Advertisment

ଅନଲକ୍‌: ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବେ ସରକାର: ବିଜୟ ମହାପାତ୍ର

ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ,  ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ

ଅନଲକ୍‌: ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବେ ସରକାର: ବିଜୟ ମହାପାତ୍ର

unlock-6

Advertisment

ଭୁବନେଶ୍ୱର: ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ,  ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ। ସବୁ ସ୍ଥାନରେ ତଦାରଖ ଚାଲିଛି, ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଏହାସହ ଗତ ୧୫ ଦିନର ସମସ୍ତ ଡାଟା ରହିଛି, ବିଚାର ବିମର୍ଶ ବି ଜାରି ରହିଛି। ଦିନେ କି ଦୁଇଦିନ ଭିତରେ SRCଙ୍କ ପକ୍ଷରୁ ଗାଇଡଲାଇନ୍ ଆସିବ ବୋଲି ସେ ସ୍ପଷ୍ଟ କରିଈଛନ୍ତି। ହସ୍ପିଟାଲରୁ କ୍ରମଶଃ ଚାପ କମୁଛି, ବର୍ତ୍ତମାନ ବେଡ୍ ପର୍ଯ୍ୟାପ୍ତ ସଂଖ୍ୟାରେ ଅଛି ବୋଲି ସେ ସୂଚନା ଦେଇଛନ୍ତି। ICU ରେ ୫୬% ବେଡ଼୍‌ ବ୍ୟବହାର ହୋଇଛି। କେବଳ ଏତିକି ନୁହେଁ ବରଂ ସାଧାରଣ ବେଡର ୟୁଟିଲାଇଜେସନ୍ ମଧ୍ୟ କମିଛି। ଏହାସହ ଯେଉଁଠି ଅଧିକ ପଜିଟିଭ ବାହାରୁଛି ସେଠାରେ ସର୍ଭେଲାନ୍ସ କରାଯାଉଛି ବୋଲି ସେ କହିଛନ୍ତି। ଅଧିକ ଟେଷ୍ଟ କରାଯାଇ ଆଇସୋଲେଟ୍  ଲୋକଙ୍କୁ କରାଯାଉଛି। ତେବେ ରାଜ୍ୟରେ ପ୍ରାୟ ୧ ମାସରୁ ଅଧିକ ସମୟ ଲକଡାଉନ୍‌ ରହିଛି। ଅନ୍ୟ ରାଜ୍ୟ ଗୁଡ଼ିକ ଲକଡାଉନ୍‌ ଖୋଲୁଥିବାରୁ ଆମ ରାଜ୍ୟ ସରକାର କେବେ ଲକଡାଉନ୍‌ ଖୋଲିବେ ବା ଅନଲକ୍‌ ଆରମ୍ଭ କରିବେ ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

ସୂଚନା ଅନୁସାରେ, ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ ରେ ପହଞ୍ଚିଛି। ଆକ୍ଟିଭ କେସ- ୫୧୧୦୪ ରହିଥିବାବେଳେ ୮,୦୪,୯୮୧ ସୁସ୍ଥ ହେଲେଣି। ୨୪ ଘଣ୍ଟାରେ ୫୬ ହଜାର ୮୦୭ଟି ସାମ୍ପଲ ଟେଷ୍ଟ କରାଯାଇଛି। ପଜିଟିଭିଟି ରେଟ୍ ୬ ପ୍ରତିଶତ(୫.୯%) ତଳକୁ ଖସିଛି।

ଅନୁଗୁଳ- ୧୮୩, ବାଲେଶ୍ୱର- ୨୯୬, ବରଗଡ଼- ୬୬, ଭଦ୍ରକ- ୧୭୯, ବଲାଙ୍ଗିର- ୧୮, ବୌଦ୍ଧ- ୫୯, କଟକ- ୨୩୦, ଦେବଗଡ଼- ୨୩, ଢେଙ୍କାନାଳ- ୫୪, ଗଜପତି- ୫୮, ଗଂଜାମ- ୩୬, ଜଗତସିଂହପୁର- ୧୨୯, ଯାଜପୁର- ୩୯୧, ଝାରସୁଗୁଡ଼ା- ୯, କଳାହାଣ୍ଡି- ୫୪, କନ୍ଧମାଳ- ୫୫, କେନ୍ଦ୍ରାପଡ଼ା- ୭୩, କେନ୍ଦୁଝର- ୮୯, ଖୋର୍ଦ୍ଧା-୫୦୦, କୋରାପୁଟ- ୬୩, ମାଲକାନଗିରି- ୭୨, ମୟୂରଭଂଜ- ୧୮୭, ନବରଙ୍ଗପୁର- ୮୩, ନୟାଗଡ଼- ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ପୁରୀରୁ ୪ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଜଗତସିଂହପୁର, କଳାହାଣ୍ଡି ଓ ରାୟଗଡ଼ାରୁ ୩ ଲେଖାଏଁ, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର ଓ ଦେବଗଡ଼ରୁ ଜଣେ ଲେଖାଏଁ, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ସମ୍ବଲପୁରରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ