Advertisment

Newly Married Woman Missing: ନବବଧୂ ନିଖୋଜକୁ ନେଇ ବିବାଦ, ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ

ଶାଶୂଘରୁ ନବବଧୂ ନିଖୋଜକୁ ନେଇ ବିବାଦ। ପୁରୀ ଜିଲ୍ଲା କଣାସ ବ୍ଲକ୍ ସୁନାଖଳା ଗାଁର ଘଟଣା। ବୋହୂ ନଦୀକୁ ଗାଧୋଇ ଯାଇ ଫେରିନଥିବା କହିଲେ ଶାଶୂଘର। ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକଙ୍କ ଅଭିଯୋଗ।

Newly Married Woman Missing

ନବବଧୂ ନିଖୋଜକୁ ନେଇ ବିବାଦ Photograph: (OTV)

Advertisment

ଶାଶୂଘରୁ ନବବଧୂ ନିଖୋଜକୁ ନେଇ ବିବାଦ। ପୁରୀ ଜିଲ୍ଲା କଣାସ ବ୍ଲକ୍ ସୁନାଖଳା ଗାଁରେ ନବବଧୂ ନିଖୋଜକୁ ନେଇ ଦେଖାଦେଇଛି ଉତ୍ତେଜନା । ନିଖୋଜ ମହିଳା ହେଲେ କାଳିଘଡ଼ି ଗାଁର ରାମଚନ୍ଦ୍ରଙ୍କ ସାମନ୍ତରାୟଙ୍କ ଝିଅ। ଶାଶୂଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ। ପ୍ରତିବାଦରେ ଜଗନ୍ନାଥ ସଡ଼କରେ ଟାୟାର ଜାଳି ନ୍ୟାୟ ଦାବି କରିଛନ୍ତି । 

Advertisment

ଅଭିଯୋଗ ଅନୁସାରେ, ଦୁଇମାସ ତଳେ ରାମଚନ୍ଦ୍ରଙ୍କ ଝିଅ ସୁନାଖଳା ଗାଁର ରବୀନ୍ଦ୍ର ଚମ୍ପତ୍ତିଙ୍କୁ ବିବାହ କରିଥିଲେ। ତେବେ ଗତକାଲିଠୁ ସେ ନିଖୋଜ ଥିବାବେଳେ ବୋହୂ ନଦୀକୁ ଗାଧୋଇ ଯାଇ ଫେରିନଥିବା ସଫେଇ ଦେଇଛନ୍ତି ଶାଶୂଘର ଲୋକେ। ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳୁନଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। 

ସେପଟେ ପୋଲିସ ଶାଶୂଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବାବେଳେ ସ୍ବାମୀ ଓ ଶଶୁର ଫେରାର୍ ଥିବା ଜଣାପଡ଼ିଛି। ଉଭୟ ଫେରାର ହେବା ଘଟଣା ସନ୍ଦେହକୁ ବଢାଇଛି । ତେବେ ଏନେଇ ନବବଧୂଙ୍କ ଶାଶୂଘର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Advertisment

  • ଶାଶୂଘରୁ ନବବଧୂ ନିଖୋଜକୁ ନେଇ ବିବାଦ
  • ପୁରୀ ଜିଲ୍ଲା କଣାସ ବ୍ଲକ୍ ସୁନାଖଳା ଗାଁର ଘଟଣା
  • ବୋହୂ ନଦୀକୁ ଗାଧୋଇ ଯାଇ ଫେରିନଥିବା କହିଲେ ଶାଶୂଘର
  • ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକଙ୍କ ଅଭିଯୋଗ
  • ଶାଶୂଙ୍କୁ ଥାନାକୁ ନେଇ ପୋଲିସର ପଚରାଉଚରା
  • ସ୍ବାମୀ ଓ ଶ୍ବଶୁର ଫେରାର, ବଢିଲା ସନ୍ଦେହ
Odisha Crime Missing Woman Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ