ତେଜିଲା OCA ନିର୍ବାଚନ କଳି Photograph: (OTV)
ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି। ଜେନେରାଲ୍ ବଡି ବୈଠକକୁ ବୟକଟ୍ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ୍ କରି ଗଣମାଧ୍ୟମ ଆଗରେ ବର୍ଷିଛନ୍ତି ଲଳିତେନ୍ଦୁ। ସେ କହିଛନ୍ତି, “ନିୟମକୁ ଉଲ୍ଲଙ୍ଘନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘ ନିର୍ବାଚନ କରିସାରିଲେଣି। OCA ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି।
ସେ ପୁଣି କହିଛନ୍ତି, “ ମୁ ଏହାକୁ ବିରୋଧ କରି ବୟକଟ୍ କରୁଛି, BCCIକୁ ଏନେଇ ଅବଗତ କରିବି। ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି।କିଛି ଲୋକ ଦୀର୍ଘ ବର୍ଷ ହେଲା OCAକୁ କବ୍ଜା କରି ରଖିଛନ୍ତି।‘OCAରେ ଅନେକ ଆର୍ଥିକ ଅନିୟମିତତା ହୋଇଛି, ସ୍ପେଶାଲ ଅଡିଟ୍ ହେଉ।ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/oca-elections-trigger-controversy-2026-02-22-18-34-22.jpg)