ୟୁ-ଟ୍ୟୁବର ରାହୁଲଙ୍କୁ କାହିଁକି ହେଲା ମର୍ଡର୍… Photograph: (OTV)
ଦୂର ହେଉନି ସନ୍ଦେହ, ଶୁଖୁନି ଆଖିର ଲୁହ। କାହିଁକି ୟୁ-ଟ୍ୟୁବର ରାହୁଲ ମହାରଣାଙ୍କୁ ହତ୍ୟା କରାଗଲା ? ପତ୍ନୀ ତ୍ରିଶା ଏବଂ ପରିବାର ଲୋକେ ଏଯାଏଁ ଗ୍ରହଣ କରିପାରୁନାହାଁନ୍ତି କୌଣସି କାରଣକୁ। ସଡନ୍ ପ୍ରୋଭୋକେସନ୍ ତଥା ହଠାତ ଉତ୍ତେଜନାରୁ ହତ୍ୟା କଥା ପୋଲିସ କହୁଥିଲେ ବି ହତ୍ୟା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରୁଛନ୍ତି ପରିବାର ଲୋକେ।
ପାର୍କିଂ ବିବାଦରୁ ସ୍ବାମୀଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥାଇପାରେ ବୋଲି କହିଛନ୍ତି ପତ୍ନୀ। ଏସବୁ ଭିତରେ ଗିରଫ ୩ ଅଭିଯୁକ୍ତଙ୍କୁ ମଞ୍ଚେଶ୍ବର ପୋଲିସ କୋର୍ଟଚାଲାଣ କରିବା ସହ ଅନେକ ଲୋକଙ୍କ ଷ୍ଟେଟମେଣ୍ଟ ରେକର୍ଡ କରି ତଦନ୍ତ କରୁଛି।...
ରାଜଧାନୀରେ ଚର୍ଚ୍ଚିତ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ କାହିଁକି କରାଗଲା ହତ୍ୟା ? ହଠାତ ରାଗିଯାଇ ଛାତିରେ ଛୁରି ମାରିଦେଲେ ଯୁବକ ନା ହତ୍ୟାକାଣ୍ଡ ଥିଲା ଯୋଜନାବଦ୍ଧ ? ହତ୍ୟାକାରୀଙ୍କ ପାଖକୁ ହଠାତ୍ ଛୁରୀ ଆସିଲା କେଉଁଠୁ ନା ରାହୁଲଙ୍କୁ ମାରିବା ପାଇଁ ପୂର୍ବରୁ ହିଁ ଛୁରୀ ପାଖରେ ରଖିଥିଲେ କି ଅଭିଯୁକ୍ତ ? ଏମିତି କେଉଁ ଘଟଣା ଘଟିଗଲା ଯେ ମଣିଷ ମାରିବା ଯାଏଁ କଥା ଗଲା ?
ଏଭଳି ନାନା ପ୍ରଶ୍ନର କୁହେଳିକା ଭିତରେ ଘାଣ୍ଟି ଚକଟି ହେଉଛନ୍ତି, ରାହୁଲଙ୍କ ପତ୍ନୀ ତ୍ରିଶା। ସାଧାରଣତଃ ମେଳାପୀ ଏବଂ ସୋସିଆଲ୍ ମିଡ଼ିଆରେ ବେଶ୍ ଲୋକପ୍ରିୟ ଥିଲେ ରାହୁଲ। ଏପରିକି ପତି-ପତ୍ନୀ ମିଶି କେତେ ଯେ ରିଲ୍ସ, କେତେ ଯେ ବ୍ଲଗ୍ କରିଛନ୍ତି, ଆଜି ପ୍ରତିଟି ମୂହୁର୍ତ୍ତକୁ ଭାଳି ହେଉଛନ୍ତି ପତ୍ନୀ ତ୍ରିଶା। ହତ୍ୟାକାଣ୍ଡକୁ ୩ ଦିନ ହୋଇଥିଲେ ବି ସହଜରେ ଗ୍ରହଣ କରପାରୁନାହାନ୍ତି ସେ। କହିଛନ୍ତି, ପୂର୍ବରୁ ଏକ ପାର୍କିଂ ବିବାଦ ଥିଲା। ସେହି ବିବାଦରୁ ତାଙ୍କୁ ହତ୍ୟା କରିଥାଇପାରନ୍ତି। ତଥାପି ସବୁ ଦିଗରୁ ତଦନ୍ତ କରି ସତ
ୟୁଟ୍ୟୁବର୍ ରାହୁଲ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ୩ ଅଭିଯୁକ୍ତ ଯଥା ସଂଗ୍ରାମ କେଶରୀ ବେହେରା ଓରଫ ଶତୁରା ଯିଏ ଜଣେ ଯବାନ ଏବଂ ୨ ପୁତୁରା ସମରେନ୍ଦ୍ର ବେହେରା ଓରଫ ମୁନା ଓ ସଂଗ୍ରାମ ବେହେରା ଓରଫ କୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଯାହାଙ୍କୁ ଜେଲ୍ ଭିତରେ ଟିଆଇ ପରେଡ ପାଇଁ ପୋଲିସ ଯୋଜନା ରଖିଛି।
ତେବେ ହତ୍ୟା ଅଭିଯୁକ୍ତଙ୍କ ଦ୍ବାରା ଆକ୍ରମଣର ଶୀକାର ଶିବ ଏବେ କେଉଁଠି ? ତାଙ୍କ ଅବସ୍ଥା ଏବେ କ’ଣ ? ହତ୍ୟା ଅଭିଯୁକ୍ତଙ୍କ କବଳରୁ ଶିବ ବର୍ତ୍ତିଗଲେ କେମିତି ? କେଉଁଠୁ ଛୁରୀ ଆସିଲା ? ଏହି ତମାମ ଦିଗକୁ ନେଇ ପୋଲିସ ଖୋଳତାଡ଼ କରିବା ସହ ୮ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି।
୪ ମାସ ତଳର କଥା। ହାତକୁ ଦି’ ହାତ ହେବା ପରେ ନିଜର ସୁନେଲୀ ସଂସାରକୁ କେତେ ସ୍ବପ୍ନ ଦେଖିଥିଲେ ତ୍ରିଶା। ସ୍ବାମୀଙ୍କ ବାହୁବନ୍ଧନରେ ଆବଦ୍ଧ ହୋଇ କେତେ ଭାବବିହ୍ବଳ ହୋଇପଡୁଥିଲେ ସେ। ଆଜି ସେହି ଦମ୍ପତ୍ତିଙ୍କ ଉପରେ କାହାର ନଜର ଲାଗିଗଲା କେଜାଣି, ସୋସିଆଲ ମିଡ଼ିଆରେ ସବୁକିଛି ଏବେ ସ୍ମୃତି ହୋଇରହିଗଲା। ସବୁକିଛି ଓଲଟପାଲଟ ହୋଇଗଲା। ସ୍ବାମୀଙ୍କୁ ହରାଇବା ପରଠୁ ନିର୍ବାକ୍, ନିଶ୍ଚଳ ତ୍ରିଶା। ଅପେକ୍ଷା, ରାହୁଲଙ୍କୁ ହତ୍ୟା ପଛରେ ଆଗକୁ କି ସତ ସାମ୍ନାକୁ ଆସୁଛି, ଏବଂ ପତ୍ନୀ ଓ ପରିବାରର ଆଶଙ୍କା କେବେ ଦୂର ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/02/family-suspects-youtuber-murder-2026-03-02-19-54-12.jpg)