Advertisment

OCA Election Controversy: ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ; ନିର୍ବାଚନକୁ ହୋ ହାଲ୍ଲା

ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି । ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ। ଓସିଏ ନିର୍ବାଚନକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ହୋ ହାଲ୍ଲା। ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରିଥିବା ବେଳେ ଆଉ କିଛି ସଦସ୍ୟ ନିର୍ବାଚନ ସ୍ଥଗିତ ରଖିବା ପାଇଁ କହିଥିଲେ ।

OCA Election Controversy

ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ Photograph: (OTV)

Advertisment

ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି । ଓସିଏ ସାଧାରଣ ପରିଷଦ ବୈଠକରେ ଅସନ୍ତୋଷ। ଓସିଏ ନିର୍ବାଚନକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ହୋ ହାଲ୍ଲା। ଓସିଏ ନିର୍ବାଚନ ତୁରନ୍ତ କରିବା ପାଇଁ କିଛି ସଦସ୍ୟ ଦାବି କରିଥିବା ବେଳେ ଆଉ କିଛି ସଦସ୍ୟ ନିର୍ବାଚନ ସ୍ଥଗିତ ରଖିବା ପାଇଁ କହିଥିଲେ । ଯାହାକୁ ନେଇ ବୈଠକରେ ଯୁକ୍ତିତର୍କ ହୋଇଥିଲା। 

Advertisment

ଓସିଏ କାଉନସିଲ ସଦସ୍ୟ ତଥା ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ସହ କିଛି ସଦସ୍ୟ ଓସିଏ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ। ହେଲେ ଅନ୍ୟ ସଦସ୍ୟମାନେ କହିଥିଲେ ଓସିଏ ନିର୍ବାଚନ ଏବେ ନହୋଇ ନୂଆ ସ୍ପୋର୍ଟସ ବିଲ୍ ଆସିବା ପରେ ହେଉ । ଯାହାକୁ ନେଇ ଓସିଏ ରାଜନୀତି ସରଗରମ ହୋଇଛି। ଲଳିତେନ୍ଦୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ନିୟମକୁ ଉଲ୍ଲଂଘନ କରି ଓସିଏ ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି। 

ଲୋଧା କମିଟି ନିୟମ ଅନୁସାରେ ୧୬ଟି ରାଜ୍ୟ କ୍ରିକେଟ ଆସୋସିଏସନ୍ ନିର୍ବାଚନ କରିସାରିଲାଣି ହେଲେ ଓସିଏ କରୁନାହିଁ। ଏ ବାବଦରେ ମୁଁ ବିସିସିଆଇକୁ ଅବଗତ କରାଇବା ସହ କୋର୍ଟର ଆଶ୍ରୟ ନେବି। ଓସିଏକୁ କିଛି ଲୋକ ବର୍ଷ ବର୍ଷ ଧରି ମାଡ଼ି ବସିଛନ୍ତି, ଦିନକୁ ଦିନ ଓଡିଶା କ୍ରିକେଟ୍ ତଳକୁ ଖସୁଛି। ଏମାନଙ୍କ ଉତ୍ତରଦାୟିତ୍ବ ରହିବା କଥା ହେଲେ ରହୁନାହିଁ। ବର୍ଷ ବର୍ଷ ଧରି ବହୁତ ଦୁର୍ନୀତି ଓସିଏରେ ହେଇଛି। ତାହାର ସ୍ପେଶାଲ ଅଡିଟ କରାଯାଉ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ସବୁ କହିବି ବୋଲି କହିଛନ୍ତି। 

Advertisment

ଅନ୍ୟପଟେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ଓସିଏ ଜେନେରାଲ ବଡି ମିଟିଂରେ ନିଷ୍ପତ୍ତି ନିଆଗଲା ନିର୍ବାଚନ ଏବେ ହେବନାହିଁ । ପ୍ରାୟ ସମସ୍ତ ସଦସ୍ୟ ସହମତି ଲିଖିତ ଆକାରରେ ଜଣାଇଛନ୍ତି। କୈଣସି ନିୟମ ଉଲ୍ଲଂଘନ ହୋଇନାହିଁ, ନୂଆ ସ୍ପୋର୍ଟସ ବିଲ ଆସିବା ପରେ ନିର୍ବାଚନ ହେବ। ତାହାର ରୂପରେଖ କଣ ହେଉଛି ଏବଂ ବିସିସିଆଇର ନିର୍ଦ୍ଦେଶ ପରେ ନିର୍ବାଚନ କରାଯିବ।

ଓସିଏରେ କୈଣସି ଦୁର୍ନୀତି ହୋଇନାହିଁ, ମୁଁ ଦାୟିତ୍ବ ନେବାପରେ ଆର୍ଥିକ ସ୍ତରରେ ଓସିଏ ସୁଦୃଢ ହୋଇଛି । ମୁଖ୍ୟମନ୍ତ୍ରୀ ଓସିଏ ବାବଦରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁକଥା ଆଲୋଚନା କରିବି।

Advertisment

  • ତେଜିଲା ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ନିର୍ବାଚନ କଳି
  • ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
  • ବୈଠକକୁ ବୟକଟ୍ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ
  • ‘ନିୟମକୁ ଉଲ୍ଲଙ୍ଘନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି’‘ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘ ନିର୍ବାଚନ କରିସାରିଲେଣି’
  • ‘OCA ନିର୍ବାଚନ ନ କରି ପୁଣି ଘୁଞ୍ଚାଇବାକୁ ଚେଷ୍ଟା କରୁଛି’
  • ‘ବିରୋଧ କରି ବୟକଟ୍ କରୁଛି, BCCIକୁ ଏନେଇ ଅବଗତ କରିବି’
  • ଦରକାର ପଡ଼ିଲେ ଆଇନର ଆଶ୍ରୟ ନେବି- ଲଳିତେନ୍ଦୁ ମହାପାତ୍ର
  • ‘କିଛି ଲୋକ ଦୀର୍ଘ ବର୍ଷ ହେଲା OCAକୁ କବ୍ ଜା କରି ରଖିଛନ୍ତି’
  • ‘OCAରେ ଅନେକ ଆର୍ଥିକ ଅନିୟମିତତା ହୋଇଛି, ସ୍ପେଶାଲ ଅଡିଟ୍ ହେଉ’
  • ‘ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି’
OCA Odisha Cricket Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ