ରମାଣ ଅଭାବରୁ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେବାର ଚାନ୍ସ ନାହିଁ। କାରଣ ପୂର୍ବରୁ କ୍ରାଇମ୍ ସ୍ପଟରୁ ନଷ୍ଟ ହୋଇଯାଉଥିବା ସାଇଣ୍ଟିଫିକ୍ ପ୍ରମାଣ ଏଣିକି ଅକ୍ଷତ ରଖିବେ କ୍ରାଇମ୍ ସିନ୍ ଅଫିସର। 

Advertisment

ଭାରତୀୟ ନ୍ୟାୟ ସଂହିତାରେ ସାଇଣ୍ଟିଫିକ୍ ପ୍ରମାଣକୁ ଗୁରୁତ୍ୱ ଦିଆଯାଉଥିବାରୁ ରାଜ୍ୟ ପୋଲିସ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଛି। ଫରେନ୍‌ସିକ୍ ଟିମ୍ ଆସିବା ପର୍ଯ୍ୟନ୍ତ ପ୍ରାଥମିକ ଭାବେ ଅପରାଧ ସ୍ଥଳରେ କିଭଳି ପ୍ରମାଣ ଅକ୍ଷତ ରହିବ ସେ ନେଇ ଧ୍ୟାନ ଦେବେ ଏଇ ସ୍ୱତନ୍ତ୍ର ଅଧିକାରୀ। ଏଥିପାଇଁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ଥାନାରେ ଦୁଇ ଜଣ ଲେଖାଏଁ ଅପରାଧ ସ୍ଥଳ ନିରୀକ୍ଷଣ ଅଧିକାରୀ ନିଯୁକ୍ତ ହେବେ। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ବିଶେଷ କରି ସାଇନ୍ସ ଡିଗ୍ରିଧାରୀ କନଷ୍ଟେବଲ ଓ ହୋମଗାର୍ଡଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବ। 

ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ହେବାକୁ ଥିବା ୭୪ ଜଣ କ୍ରାଇମସିନ୍ ଅଫିସରଙ୍କ ପାଇଁ ୟା ଭିତରେ ଭୁବନେଶ୍ୱରରେ ପ୍ରଶିକ୍ଷଣ ଶିବିର ବି ଆରମ୍ଭ ହୋଇଯାଇଛି। ଅଭିଜ୍ଞ ଫୋରେନ୍ସିକ୍ ବିଶେଷଜ୍ଞ ଓ ବରିଷ୍ଠ ପୋଲିସ୍ ଅଧିକାରୀମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ଭାରତୀୟ ଅପରାଧ ଆଇନ, ବୈଜ୍ଞାନିକ ଜ୍ଞାନକୌଶଳ, ଅପରାଧ ସ୍ଥଳରେ ସେମାନଙ୍କ ଭୂମିକା ସମ୍ପର୍କରେ ତାଲିମ ଦେଉଛନ୍ତି। 

Advertisment

ପୂର୍ବତନ ଡିଜିପିଙ୍କ କହିବା କଥା ସହରାଞ୍ଚଳ ଅପେକ୍ଷା ଏଇ ବ୍ୟବସ୍ଥା ଗ୍ରାମାଞ୍ଚଳ ବିଶେଷ କରି ଉପାନ୍ତ ଅଞ୍ଚଳ ପାଇଁ ବେଶ୍ ଭଲ ହେବ। ଯେଉଁଠି ଅପରାଧସ୍ଥଳକୁ ପହଞ୍ଚିବା ପାଇଁ ଫୋରେନ୍ସିକ୍ ଟିମ୍‌କୁ ଦିନ ଦିନ ଲାଗିଯାଏ ସେଠି ଏହି ଅଫିସରମାନେ ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହ କରି ତଦନ୍ତକୁ କ୍ରିୟାଶୀଳ କରିବେ। ଏହାଦ୍ୱାରା ଅପରାଧୀକୁ ଧରିବା ଏବଂ ତଦନ୍ତ ଉଭୟ ସହଜ ହେବ।


ପ୍ରଥମ ପର୍ଯ୍ୟାୟରେ ୬୦ ଜଣ କନେଷ୍ଟବଳ ଏବଂ ୧୪ ଜଣ ହୋମଗାର୍ଡଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ବରିଷ୍ଠ ଆଇନଜୀବୀଙ୍କ କହିବା ଅନୁସାରେ BNSS ଅନୁସାରେ ଏବେ ସାଇଣ୍ଟିଫିକ୍ ପ୍ରମାଣ କୌଣସି ମାମଲା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଅନେକ ସମୟରେ କ୍ରାଇମ୍ ସ୍ପଟରେ ପୋଲିସ ପହଁଞ୍ଚିବା ବେଳକୁ ତାହା ନଷ୍ଟ ହୋଇଯାଇଥାଏ। ଯାହା ପରବର୍ତ୍ତୀ ସମୟରେ ମାମଲାକୁ ଦୁର୍ବଳ କରିଥାଏ। ତେଣୁ ଥାନାରେ କ୍ରାଇମ୍ ସିନ ଅଫିସର ନିଯୁକ୍ତି ଦ୍ବାରା ପ୍ରମାଣ ସଂରକ୍ଷିତ ରହିପାରିବ। ଯାହାଦ୍ୱାରା ଦଣ୍ଡ ବିଧାନ ହାର ବି ବଢ଼ିବ।

Advertisment
Odisha Police Odisha Crime Odisha Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ