Advertisment

Municipal Elections Likely in 28: ପଞ୍ଚାୟତ ଫାଇଟ ପୂର୍ବରୁ ପୌର ପରୀକ୍ଷା, ଜୁନରେ ହେବ ୨୮ଟି ଏନଏସିରେ ନିର୍ବାଚନ!

ପଞ୍ଚାୟତ ଫାଇଟ ପୂର୍ବରୁ ପୌର ପରୀକ୍ଷା। ଜୁନରେ ହୋଇପାରେ ନବ ଘୋଷିତ ୨୮ଟି ଏନଏସିରେ ନିର୍ବାଚନ। ମାର୍ଚ୍ଚ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ସାରିବାକୁ ଚିଠି। ସରକାରଙ୍କୁ ନିର୍ବାଚନ କମିଶନଙ୍କ ଚିଠି। କାହା ସପକ୍ଷରେ ଯିବ ନୂଆ ଏନଏସି, ବଢିଲା ଚର୍ଚ୍ଚା।

Municipal Elections Likely in 28

ପଞ୍ଚାୟତ ଫାଇଟ ପୂର୍ବରୁ ପୌର ପରୀକ୍ଷା Photograph: (OTV)

Advertisment

ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ । ହେଲେ ତା ପୂର୍ବରୁ ସାମ୍ନା କରିବାକୁ ହେବ ପୌର ନିର୍ବାଚନ । ଡିସେମ୍ବରରେ ନୂଆ ସରକାର ଘୋଷଣା କରିଥିବା ୨୮ଟି ଏନଏସିରେ ଜୁନରେ ହୋଇପାରେ ନିର୍ବାଚନ। ମାର୍ଚ୍ଚ ସୁଦ୍ଧା ସବୁ ନୂଆ ଏନଏସିର ସୀମା ନିର୍ଦ୍ଧାରଣ ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଆଉ ତାପରେ ସଂରକ୍ଷଣ ଏବଂ ଭୋଟର ତାଲିକା ପ୍ରସ୍ତୁତ କରି ସରିବ ନିର୍ବାଚନ ପ୍ରକ୍ରିୟା।

Advertisment

ପଞ୍ଚାୟତ ଫାଇଟ୍ ପୂର୍ବରୁ ହେବ ପୌର ପରୀକ୍ଷା। ଜୁନରେ ହୋଇପାରେ ୨୮ଟି ଏନସିରେ ନିର୍ବାଚନ। କାହା ସପକ୍ଷରେ ଯିବ ନୂଆ ଏନଏସି। ନୂଆ ସରକାର ଆସିବା ପରେ ଘୋଷଣା ହୋଇଥିବା ୨୮ଟି ନୂଆ ଏନଏସିରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏନଏସି ଗଠନ ବିଜ୍ଞପ୍ତି ପ୍ରକାଶ ପରେ ୬ ମାସରେ ନିର୍ବାଚନ ହେବା ନେଇ ନିୟମ ଥିବାରୁ ଜୁନ୍ ୩୦ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରହିଛି। 

ବଡ କଥା ହେଉଛି ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏ ଯାଏଁ ହୋଇନି ସୀମା ନିର୍ଦ୍ଧାରଣ । ତେଣୁ ୩ ମାସରେ ଭିତରେ ଏହାକୁ ସାରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି କମିଶନ। ମାର୍ଚ୍ଚ ସୁଦ୍ଧା ସୀମା ନିର୍ଦ୍ଧାରଣ କାମ ସରିଲେ ତାପରେ ସଂରକ୍ଷଣ ଏବଂ ଭୋଟର ତାଲିକା ପ୍ରସ୍ତୁତ ପାଇଁ ପ୍ରାୟ ୪୫ ଦିନ ସମୟ ଲାଗିବ। ଆଉ ପୂରା ଭୋଟ ପ୍ରକ୍ରିୟା ପାଇଁ ୩୫ ଦିନ ଲାଗିପାରେ। ନିର୍ବାଚନ କମିଶନଙ୍କ ଚିଠି ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ମୟୁରଭଞ୍ଜ ଜିଲ୍ଲାର ସର୍ବାଧିକ ୬ ଏନଏସି ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡା, କପ୍ତିପଦା, ଯଶିପୁର, ରାସଗୋବିନ୍ଦପୁର ହେବ ନିର୍ବାଚନ। ସେହିପରି କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର। ବାଲେଶ୍ୱର ଜିଲ୍ଲାର ସିମୁଳିଆ, ବସ୍ତା, ଭଦ୍ରକର ତିହିଡି ଏବଂ ଧୂଷୁରୀ, ଗଞ୍ଜାମର ଜଗନ୍ନାଥପ୍ରସାଦ, ପାତ୍ରପୁର, କଳାହାଣ୍ଡିର ନର୍ଲା ଏବଂ ଜୟପାଟଣା, ସମ୍ବଲପୁରର ବାମରା ଏବଂ ରେଙ୍ଗାଲି। ଅନୁଗୁଳର ପାଲଲହଡା, ବଲାଙ୍ଗୀରର ଲୋଇସିଂହା, ବରଗଡର ସୋହେଲା, ଢେଙ୍କାନାଳର ଗନ୍ଦିଆ, ଯାଜପୁରର ଚଣ୍ଡିଖୋଲ, ଖୋର୍ଦ୍ଧାର ଟାଙ୍ଗୀ, ରାୟଗଡାର ବିଷମକଟକ ଏବଂ ସୂବର୍ଣ୍ଣପୁରର ବୀରମହାରାଜପୁରରେ ହେବ ନିର୍ବାଚନ । 

ବଡ କଥା ହେଉଛି ଡିସେମ୍ବରରେ ଏସବୁ ଏନଏସି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି, କିନ୍ତୁ ଏବେ ଏହି ସବୁ ଏନଏସିର କାର୍ଯ୍ୟକାରୀ ଅଧିକାରୀ ଭାବେ ସ୍ଥାନୀୟ ବିଡିଓ ଦାୟିତ୍ୱରେ ଅଛନ୍ତି। ଯଦିଓ କାର୍ଯ୍ୟାଳୟ ଏବଂ ବିକାଶ ମୂଳକ କାମ ପାଇଁ ସରକାରୀ ଅର୍ଥ ଦିଆଯାଇଛି, ତେବେ ଯଥାଶୀଘ୍ର ନିର୍ବାଚନ ହୋଇ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରତିନିଧି ମାନେ ନିର୍ବାଚିତ ହେଲେ ବିକାଶ ମୂଳକ କାମ ଆଗ୍ରଗତି ହେବ ବୋଲି କହିଛନ୍ତି ଏନଏସି ବାସିନ୍ଦା।

Advertisment


ବଡ କଥା ହେଉଛି ମାର୍ଚ୍ଚ ସୁଦ୍ଧା ସୀମା ନିର୍ଦ୍ଧାରଣ ରାଜ୍ୟ ସରକାରଙ୍କ ପାଇଁ ଚାଲେଞ୍ଜ ହୋଇପାରେ। ତେବେ ଦେଖିବାର କଥା ହେଉଛି ହାତରେ ଆଉ ୬ ମାସ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମାନେ ନୂଆ ଏନଏସି ଦଖଲ ପାଇଁ କଣ ରଣନୀତି କରୁଛନ୍ତି। 

Election Municipal Election Odisha Municipal Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ