ଭୁବନେଶ୍ୱର : ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଜଣ ଲୋକାଲ କେସ୍ ରହିଛି । ଫଳରେ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯କୁ ବୃଦ୍ଧି ପାଇଛି ।
ତେବେ ଆଜି ମୋଟ୍ ଚିହ୍ନଟ ହୋଇଥିବା ୨,୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାକୁ ଟପି ବାଲେଶ୍ୱର ଆଗରେ ରହିଛି। ବାଲେଶ୍ୱରରେ ୩୯୭ଜନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୯, ବରଗଡରୁ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧, ବୌଦ୍ଧ ୧୯, କଟକ ୨୬୬, ଦେବଗଡ ୪, ଢେଙ୍କାନାଳ ୬୭, ଗଜପତି ୧୮, ଗଞ୍ଜାମ ୧୭, ଜଗତସିଂହପୁର ୧୩୨, ଯାଜପୁର ୧୬୨, ଝାରସୁଗୁଡା ୮, କଳାହାଣ୍ଡି ୨୦, କନ୍ଧମାଳ ୧୫, କେନ୍ଦ୍ରାପଡା ୫୫, କେନ୍ଦୁଝର ୭୦, କୋରାପୁଟ ୬୧, ମାଲକାନଗିରି ୬୪, ମୟୁରଭଞ୍ଜ ୧୫୫, ନବରଙ୍ଗପୁର ୨୦, ନୟାଗଡ ୯୨, ନୂଆପଡା ୮, ପୁରୀ ୧୭୮, ରାୟଗଡା ୪୯, ସମ୍ବଲପୁର ୨୩, ସୋନପୁର ୨୫, ସୁନ୍ଦରଗଡରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ପୁଲରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି।
ସେପଟେ ରାଜ୍ୟର କରୋନା ମୃତ୍ୟୁରେ ଲାଗୁନି ବ୍ରେକ । ଦିନକରେଆଉ୪୦ଆକ୍ରାନ୍ତଙ୍କମୃତ୍ୟୁଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ନୟାଗଡ଼ରୁ ୫ ଲେଖାଏଁ, ପୁରୀରୁ ୪, ଗଂଜାମ ଓ ଅନୁଗୁଳରୁ ୩ ଲେଖାଏଁ ଓ କଳାହାଣ୍ଡିରୁ ୨ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରେଇଛନ୍ତି। ସେହିପରି ଭଦ୍ରକ, ଢେଙ୍କାନାଳ, ଯାଜପୁରରୁ, କୋରାପୁଟ, ନବରଂଗପୁର, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛନ୍ତି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶେଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି।
ତେବେ ଦିନକରେ ୩୩୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ୍ ୮,୭୦,୭୮୭ ଜଣା ସୁସ୍ଥ ହୋଇ ସାରିଛନ୍ତି। ୧୩୬୮୪୨୨୧ଜଣଙ୍କୁ ଟେଷ୍ଟ କରାଯାଇଥିବା ବେଳେ ୩୧୬୧୯ ଆକ୍ଟିଭ୍ କେସ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-viorus_1624961901.jpg)