Advertisment

Action Against NonPerformingTeachers: ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ତାଗିଦ; କାମ ନ କଲେ ନାମ

ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ୍। ତଡ଼ା ଖାଇବେ ନନ୍ ପରଫର୍ମିଂ ଅଧ୍ୟାପକ। ବାଧ୍ୟତାମୂଳକ ଅବସର ପାଇଁ ତାଲିକା ଦେବାକୁ ଚିଠି। ଚିଠି ପରେ ଅପାରଗଙ୍କ ଛାତି ଧଡ଼ ଧଡ଼। ନିଷ୍ପତ୍ତିକୁ ଅଧ୍ୟାପକ ନାପସନ୍ଦ, ଶିକ୍ଷାବିତଙ୍କ ସ୍ୱାଗତ।

Action Against NonPerformingTeachers

ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ତାଗିଦ Photograph: (OTV)

Advertisment

ତଡ଼ା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ। ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ, ସରକାରୀ ଶିକ୍ଷକ ତାଲିମ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଓ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ। ଏହାକୁ ଅଧ୍ୟାପକ ନାପସନ୍ଦ କରିଥିବା ବେଳେ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍।

Advertisment

ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ତାଗିଦ। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡା ନିର୍ଦେଶ। ଯେଉଁ ଅଧ୍ୟାପକମାନେ କଲେଜରେ ସଠିକ ଭାବେ କାମ କରୁନାହାନ୍ତି, ଏକାଡେମିକ କଥା ବୁଝୁନାହାନ୍ତି, ଯାହାର କାର୍ଯ୍ୟଦକ୍ଷତା ନାହିଁ, ସେମାନଙ୍କୁ ଚିହ୍ନଟ ପାଇଁ ସବୁ କଲେଜକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। 

ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କଂପଲସରି ପ୍ରିମ୍ୟାଚୁର ରିଟାୟାରମେଣ୍ଟ ବା ବାଧ୍ୟତାମୂଳକ ଅବସର ପାଇଁ କଡା ତାଗିଦ କରିଛି ଉଚ୍ଚଶିକ୍ଷା ବିଭାଗ। ଏ ହେଉଛି ଗତ ୧୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ସେହି ଚିଠି। ଏଥିରେ ନନ ପରଫର୍ମିଂ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରି ଜାନୁୟାରୀ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଉଲ୍ଲେଖ କରାଯାଇଛି । 

Advertisment

ଏଣେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଶୀ ସୁରଜ କହିଛନ୍ତି ଲୋ ପରଫେର୍ମନ୍ସ ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। କଲେଜର ଯେ କୌଣସି ଷ୍ଟାଫ୍ ଦୁର୍ନୀତି ଗ୍ରସ୍ତ ହୋଇଥିବେ, ପାଠପଢ଼ାରେ ଅବହେଳା କରୁଥିବେ କିମ୍ବା ଅନିୟମିତତାରେ ଲିପ୍ତ ଥିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। 

ଉଚ୍ଚଶିକ୍ଷା ବିଭାଗର ଏଭଳି ତାଗିଦକୁ ହାସ୍ୟାସ୍ପଦ ବୋଲି କହିଛି ଅଧ୍ୟାପକ ସଂଘ। ସଂଘ ଅଭିଯୋଗ କରିଛି ରାଜ୍ୟରେ ଶିକ୍ଷକ ଓ ଅଧ୍ୟାପକ ଖୁବ୍ କମ୍ ଦରମା ପାଉଥିବା ବେଳେ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ନାହିଁ। ସରକାର ଯେଉଁମାନଙ୍କୁ ଅଧ୍ୟାପକଙ୍କ ଦକ୍ଷତା ମାପ କରିବାର ଦାୟିତ୍ୱ ଦେଇଛନ୍ତି ସେମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜଣେ ଅଧ୍ୟାପକ ବିରୁଦ୍ଧରେ ଖରାପ ରିପୋର୍ଟ ଦେଇପାରନ୍ତି। 

Advertisment

ଅନ୍ୟପଟେ ଶିକ୍ଷାବିତଙ୍କ କହିବା କଥା ଗୁଣାତ୍ମକ ଶିକ୍ଷା ତଥା ଶିକ୍ଷାର ମାନ ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗର କଡା ତାଗିଦ ସ୍ୱାଗତଯୋଗ୍ୟ। ଅନେକ ସମୟରେ ଅଧ୍ୟାପକମାନେ କଲେଜରେ ଡ୍ୟୁଟି କମ କରି ବେଶୀ ଟ୍ୟୁସନରେ ବ୍ୟସ୍ତ। ସେଥିପାଇଁ ବହୁ ଆଗରୁ ସରକାର ପଦକ୍ଷେପ ନେବାର ଉଚିତ୍ ଥିଲା। 

କିଛି ମାସ ପୂର୍ବରୁ ଅଧ୍ୟାପକ ପଦବୀ ପୂରଣ ସହ ଦରମା ବୃଦ୍ଧି ଭଳି ଦାବିନେଇ ଅଧ୍ୟାପକମାନେ ଆନ୍ଦୋଳନ କରୁଥିଲେ। ଏବେ ଦକ୍ଷତା ଆକଳନ ନେଇ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ତାଗିଦ କେତେ ଫଳପ୍ରଦ ହେଉଛି ତାହା ଦେଖିବା କଥା।

College Education Odisha Higher Education Departmen Odisha Higher Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ