Advertisment

Transgender Candidates Can Apply for Collector: ଓଡ଼ିଶାରେ ଲିଙ୍ଗଗତ ସମାନତାର ନୂଆ ଅଧ୍ୟାୟ; କିନ୍ନର ହେବେ କଲେକ୍ଟର୍ !

ରାଜ୍ୟରେ ଲିଙ୍ଗଗତ ସମାନତାର ନୂଆ ଅଧ୍ୟାୟ। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପାଇଁ ଆବେଦନ ଫର୍ମରେ ତୃତୀୟ ଲିଙ୍ଗ ବିକଳ୍ପ। କିନ୍ନର ସମାଜରେ ଖୁସିର ଲହରୀ। ଆଉ ଅସମ୍ଭବ ନୁହେଁ କିନ୍ନରଙ୍କ କଲେକ୍ଟର ସ୍ୱପ୍ନ !

Transgender Candidates Can Apply for Collector

ଓଡ଼ିଶାରେ ଲିଙ୍ଗଗତ ସମାନତାର ନୂଆ ଅଧ୍ୟାୟ; କିନ୍ନର ହେବେ କଲେକ୍ଟର୍ ! Photograph: (OTV)

Advertisment

ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ବଡ଼ ସୁଯୋଗ। ଏଣିକି ବିଡିଓ, ତହସିଲଦାର ଆଉ କଲେକ୍ଟର ବନିବେ କିନ୍ନର । ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଏଥର ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧି ବି ବଢିଲା। ଓଡ଼ିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିବାବେଳେ- କିଭଳି ଓ କେତେ ଉପକୃତ ହେବେ କିନ୍ନର ଆସନ୍ତୁ ଜାଣିବା।

Advertisment

ଓଡ଼ିଶାରେ ଲିଙ୍ଗଗତ ସମାନତାର ନୂଆ ଅଧ୍ୟାୟ। କିନ୍ନର ହେବେ କଲେକ୍ଟର୍ ! ବନିବେ ବିଡିଓ, ତହସିଲଦାର, ଏଡିଏମ ! OCS ଫର୍ମରେ ଯୋଡ଼ିହେଲା `ତୃତୀୟ ଲିଙ୍ଗ'। ବଡ଼ ପଦବୀରେ ବସିବାକୁ ମିଳିଲା ବଡ଼ ସୁଯୋଗ । ଓଡ଼ିଶା ସିଭିଲ୍ ସର୍ଭିସେସ୍ ବା OCS । ଏଣିକି ଏହି ପରୀକ୍ଷା ପାଇଁ ଆବେଦନ ବେଳେ ପୁଅଝିଅଙ୍କର ଯେତିକି ଅଧିକାର କିନ୍ନରଙ୍କର ବି ସେତିକି। କାରଣ OCS ଫର୍ମରେ ମେଲ୍-ଫିମେଲ୍ ସହିତ ଯୋଡ଼ିହୋଇଛି ତୃତୀୟ ଲିଙ୍ଗ ବା ଟ୍ରାନ୍ସଜେଣ୍ଡର୍। 

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ‘ତୃତୀୟ ଲିଙ୍ଗ’କୁ ବିକଳ୍ପ ଭାବେ ଯୋଡ଼ିଛି OPSC। ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରି ଏଥର ପରୀକ୍ଷାରେ ଭାଗନେବାକୁ ସୁଯୋଗ ବି ଦିଆଯାଇଛି । ତେବେ ଯଦି ତୃତୀୟ ଲିଙ୍ଗ ମାନ୍ୟତା ପାଇବା ପରେ ପ୍ରାର୍ଥୀଙ୍କ ନାମରେ କୌଣସି ପରିବର୍ତ୍ତନ ହୋଇଥାଏ, ତେବେ ଆବେଦନ ସମୟରେ ସେ ସମ୍ପର୍କିତ ଡକ୍ୟୁମେଣ୍ଟ ଦାଖଲ କରିବା ଅନିର୍ବାର୍ଯ୍ୟ। 

Advertisment

ସୂଚନା ଅନୁସାରେ, ସୋନି ସିଲ୍ ନାମକ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ OPSC ପରୀକ୍ଷା ଫର୍ମରେ ଉପଯୁକ୍ତ ବିକଳ୍ପ ନଥିବାରୁ ପାତରଅନ୍ତର ଅଭିଯୋଗ ଆଣି ଓଡ଼ିଶା ମାନବାଧିକାର କମିଶନରେ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ OHRC । ଯାହାର ଫଳ ସ୍ବରୂପ OCSରେ ତୃତୀୟ ଲିଙ୍ଗ ବିକଳ୍ପ ଭାବେ ଯୋଡ଼ିହୋଇଛି । ଯାହାକୁ ନେଇ ଖୁସିପ୍ରକାଶ କରିଛନ୍ତି କିନ୍ନର ।

ତୃତୀୟ ଲିଙ୍ଗୀରୁ ପ୍ରଶାସନର ଶିଖର ପର୍ଯ୍ୟନ୍ତ...ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏ ନୂଆ ସୁଯୋଗ ସମାଜରେ ସମାନତାର ନୂଆ ପ୍ରୋତ୍ସାହନ। ନଜର ପକାନ୍ତୁ କିଭଳି କିନ୍ନରଙ୍କ ଜୀବନରେ ବଡ଼ ପ୍ରଭାବ ପକାଇବ ନିଯୁକ୍ତି ସମ୍ବଳିତ ଏହି ନୂଆ ନିଷ୍ପତ୍ତି। 

Advertisment

ସାମାଜିକ ମାନ୍ୟତା ଓ ସ୍ୱାଭିମାନ:

ଏହି ନିଷ୍ପତ୍ତି ଦ୍ବାରା ତୃତୀୟ ଲିଙ୍ଗ ସମୁଦାୟଙ୍କ ଜୀବନଧାରଣ, ସ୍ୱାଭିମାନ ଓ ସଶକ୍ତିକରଣରେ ପରିବର୍ତ୍ତନ ଆଣିବ। ପୁଅ-ଝିଅଙ୍କ ଭଳି ସେମାନେ ବି ସମାନତା ଓ ସ୍ବାଭିମାନର ସହିତ ବଞ୍ଚିପାରିବେ । ଯାହାଦ୍ବାରା ଲିଙ୍ଗଗତ ବିଭେଦ ହ୍ରାସ ସହିତ କିନ୍ନର ଆତ୍ମବିଶ୍ୱାସ ବଢିବ।

ଚାକିରି ସୁଯୋଗ:

ଓସିଏସ୍ ପରୀକ୍ଷାରେ ଭାଗ ନେଇ କିନ୍ନରମାନେ ବିଡିଓ, ତହସିଲଦାର, ସବକଲେକ୍ଟର,ଏଡିଏମ ଓ କଲେକ୍ଟର୍ ଭଳି ଉଚ୍ଚ ପ୍ରଶାସନିକ ପଦବୀରେ ପହଞ୍ଚିପାରିବେ। ଏହାଦ୍ବାରା ସେମାନଙ୍କୁ ସମ୍ମାନଜନକ ପଦ ଓ ସମାଜରେ ସମ୍ମାନ ମଧ୍ୟ ମିଳିପାରିବ ।

ଅର୍ଥନୈତିକ ସ୍ୱାଧୀନତା:

ପୂର୍ବରୁ ଅନେକ କିନ୍ନର ସାମାଜିକ ବିଭେଦ ଯୋଗୁଁ ସୀମିତ ରୋଜଗାରରେ ରହୁଥିଲେ। ଏବେ ସରକାରୀ ନିଯୁକ୍ତିରେ ପ୍ରବେଶ କରି ସେମାନେ ଆର୍ଥିକ ସ୍ୱାବଲମ୍ବୀ ଏବଂ ଉନ୍ନତ ଜୀବନଯାପନ କରିପାରିବେ। ସେପଟେ ଆଗକୁ ପ୍ରତ୍ୟେକ କ୍ଷେତ୍ରରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଦେଶରେ ଅନେକ ରାଜ୍ୟରେ ତୃତୀୟ ଲିଙ୍ଗ ବିକଳ୍ପକୁ ସରକାରୀ ଚାକିରି ପରୀକ୍ଷା ଫର୍ମରେ ଯୋଡ଼ାଯାଇଛି । ପ୍ରଥମ ରାଜ୍ୟ ଭାବେ ଆସାମ ପବ୍ଲିକ୍ ସର୍ଭିସ କମିଶନ ଫର୍ମରେ ଟ୍ରାନ୍ସଜେଣ୍ଡରକୁ ବିକଳ୍ପ ଲିଙ୍ଗ ଭାବେ ଯୋଡ଼ାଯାଇଥିଲା । ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେଉଛି।

Transgender Jobs OCS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ