Advertisment

ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଥିବା ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା

ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା ଏହି ପ୍ରକ୍ରିୟାକୁ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ଆଜି ଦିନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା ଭୁବନେଶ୍ୱର: ଘୁଞ୍ଚିଲା କରୋନା ଟିକା ପାଇଁ…

ଅଦ୍ୟତନ ହୋଇଛି
ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଥିବା ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା

vaccination

Advertisment
  • ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା
  • ଏହି ପ୍ରକ୍ରିୟାକୁ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି
  • ଆଜି ଦିନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା
Advertisment

ଭୁବନେଶ୍ୱର: ଘୁଞ୍ଚିଲା କରୋନା ଟିକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଗ୍ଲୋବାଲ୍‌ ଟେଣ୍ଡର ପ୍ରକ୍ରିୟା। ଆଜି ସରିବାକୁ ଥିବା ଏହି ପ୍ରକ୍ରିୟାକୁ ସପ୍ତାହକ ପାଇଁ ଅର୍ଥାତ୍‌ ଆସନ୍ତା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କରୋନା ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍‌ ଟେଣ୍ଡର ଆହ୍ୱାନ କରିଥିଲେ। ଏଥିରେ ବିଦେଶର ଅନେକ ଟିକା ଉତ୍ପାଦନକାରୀ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଆଜି ଦିନ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବାର ଥିଲା। ହେଲେ ସରକାରଙ୍କ ପକ୍ଷରୁ ଏହାକୁ ଆଉ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଉପଯୁକ୍ତ ପରିମାଣର ମିଳି ପାରୁନଥିବାରୁ ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଟିକା କିଣି ଲୋକଙ୍କୁ ଦେବା ଲାଗି ଯୋଜନା କରିଥିଲେ। ଏହାସହ ଅଧିକ କମ୍ପାନୀକୁ ଆକୃଷ୍ଟ କରିବାକୁ ଟେଣ୍ଡରର କେତେକ ସର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ମାଗଣାରେ ଟିକା ଦେବେ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨ କୋଟି ହୋଇପାରେ।

ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ସର୍ବାଧିକ ୧,୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୮୦୯ ଓ କେନ୍ଦ୍ରାପଡ଼ାରୁ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ