Advertisment

Shocking Act: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା, ବାଥରୁମରେ ଫୋପାଡି ମା' ଚମ୍ପଟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଚିତ୍ର । ବାଥରୁମରେ ଶିଶୁକନ୍ୟାକୁ ଫୋପାଡି ମା' ଚମ୍ପଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର ହୋଇଯାଇଛି।

New Born

New Born Photograph: (OTV)

Advertisment

ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଅଭାବନୀୟ ଚିତ୍ର । ବାଥରୁମରେ ଶିଶୁକନ୍ୟାକୁ ଫୋପାଡି ମା' ଚମ୍ପଟ । ଗତକାଲି ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର  ବାଥରୁମରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର ହୋଇଯାଇଛି।

Advertisment

ତେବେ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଜରା ରୋଗୀ ୱାର୍ଡରେ କେହି ଜଣେ ମହିଳା ବାଥରୁମରେ ଶିଶୁକନ୍ୟାକୁ ଜନ୍ମ କରି ଛାଡ଼ି ପଳାଇଥିଲେ । ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ବାଥରୁମ ଯିବା ବେଳେ ନବଜାତ ଶିଶୁକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ ।

ପରେ ଏହି ଶିଶୁ କନ୍ୟାଟି ମୃତ୍ୟୁ ବରଣ କରିଥିଲା। ତେବେ ଶିଶୁର ମାଆକୁ ଠାବ କରାଯାଇନଥିବା ବେଳେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

Advertisment

   
ପୁଣି ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଚିତ୍ର 
ବାଥରୁମରେ ଶିଶୁକନ୍ୟାକୁ ଫୋପାଡି ମା' ଚମ୍ପଟ
ନବଜାତ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା'କୁ ଠାବ କରାଯାଇନାହିଁ

New Born Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ