Advertisment

Newborn Baby Found Dead in Pond: ପୋଖରୀ ହୁଡାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର, କିଏ ଫିଙ୍ଗିଲା…

ରବିବାର ସକାଳ ଥରେଇ ଦେଇଛି ହୃଦୟ। ପୋଖରୀ ହୁଡାରେ ଭାସୁଥିବା ଏକ ନବଜାତ ଶିଶୁର ମୃତଦେହ ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଜମରୁଣ୍ଡା ନିକଟସ୍ଥ କୋଏଲାର ବେଡା ଗ୍ରାମର ଏକ ପୋଖରୀ ହୁଡାରେ ଘଟିଥିବା ଜଣାପଡ଼ିଛି।

Newborn Baby Found Dead in Pond

Newborn Baby Found Dead in Pond Photograph: (OTV)

Advertisment

ରବିବାର ସକାଳ ଥରେଇ ଦେଇଛି ହୃଦୟ। ପୋଖରୀ ହୁଡାରେ ଭାସୁଥିବା ଏକ ନବଜାତ ଶିଶୁର ମୃତଦେହ ଦେଖି ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

Advertisment

ଏହି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଜମରୁଣ୍ଡା ନିକଟସ୍ଥ କୋଏଲାର ବେଡା ଗ୍ରାମର ଏକ ପୋଖରୀ ହୁଡାରେ ଘଟିଥିବା ଜଣାପଡ଼ିଛି। ସକାଳୁ ସ୍ଥାନୀୟ ଲୋକେ ପୋଖରୀ ପାଖରେ ଶିଶୁଟିର ମୃତଦେହ ଦେଖି ସଙ୍ଗେସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ।

ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁଟିର ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। କିଏ ଏବଂ କାହିଁକି ଏପରି ଅମାନବୀୟ କାମ କରିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ମୃତ ଶିଶୁଟିର ପରିଚୟ ମଧ୍ୟ ଅଜଣା ଅଛି।

Advertisment

ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକ ଓ ଚର୍ଚ୍ଚାର ମହଲ ସୃଷ୍ଟି ହୋଇଛି। ପୋଲିସ ମାମଲାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଥିବା ବେଳେ, ସତ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Odisha News Nabarangpur Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ