ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି।
କଂଗ୍ରେସ ହାରିବା ପଛରେ ଦଳର କିଛି ନେତା ହିଁ ଦାୟୀ। ସେମାନଙ୍କ ଅନ୍ତର୍ଘାତୀ କାମ ପାଇଁ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ କଂଗ୍ରେସ ହାରିଲା ବୋଲି ସୁର ରାଉତରାୟ କହିଛନ୍ତି।
ଅଭିଯୋଗ କରିଛନ୍ତି, ନେତାମାନେ ଠିକ୍ରେ ପ୍ରଚାର କଲେନାହିଁ। ଉପର ଠାଉରିଆ ଭାବେ ପ୍ରଚାର କଲେ ଓ ହୋଟେଲରେ ଶୋଇଲେ। ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଏପରି ଷଡ଼ଯନ୍ତ୍ର ହୋଇଛି। ତା’ ଛଡ଼ା ଉଭୟ ଜାଗାରେ ଟଙ୍କା ହେଲା ମୁଖ୍ୟ ଫାକ୍ଟର। ବିଜେଡି ଓ ବିଜେପି ପ୍ରବଳ ଅର୍ଥ ଖର୍ଚ୍ଚ କରିଛନ୍ତି, ଯାହାକି କଂଗ୍ରେସ କରିପାରିଲା ନାହିଁ। ଉପନିର୍ବାଚନ ହାରିବାର ସମୀକ୍ଷା କରାଯିବ, ହେଲେ ଆକ୍ସନ ହେବନି ବୋଲି ସୁର କହିଛନ୍ତି।