Snake Bite Photograph: (OTV)
ଘର ଚଟ୍ଟାଣରେ ଶୋଇବା ହେଲା କାଳ। ପରିବାର ଲୋକଙ୍କ ଛୋଟ ଅବେହେଳାରୁ ଚାଳିଗଲା ୨ ଜୀବନ। ସାପ କାମୁଡ଼ାରେ ଗଲା ମାଆ ଓ ଝିଅର ମୃତ୍ୟୁ ହୋଇଛି । ଘରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା।
ଏହା ପରେ ଘର ଲୋକେ ଚିକିତ୍ସା ବାଟରେ ନ ଯାଇ ଆପଣାଇଥିଲେ ଅନ୍ଧବିଶ୍ୱାସର ଅନ୍ଧ ଗଳି। ସେମାନଙ୍କୁ ମେଡ଼ିକାଲ ନ ନେଇ ଗୁଣିଆ ପାଖକୁ ନେଇଥିଲେ ଝଡ଼ା ଫୁଙ୍କା ପାଇଁ। ଚିକିତ୍ସା ବିଳମ୍ବ ହେବା ଯୋଗୁ ମା’-ଝିଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ବିଲ ଗାଁରେ ।
ସୂଚନା ଅନୁଯାୟୀ, ତୁରୁମୁଙ୍ଗା ଥାନା କାଶୀପୁର ଗାଁର ଫୁଲମଣୀ ନାଏକ ନିଜ ଝିଅ ଯାତ୍ରୀ ନାଏକଙ୍କ ଘରକୁ ଗତ ଶୁକ୍ରବାର ବୁଲିଯାଇଥିଲେ। ଶୁକ୍ରବାର ରାତିରେ ମାଆ ଓ ଝିଅ ଘର ଚଟ୍ଟାଣରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ି ଦେଇଥିଲା ।
ପ୍ରଥମେ ଯାତ୍ରୀ ନାଏକଙ୍କୁ ସାପ କାମୁଡିଥିବା ଜାଣି ତାଙ୍କୁ ପରିବାର ଲୋକେ ଏକ ଗୁଣିଆ ପାଖକୁ ନେଇଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନା ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମାଆ ଫୁଲମଣୀ ସେଠାରୁ ନିଜ ଘର କାଶୀପୁର ଫେରି ଆସିଥିବା ବେଳେ, କିଛି ସମୟ ପରେ ତାଙ୍କର ବି ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/snake-bite-2025-09-28-12-34-16.jpg)