Advertisment

ଏଣିକି ଘରେ ବସି କଟକ ପ୍ରସିଦ୍ଧ ଦହିବରା ଆଳୁଦମର ମଜା ଉଠାଇ ପାରିବେ

କଟକ(ପ୍ରଭାତ ବିଷୋୟୀ): ଦହିବରା ଆଳୁଦମ ନାଁ ଶୁଣିଲେ ପାଟିରୁ ଲାଳ ଆସିଯାଏ। ଆଉ କଟକର ଜଣାଶୁଣା ବାବୁଲା ଦହିବରା କଥା ପଡ଼ିଲେ ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟରେ ଏବେ ଲକ୍‌ଡାଉନ୍‌ କଟକଣା ସହ ସପ୍ତାହାନ୍ତ…

ଅଦ୍ୟତନ ହୋଇଛି
ଏଣିକି ଘରେ ବସି କଟକ ପ୍ରସିଦ୍ଧ ଦହିବରା ଆଳୁଦମର ମଜା ଉଠାଇ ପାରିବେ

dahibara

Advertisment

କଟକ(ପ୍ରଭାତ ବିଷୋୟୀ): ଦହିବରା ଆଳୁଦମ ନାଁ ଶୁଣିଲେ ପାଟିରୁ ଲାଳ ଆସିଯାଏ। ଆଉ କଟକର ଜଣାଶୁଣା ବାବୁଲା ଦହିବରା କଥା ପଡ଼ିଲେ ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟରେ ଏବେ ଲକ୍‌ଡାଉନ୍‌ କଟକଣା ସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଜରୁରୀ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟାବଶ୍ୟକ ନଥିଲେ ଲୋକଙ୍କୁ ବାହାରକୁ ବାହାରିବା ମନା। ତେଣୁ ପାଟିକୁ ଟିକେ ସୁଆଦିଆ କରିବା ପାଇଁ ଲୋକମାନେ ଅନ୍‌ଲାଇନ୍‌ରେ ସେମାନଙ୍କର ମନ ପସନ୍ଦର ଖାଦ୍ୟ ଅର୍ଡର କରି ଘରେ ବସି ଏହାର ମଜା ଉଠାଉଛନ୍ତି। ଦୋକାନ ବଜାର ବନ୍ଦ ଥିବାରୁ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ଟିକେ ପାଟିରେ ବାଜୁନି। କାରଣ ସବୁ ଦହିବରା ଆଳୁଦମ ଠେଲା ଗାଡ଼ିରେ ପଡ଼ିଛି ଲକଡାଉନର ଶିଙ୍କୁଳି। ହେଲେ ଏବେ ଆଉ ଆପଣଙ୍କୁ ଦହିବରା ଆଳୁଦମ ଖାଇବା ପାଇଁ ଲକ୍‌ଡାଉନ୍‌ କଟକଣା ଉଠିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମୋବାଇଲ ଚିପିଲେ ମାତ୍ର ଅଧ ଘଣ୍ଟାଏ ମଧ୍ୟରେ ଆପଣଙ୍କ ଘରେ ପହଞ୍ଚି ଯିବ ଦହିବରା ଆଳୁଦମ। କଟକ ପ୍ରସିଦ୍ଧ ବାବୁଲା ଦହିବରା ଲୋକଙ୍କ ପାଇଁ ଏଭଳି ସୁବିଧା ଆଣି ଦେଇଛନ୍ତି।

Advertisment

dahibara

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ବନ୍ଦ ହୋଇ ରହିଥିଲା। ହେଲେ କଟକ ଦେଉଳ ସାହିରେ ରହୁଥିବା ବାବୁଲା ତାଙ୍କ ଗ୍ରାହକଙ୍କ ପାଖରେ ପହଞ୍ଚିବା ପାଇଁ ବାଛିଲେ ଅନ୍‌ଲାଇନ୍‌ ଡେଲିଭରି ମାଧ୍ୟମ। ଦିଲ୍ଲୀରେ କଟକ ଦହିବରାକୁ ଏକ ସ୍ୱତନ୍ତ୍ର ପରିଚୟ କରାଇପାରିଥିବା ବାବୁଲା ଦହିବରାର ରହିଛି ଫୁଲ୍‌ ଡିମାଣ୍ଡ। ଗ୍ରାହକଙ୍କ ଏହି ଚାହିଦା ପୂରଣ କରିବା ଲାଗି ଅନ୍‌ଲାଇନ୍‌ ଡେଲିଭରି ସଂସ୍ଥା ଜୋମାଟୋ ସହ ମିଶି ମାସକ ପୂର୍ବରୁ ବାବୁଲା ଅନ୍‌ଲାଇନ୍‌ରେ ଦହିବରା ବ୍ୟବସାୟ ଆରମ୍ଭ କରିଛନ୍ତି। ପ୍ରଥମେ ପ୍ରଥମେ ବ୍ୟବସାୟରେ ଏତେ ଲାଭ ହୋଇନଥିଲା, ହେଲେ ଏବେ କିନ୍ତୁ ବେପାର ଜମିଲାଣି। ଏଥିପାଇଁ ଗ୍ରାହକଙ୍କୁ ଦିନ ୨ଟା ପରେ ଅନ୍‌ଲାଇନ୍‌ରେ ଅର୍ଡର କରିବାକୁ ପଡ଼ିବ। ଅର୍ଡର ପରେ ଜୋମାଟୋ ବୟ ଆସି ବାବୁଲାଙ୍କ ଘରୁ ଦହିବରା ପାର୍ସଲ ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି। ସନ୍ଧ୍ୟା ୭ ଟା ପୂର୍ବରୁ ବେପାର ଶେଷ। ଦିନକୁ ପାଖାପାଖି ୨୦୦ ପ୍ଲେଟ ବେପାର ହେଉଥିବା ବାବୁଲା କହିଛନ୍ତି।


aludum

ଲକ୍‌ଡାଉନ୍‌ ସମୟରେ ବାବୁଲାଙ୍କ ଏହି ଉଦ୍ୟମ ଅନ୍ୟ ଦହିବରା ବ୍ୟବସାୟୀଙ୍କ ପାଇଁ ଏକ ବିକଳ୍ପ ଉଦାହରଣ ବୋଲି କୁହାଯାଉଛି।

Advertisment

dahibara aludum

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ