Advertisment

ଆଜି ସାଢ଼େ ୪ଟାରେ କ’ଣ କହିବେ ମୁଖ୍ୟ ଶାସନ ସଚିବ ?

ଭୁବନେଶ୍ୱର: ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ କରିବେ। ଏହି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଓ ବିଏମ୍‌ସି କମିଶନର ମଧ୍ୟ ଉପସ୍ଥିତ ରହିବେ। କରୋନା ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସ୍‌ମିଟ୍‌ ହେବ ବୋଲି…

ଆଜି ସାଢ଼େ ୪ଟାରେ କ’ଣ କହିବେ ମୁଖ୍ୟ ଶାସନ ସଚିବ ?

odisha

Advertisment

ଭୁବନେଶ୍ୱର: ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ କରିବେ। ଏହି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଓ ବିଏମ୍‌ସି କମିଶନର ମଧ୍ୟ ଉପସ୍ଥିତ ରହିବେ। କରୋନା ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସ୍‌ମିଟ୍‌ ହେବ ବୋଲି ଜଣାପଡ଼ିଛି। ରାଜ୍ୟରେ ଏବେ ବି କରୋନା ସ୍ଥିତି ସଙ୍କଟଜନକ ସ୍ଥିତିରେ ରହିଛି। କିଛି ଦିନ ହେଲା ଦୈନିକ ସଂକ୍ରମଣ ହାର ୧୦ ହଜାରରୁ ଅଧିକ ରହିଥିବା ବେଳେ ମୃତୃ ସଂଖ୍ୟା ମଧ୍ୟ କମୁୁ ନାହିଁ। ତେଣୁ ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ରାଜ୍ୟ ସରକାର ଆଜି କିଛି ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି।

Advertisment

ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଲାଗୁ ପରେ କ’ଣ ଏହାର ପ୍ରଭାବ ପଡ଼ିଛି ସେସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିପାରନ୍ତି ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ବଢ଼ୁଛି। ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱର ପାଇଁ କିଛି ସ୍ୱତନ୍ତ୍ର ଯୋଜନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଲକ୍‌ଡାଉନ୍ ସମୟରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପନିପରିବା ଇତ୍ୟାଦି କିଣିବା ପାଇଁ ଲୋକଙ୍କୁ ଅନୁମତି ମିଳିଛି। ହେଲେ କିଛି ଲୋକ ପନିପରିବା କିଣିବା ବାହାନାରେ ମାର୍କେଟ୍‌ରେ ଗହଳି କରୁଥିବା ଦେଖିବାକୁ ମିଳିଛି। ତେଣୁ ଗହଳିକୁ ଏଡ଼ାଇବା ଲାଗି ସରକାର ଏସମ୍ପର୍କରେ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟ ସରକାର ମେ’୨ରେ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିବ। ଯେହେତୁ ସଂକ୍ରମଣ ହ୍ରାସ ପାଇନାହିଁ, ତେଣୁ ଲକ୍‌ଡାଉନ୍‌ ଆଉ ବଢ଼ିବ ନା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ଶାସନ ସଚିବ,ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧,୪୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏହି ୨ଟି ସ୍ଥାନରୁ ଯଥାକ୍ରମେ ୧,୨୦୯ ଓ ୧,୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ