Advertisment

ଏଣିକି ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା

ଏଣିକି ଏହି ସବୁ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

otv

Advertisment

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା। ବହୁ ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ବିଷମ ସ୍ଥିତିରେ, ଓଟିଭି ପକ୍ଷରୁ ଟୁଇନ୍ ସିଟିରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାକୁ ପୂର୍ବରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ଓଟିଭି କେୟାର୍ସ-ଆପଣ ଏକା ନୁହଁନ୍ତି।

Advertisment

ବିପଦ ହେଉକି ବିପର୍ଯ୍ୟୟ। ଦୁର୍ଦ୍ଦିନ ହେଉ କି ଦୁର୍ଯୋଗ। ଅସମୟରେ ଅସହାୟତାରେ, ସବୁ ବେଳେ ସବୁ ସ୍ଥିତିରେ, ଓଡ଼ିଶା ବାସୀଙ୍କ ପାଖରେ ଠିଆ ହୋଇଛି ଓଡ଼ିଶାର ଟିଭି- ଓଟିଭି। ଆଉ ଇଏ ବି ସେମିତି ଏକ ସମୟରେ, ସେମିତି ଏକ ପ୍ରୟାସ ମହାମାରୀ ବେଳେ ମୁହଁ ନଫେରାଇ, ଏକାନ୍ତବାସରେ ରହୁଥିବା ମଣିଷକୁ, ଆପଣ ଏକା ନୁହଁନ୍ତି ବୋଲି କହିବାର ପ୍ରୟାସ। ଓଟିଭି କେୟାର୍ସ ଆପଣ ଏକା ନୁହଁନ୍ତି ଅଭିଯାନରେ, ଘରେ ସଂଗରୋଧରେ ରହୁଥିବା ଅସହାୟ କୋଭିଡ୍ ଆକ୍ରାନ୍ତଙ୍କ ପୂର୍ବରୁ ଭୁବନେଶ୍ୱର ଓ କଟକରେ ସ୍ୱଚ୍ଛ, ସ୍ୱାଦିଷ୍ଟ ତଥା ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଛି। ହୋମ୍ କ୍ୱାରେଣ୍ଟାଇନ୍‌ରେ ଥାଇ ଖାଦ୍ୟ ଯୋଗାଡ଼ କରିବାକୁ କିମ୍ବା ରୋଷେଇ କରିବାକୁ ଅସମର୍ଥ ବ୍ୟକ୍ତି ବିଶେଷ ଅବା ଏକାଧିକ ସଦସ୍ୟଙ୍କ ପାଇଁ, ସ୍ୱେଚ୍ଛାସେବୀମାନେ ସେମାନଙ୍କ ଘରେ ଯାଇ ଦେୟମୁକ୍ତ ରନ୍ଧାଖାଦ୍ୟ ପହଞ୍ଚାଉଛନ୍ତି।

ଏଣିକି କୋଭିଡ୍ ରୋଗୀଙ୍କ ପାଇଁ ଓଟିଭିର ଆପଣ ଏକା ନୁହଁନ୍ତି ସେବାକୁ ସଂପ୍ରସାରିତ କରାଯାଇଛି । ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ରାଉରକେଲାରେ ଏହି ସେବାକୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତାକାଲିଠୁ ଏହି ୫ ସହରରେ ଆରମ୍ଭ ହେବ ଏହି ମାଗଣା ଖାଇବା ଯୋଗାଣ ସେବା। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଯିବ। ଏନେଇ ଓଟିଭି ସହ କିଛି ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଛନ୍ତ।

Advertisment

ବ୍ରହ୍ମପୁର ପାଇଁ ଓଟିଭି ଓ KZSVS ମିଳିତ ଭାବେ କାର୍ଯ୍ୟ କରିବେ। ଏଥିପାଇଁ ୯୭୭୮୮୪୭୪୭୪୯୦୯୦୫୨୨୫୨୫ ରେ ଯୋଗାଯୋଗ କରିପାରିବେ। ସେହିପରି ପୁରୀ ପାଇଁ ୯୦୪୦୭ ୪୧୫୪୧, ୯୭୭୭୮୦୧୮୪୪, ବାଲେଶ୍ୱର ପାଇଁ ୯୦୯୦୫ ୧୩୨୪୬, ୬୩୭୧୮୧୮୩୦୯, କେନ୍ଦ୍ରାପଡ଼ା ପାଇଁ ୯୫୮୩୩ ୭୧୮୫୫, ୯୭୭୬୩୮୫୯୯୮, ରାଉରକେଲା ପାଇଁ ୯୮୬୧୫ ୦୮୯୯୪, ୮୯୧୭୫ ୪୮୧୬୨ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ