Advertisment

Nuapada Bypoll Announced; ବାଜିଲା ନୂଆପଡ଼ା ଉପନିର୍ବାଚନ ବିଗୁଲ୍, ୧୧ଶହ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

ବାଜିଲା ବିଗୁଲ୍, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ। ୧୪ରେ ବାହାରିବ ଫଳାଫଳ। ଆଉ ବିଗୁଲ ସହ ଗ୍ରାଉଣ୍ଡରେ ଆରମ୍ଭ ହୋଇଯାଇଛି କସରତ। ଏଣେ ତାରିଖ ଘୋଷଣା ପୂର୍ବରୁ ଆଜି ନୂଆପଡାରେ ହାଇଭୋଲଟେଜ କାର୍ଯ୍ୟକ୍ରମ।

NUAPADA BY-ELECTION

NUAPADA BY-ELECTION Photograph: (OTV)

Advertisment

୧୫ ଦିନରେ ଦ୍ୱିତୀୟ ଥର ନୂଆପଡା ଗସ୍ତରେ ଯାଇ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ତାଙ୍କ ଗସ୍ତକୁ କାଉଣ୍ଟର କଂଗ୍ରେସ କରିଛି ନ୍ୟାୟ ଯାତ୍ରା। ବିଜେଡି କହିଛି କିଛି ପ୍ରଭାବ ପଡିବନି, ନୂଆପଡା ବିଜେଡିର ଥିଲା ରହିବ।

Advertisment

ନୂଆପଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ନଭେମ୍ବର ୧୧ ତାରିଖରେ ପଡିବ ଭୋଟ୍। ୧୪ରେ ଗଣତି। ବିହାର ବିଧାନସଭା ନିର୍ବାଚନ ସହ ୮ ରାଜ୍ୟରେ ବାଏପୋଲ୍ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନୂଆପଡା ଉପନିର୍ବାଚନ ପାଇଁ ଅକଟୋବର ୧୩ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। 

୨୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବା ବେଳେ ୨୨ରେ ସ୍କ୍ରୁଟିନୀ, ୨୪ରେ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୧୧ ତାରିଖରେ ହେବ ଭୋଟ୍ ଆଉ ୧୪ରେ ବାହାରିବ ଫଳାଫଳ। ଏପଟେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମଧ୍ୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସର୍ବଦଳୀୟ ବୈଠକ କରି ଭୋଟର ତାଲିକା ସଂଶୋଧନ ଆରମ୍ଭ ହୋଇଥିବା ବେଳେ ଅକଟୋବର ୯ ତାରିଖରେ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶ ପାଇବ।

Advertisment

ତାରିଖ ଘୋଷଣା ନହେଉଣୁ ତେଜିଲାଣି ରାଜନୀତି। ୧୫ ଦିନ ଭିତରେ ନୂଆପଡାକୁ ଦ୍ୱିତୀୟ ଗସ୍ତ କରି ୧୧ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ବଡ କଥା ହେଲା ପୂର୍ବ ସରକାର ସମୟରୁ ଦାବି ହୋଇ ଆସୁଥିବା କୋମନା ଏବଂ ସିନାପାଲିକୁ ଏନଏସି ଘୋଷଣା କରିଥିବା ବେଳେ ଖରିଆର ରୋଡକୁ ଏନଏସିରୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। 

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡାର ବିକାଶ ଦାୟିତ୍ୱ ମୋର, ମୁଁ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବି ଆଉ ଆବଶ୍ୟକ ହେଲେ ବାରମ୍ବାର ଆସିବି।
ମୋହନଙ୍କ ବିଗ୍ ଶୋକୁ କାଉଣ୍ଟର କରି ଆଜି ନୂଆପଡାରେ କୋମନା ଠାରୁ ଖରିଆର ରୋଡ ଯାଏଁ ନ୍ୟାୟ ସମାବେଶ ଯାତ୍ରା କରିଛି କଂଗ୍ରେସ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଭାବ ପଡିବ ନାହିଁ ବୋଲି କଂଗ୍ରେସ କହିଥିବା ବେଳେ ବିଜେଡି କହିଛି, ନୂଆପଡା ତାଙ୍କର ଥିଲା ଆଉ ରହିବ।

Advertisment

Bypoll Nuapda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ