Advertisment

Cyclone Montha: ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ‘ମୋନ୍ଥା’ର କୋପ: କେଉଁଠି ଧସିଲା ପାହାଡ଼, କେଉଁଠି ଭାଙ୍ଗିଲା ଘରଦ୍ବାର

ମୋନ୍ଥା ମନ୍ଥିଦେଲା। ଧସେଇ ଦେଲା ପାହାଡ଼। ଭାଙ୍ଗିଦେଇଛି ଘର। ସିଧା ଓଡ଼ିଶାକୁ ହିଟ୍ କରି ନଥିଲେ ବି ବାତ୍ୟା ମୋନ୍ଥା ପ୍ରଭାବରେ ପବନ ଠାରୁ ଅଧିକ ଦୁଃଖ ଦେଇଛି ବର୍ଷା। ସବୁଠି ବେଶି କ୍ଷତି କରିଛି ଚାଷୀକୂଳର।

CYCLONE-DAMAGE

CYCLONE-DAMAGE Photograph: (OTV)

Advertisment

ବାତ୍ୟା ମୋନ୍ଥାରେ ପବନଠାରୁ ଅଧିକ ବେହାଲ କରିଛି ବର୍ଷା। ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚାଷୀ ଓ ଚାଷ। ୫୬ଟି ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ହୋଇଛି। ସେଥିପାଇଁ କେଉଁଠି ଧାନ କିଆରିରେ ବର୍ଷା ପାଣି ଲହଡ଼ି ମାରୁଛି ତ ଆଉ କେଉଁଠି ଉଜୁଡ଼ି ଯାଇଛି ପରିବା ଚାଷ। ଆଉ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ସାଜିଛି ବଡ଼ ସମସ୍ୟା। ତେବେ ୭୨ ଘଣ୍ଟା ଭିତରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।...

Advertisment

ମୋନ୍ଥା ମନ୍ଥିଦେଲା ଧାନକ୍ଷେତ। ଧସେଇ ଦେଲା ପାହାଡ଼। ଭାଙ୍ଗିଦେଇଛି ଘର। ସିଧା ଓଡ଼ିଶାକୁ ହିଟ୍ କରି ନଥିଲେ ବି ଏ ହେଉଛି ବାତ୍ୟା ମୋନ୍ଥା ପ୍ରଭାବର କିଛି ଚିତ୍ର। ପବନ ଠାରୁ ଅଧିକ ଦୁଃଖ ଦେଇଛି ବର୍ଷା। ସବୁଠି ବେଶି କ୍ଷତି କରିଛି ଚାଷୀକୂଳର। ଛନ ଛନିଆ ଧାନ କିଆରିରେ ଲହଡ଼ି ମାରୁଛି ବର୍ଷା ପାଣି। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ବର୍ଷା ପାଣିରେ ମୁଣ୍ଡ ମାଡ଼ି ଶୋଇ ପଡ଼ିଥିବା ଧାନ ବୁଦାକୁ ଛିଡ଼ା କରିବାକୁ ଚେଷ୍ଟା କରୁଛି ଚାଷୀ। ଆସ୍କାରୁ ନେଇ ଭଦ୍ରକ ବାସୁଦେବପୁର, ପୁରୀ କୃଷ୍ଣପ୍ରସାଦ, ଜଳେଶ୍ୱର ସବୁଠି ସମାନ ସ୍ଥିତି। ଚାଷୀଙ୍କ ଆଶା ସରକାରୀ ସହାୟତାକୁ।

ତେବେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଳ ତାଡ଼କା ସାହି-ଆଙ୍କୁଲି ରାସ୍ତାର ତିତିରିସିଙ୍ଗୀ ନିକଟରେ ମାଟି ଅତଡା ଖସିଛି। ଫଳରେ ପାହାଡ ଉପରେ ଥିବା ଆଙ୍କୁଲି ବୁରାତଲା ପଂଚାୟତର କୋଡ଼ିଏରୁ ଊର୍ଦ୍ଧ୍ବ ଗ୍ରାମର ଯାତାୟତ ବନ୍ଦ ହୋଇଛି। ସେହିଭଳି ଗଜପତିର ରାୟଗଡ ବ୍ଲକ ଏସ.କରଡାସିଂ ପଞ୍ଚାୟତର ଏକାଧିକ ସ୍ଥାନରେ ଭୂସ୍ଖଳନ ହେବାରୁ ଅନେକ ଗାଁ ମୁଖ୍ୟରାସ୍ତା ଓ ପଞ୍ଚାୟତରୁ ବିଛିନ୍ନ ହୋଇଥିଲା। କିଛି ଅବରୋଧ ପ୍ରଶାସନ କ୍ଲିୟର କରିଥିଲେ ହେଁ ଯାତାୟତ ପୂରାପୂରି ସ୍ୱାଭାବିକ ହୋଇପାରିନାହିଁ।....

Advertisment

କୋରାପୁଟ ନାରାୟଣପାଟଣାରେ ବି ସମାନ ସ୍ଥିତି। ଧଙ୍ଗଡିଝୋଲା ନିକଟରେ ପଥର ଧସି ରାସ୍ତା ଅବରୋଧ ହୋଇଛି। ଖାଲି ସେତିକି ନୁହେଁ ବାତ୍ୟା ପ୍ରଭାବରେ ବଡ ବଡ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଥିବାରୁ ୨ଟି ପଂଚାୟତ ଯାତାୟାତରେ ବାଧାପ୍ରାପ୍ତ ହୋଇଛି। ଆଉ ଏ ଚିତ୍ର କୋରାପୁଟ ଦେଓମାଳିର। କୋରାପୁଟ ହିଲ ଟପ୍ କାର୍ଣ୍ଣିଭାଲ ପାଇଁ ହୋଇଥିବା ଆୟୋଜନକୁ ଚୁରମାର କରିଦେଇଛି ମୋନ୍ଥା। 
ଏପଟେ ବାତ୍ୟା ସମୀକ୍ଷା କରି ଆସନ୍ତକାଲିଠାରୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ମନ୍ତ୍ରୀ ସୂଚନା ଦେଇଛନ୍ତି, ୩୩ ବ୍ଲକ ଏବଂ ୧୧ଟି ସହରାଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୫୬ଟା ବ୍ଲକରେ ୫୦ ରୁ ୧୦୦ ମିଲିମିଟର ବର୍ଷା ହୋଇଛି | ୨ ହଜାର ୧୬୪ ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨ହଜାର ୧୮୯ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିଲା | ୩୬୨ ଟି ଜାଗାରେ ୧୮ ହଜାର ୭୬୨ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । 

୭୨ ଘଣ୍ଟା ଭିତରେ ଜିଲ୍ଲପାଳମାନଙ୍କ ଠାରୁ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ୨୪ ଘଣ୍ଟାରେ କ୍ଷତିପୂରଣ ଯୋଗାଇ ଦେବେ ସରକାର।... 

Advertisment

Cyclone cyclone montha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ