Advertisment

Nuapada Makes History in Bypoll: ଉପନିର୍ବାଚନରେ ନୂଆପଡ଼ା ଲେଖିଲା ନୂଆ ଇତିହାସ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡ଼ା ଜନାଦେଶରେ ଲକ୍ଷାଧିକ ଭୋଟ୍ ପାଇ ଜୟ ମାରିଛନ୍ତି ବାଜିମାତ୍। ଦ୍ବିତୀୟ ସ୍ଥାନରେ ରହିଗଲେ କଂଗ୍ରେସର ଘାସିରାମ ମାଝୀ। ଆସନ୍ତୁ ଜାଣିବା, ନୂଆପଡ଼ାରେ ବିଜେପିର ବିଜୟ ପଛର ୧୦ଟି ପ୍ରମୁଖ ଫ୍ୟାକ୍ଟର।...

NUAPADA

NUAPADA Photograph: (OTV)

Advertisment

ଆଶାଠୁ ବଳିଗଲା, ନୂଆ ଇତିହାସ ବି ରଚିଲା। ସ୍ବର୍ଗତ ରାଜୁ ଢୋଲକିଆଙ୍କ ପୁଅ ଜୟଙ୍କ ବମ୍ପର ବିଜୟକୁ ନେଇ ପଦ୍ମ ଶିବିର ଏବେ ଉତ୍ସାହିତ। ରେକର୍ଡ ପରିମାଣର ଭୋଟ୍ ପାଇବା ସହ ପ୍ରଥମ ସ୍ଥାନରେ ଥିବା ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ନୂଆପଡ଼ା ଦଖଲ କରିଛି ବିଜେପି।

Advertisment

ନୂଆପଡ଼ା ଜନାଦେଶରେ ଲକ୍ଷାଧିକ ଭୋଟ୍ ପାଇ ଜୟ ମାରିଛନ୍ତି ବାଜିମାତ୍। ଦ୍ବିତୀୟ ସ୍ଥାନରେ ରହିଗଲେ କଂଗ୍ରେସର ଘାସିରାମ ମାଝୀ। ଆସନ୍ତୁ ଜାଣିବା, ନୂଆପଡ଼ାରେ ବିଜେପିର ବିଜୟ ପଛର ୧୦ଟି ପ୍ରମୁଖ ଫ୍ୟାକ୍ଟର।...

ନୂଆପଡ଼ା ଉପନିର୍ବାଚନରେ ନୂଆ ରେକର୍ଡ...ବମ୍ପର ବିଜୟ ହାସଲ କରିଥିବା ବିଜେପି ଲେଖିଲା ନୂଆ ଇତିହାସ...ବାପା ରାଜୁ ଢୋଲକିଆ ଯାହା କରିପାରିନଥିଲେ, ତାହା କରିଦେଖାଇଲେ ପୁଅ ଜୟ ଢୋଲକିଆ...ବିଶ୍ବାସ କରି ହେଉନଥିବା ଉପ ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା, ସବୁଠି ହଟଚମଟ। କାରଣ ନୂଆପଡ଼ା ରାଜନୀତି ମୈଦାନରେ ଯେଉଁ ଦଳ ଦିନେ ତୃତୀୟ ସ୍ଥାନରେ ଥିଲା, ସେହି ଦଳ ଆଜି ୧ ଲକ୍ଷରୁ ଅଧିକ ଭୋଟ୍ ସହ ଅବିଶ୍ବସନୀୟ ବିଜୟ ହାସଲ କରି ଶୀର୍ଷକୁ ଉଠିଛି।

Advertisment

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭରସା କରିଥିବା ବିଜେଡି ତୃତୀୟ ସ୍ଥାନକୁ ଖସିଛି। ଗଣତି ଆରମ୍ଭରୁ ହିଁ ପ୍ରତିଟି ରାଉଣ୍ଡରେ ଆଗୁଆ ଥିବା ଜୟଙ୍କ ସଫଳତା ପରେ ପଦ୍ମ ଶିବିରରେ ଖୁସିର ମାହୋଲ୍ । ...ବାଜା, ବାଣ ସହ ନାଚରେ କମ୍ପୁଛି ବିଜେପି କ୍ୟାମ୍ପ। ଉତ୍ସାହିତ ନେତା, ଉଲ୍ଲସିତ କର୍ମୀ। ଜୟଙ୍କ ବିଜୟ ଶୋଭାଯାତ୍ରାରେ କମ୍ପୁଛି ନୂଆପଡ଼ା। ଡବଲ ଇଞ୍ଜିନ୍ ସରକାରରେ ପ୍ରଥମ ଉପ ନିର୍ବାଚନରେ ଅଭୂତପୂର୍ବ ବିଜୟ ପରେ ଶିଖରକୁ ଛୁଇଁଛି ସମସ୍ତଙ୍କ ଖୁସି। ବିଜୟ ପ୍ରାର୍ଥୀ ଜୟ ଢୋଲକିଆ ବି ଭାବବିହ୍ବଳ ହୋଇଛନ୍ତି। କହିଛନ୍ତି, ଏହି ସଫଳତା ପଛରେ ବାପା ରାଜୁ ଢୋଲକିଆଙ୍କ ଆଶୀର୍ବାଦ ରହିଛି। 

ତେବେ ଶଙ୍ଖ ଗଡ଼ରେ ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ କାହିଁକି ପ୍ରାୟ ୩୮ ହଜାର ଭୋଟରେ ସୀମିତ ରଖିଲା ବିଜେପି ? ଆଦିବାସୀ ସଂପ୍ରଦାୟର ଟାଣୁଆ ନେତା ଘାସିରାମଙ୍କୁ ପ୍ରାର୍ଥୀ କରି ମୈଦାନକୁ ଆଗୁଆ ଛାଡ଼ିଥିଲେ ବି କାହିଁକି ଫେଲ୍ ମାରିଲା କଂଗ୍ରେସ ରଣନୀତି ? ରାଜନୀତି ମୈଦାନରେ ଏବେ ଏଭଳି ଚର୍ଚ୍ଚା ହେବା ସହ ବିଜେପିର ବିଜୟ ପଛରେ ଅନେକ ଗୁଡ଼ାଏ ଫ୍ୟାକ୍ଟର କାମ ଦେଇଛି। ମୁଖ୍ୟତଃ ନିର୍ଣ୍ଣାୟକ ମୋଡ ନେଇଛି ୧ ଲକ୍ଷ ୮ହଜାରରୁ ଅଧିକ ମହିଳା ଭୋଟ୍। ଏକଦା SHG ଜରିଆରେ ବିଜେଡି ନିଜ ପାଇଁ ତିଆରି କରିଥିଲା ମହିଳା ଭୋଟ ବ୍ୟାଙ୍କ। କିନ୍ତୁ ସୁଭଦ୍ରା ଯୋଜନା ଜରିଆରେ ଏହାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ମୋହନ ସରକାର। ଏସବୁ ବ୍ୟତୀତ ଅନ୍ୟ ସବୁ ଫ୍ୟାକଟର ହେଉଛି... 

Advertisment

ଡବଲ ଇଞ୍ଜିନ୍ ସରକାରର ଲୋକପ୍ରିୟତା

- ୧୬ ମାସର ଡବଲ ଇଞ୍ଜିନ୍ ସରକାରର ଲୋକପ୍ରିୟତା
- ବାପା ରାଜୁ ଢୋଲକିଆଙ୍କ ସମର୍ଥକଙ୍କୁ ପୁଅ ଜୟ ନିଜ ପାଖରେ ରଖିପାରିବା 
- ଉପ ନିର୍ବାଚନୀ ପ୍ରଚାର ମୈଦାନରେ ବିଜେଡ଼ିର ‘ବେଇମାନ୍ ପଲିଟିକ୍ସ’
- ଜୟ ଢୋଲକିଆଙ୍କୁ ବିଜେଡି ନେତାଙ୍କ ବ୍ୟକ୍ତିଗତ ଆକ୍ଷେପ
- ବାପାଙ୍କ ମୃତ୍ୟୁ ଏବଂ ବିଜେଡିର ଆକ୍ଷେପରୁ ଜୟ ଢୋଲକିଆ ସିମ୍ପାଥି ଗୋଟାଇବା
- ବୁଥ୍ ମ୍ୟାନେଜମେଣ୍ଟରେ ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କୁ ଦାୟିତ୍ବ
- ପ୍ରଚାର ମୈଦାନରେ ପଡୋଶୀ ଛତିଶଗଡ଼ ସିଏମ୍ଙ୍କ ସହ ହେଭିୱେଟଙ୍କ କ୍ୟାମ୍ପେନ୍ 
- ନୂଆପଡ଼ା ବାସୀଙ୍କୁ ନିର୍ବାଚନ ଆଗରୁ ୧୧ ଶହ କୋଟିର ପ୍ରକଳ୍ପ ଭେଟି 
- ନୂଆପଡ଼ା ଦାୟିତ୍ବ ନିଜେ ନେବାକୁ ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ବଡ଼ କଥା ହେଉଛି, ସ୍ବର୍ଗତ ବିଜେଡି ବିଧାୟକ ରାଜୁ ଢୋଲକିଆଙ୍କ ପୁଅଙ୍କୁ ଆଣିବା ପରେ ବିଜେପିରେ ବିଦ୍ରୋହର ଆଶଙ୍କା ରହୁଥିଲା। କିନ୍ତୁ ତାକୁ ଶୀର୍ଷ ନେତୃତ୍ବ ମ୍ୟାନେଜ୍ କରିବାରେ ସଫଳ ହେବା ସହ ଆଜି ବିଜୟର ସ୍ବାଦ ଚାଖି ନୂଆପଡ଼ାରେ ଇତିହାସ ରଚିଛି ଦଳ।... 

nuapada byelection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ