Advertisment

Mohammed Moquim’s New Regional Party: ମୋକିମଙ୍କ ନୂଆ ଆଞ୍ଚଳିକ ଦଳ: ମାର୍ଚ୍ଚରେ ଘୋଷଣା, ରାଜ୍ୟସଭାରେ ବଡ଼ ଖେଳ!

ମାର୍ଚ୍ଚରେ ରୂପରେଖ ନେବ ନୂଆ ଦଳ। ଏପ୍ରିଲରେ ରାଜ୍ୟସଭା ନିର୍ବାଚନରେ ଦେବ ଝଟକା। ରାଜ୍ୟ ରାଜନୀତିକୁ ହଲଚଲ କରିଦେବ ନୂଆ ସମୀକରଣ। ନେତାମାନଙ୍କୁ ଭେଟି ଆଗକୁ ବଢୁଛନ୍ତି ମହମ୍ମଦ ମୋକିମ।

Mohammed Moquims New Regional Party

ମୋକିମଙ୍କ ନୂଆ ଆଞ୍ଚଳିକ ଦଳ: ମାର୍ଚ୍ଚରେ ଘୋଷଣା Photograph: (OTV)

Advertisment

ମାର୍ଚ୍ଚରେ ରୂପରେଖ ନେବ ନୂଆ ଦଳ। ଏପ୍ରିଲରେ ରାଜ୍ୟସଭା ନିର୍ବାଚନରେ ଦେବ ଝଟକା। ରାଜ୍ୟ ରାଜନୀତିକୁ  ହଲଚଲ କରିଦେବ ନୂଆ ସମୀକରଣ। ନେତାମାନଙ୍କୁ ଭେଟି ଆଗକୁ ବଢୁଛନ୍ତି ମହମ୍ମଦ ମୋକିମ। ଶନିବାର ସେ କହିଥିଲେ, ମାର୍ଚ୍ଚ ସୁଦ୍ଧା ହେବ ନୂଆ ଦଳ। ରବିବାର ସେ ଆଉ ପାଦେ ଆଗକୁ ଯାଇ ନୂଆ ଆଞ୍ଚଳିକ ଦଳର ଏଜେଣ୍ଡାକୁ ସାମ୍ନାକୁ ଆଣିଛନ୍ତି। 

Advertisment

ମୋକିମ କହିଛନ୍ତି, ନୂଆ ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ କାମ କରିବ।  ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ ଦିଆଯିବ ପ୍ରାଧାନ୍ୟ। ଅବକାରୀ ରାଜସ୍ୱକୁ ଖଣି ବିଭାଗ ଭରଣା କରିପାରିବ। ନୂଆ ଆଞ୍ଚଳିକ ଦଳ ମାଗଣା ଯୋଜନାକୁ ସମର୍ଥନ କରିବ ନାହିଁ। ମାଗଣା ଯୋଜନା ବଦଳରେ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା ହେବ। ଫୋକସରେ ରହିବେ ଯୁବ ଛାତ୍ର।  ରାଜ୍ୟର ଉଦୀୟମାନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଦଳରେ ସାମିଲ କରାଯିବ। ରାଜ୍ୟରେ ଏବେ ରାଜନୈତିକ ଶୂନ୍ୟସ୍ଥାନ ରହିଛି। ଶାସନକୁ ଆସିବା ପରେ ବିଜେପି ସୁଶାସନ ଦେବାରେ ବିଫଳ ହୋଇଛି। ଲୋକେ ବିଜେଡି ଓ କଂଗ୍ରେସକୁ ପରୀକ୍ଷା କରିସାରିଛନ୍ତି, ତେଣୁ ରାଜନୈତିକ ବିକଳ୍ପ ଚାହୁଁଛନ୍ତି ଓଡିଶାବାସୀ। ମୋକିମ୍‌ଙ୍କ ଏଭଳି ମନ୍ତବ୍ୟକୁ ନେଇ ଏହାର କିଛି ପ୍ରଭାବ ପଡ଼ିବନି ବୋଲି ବିଜେଡି କହିଛି। 

କୁହାଯାଉଛି, ମାର୍ଚ୍ଚରେ ରୂପରେଖ ନେବାକୁ ଯାଉଥିବା ଏହି ଆଞ୍ଚଳିକ ଦଳ ରାଜ୍ୟସଭା ନିର୍ବାଚନରେ କିଛି ନୂଆ ସମୀକରଣ ସାମ୍ନାକୁ ଆଣିପାରେ। ଏପ୍ରିଲରେ ସରୁଛି ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ। ନିରଞ୍ଜନ ବିଶି, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରୁଛି। 

Advertisment


ନିର୍ବାଚନ ଅଙ୍କ କହୁଛି ଶାସକ ଦଳ ବିଜେପି ପାଖରେ ୨ଟି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ପାଖରେ ଗୋଟିଏ ସିଟ ଦଖଲ ପାଇଁ ସଂଖ୍ୟା ରହିଥିବା ବେଳେ ଶେଷ ଚତୁର୍ଥ ସିଟ ପାଇଁ କାହା ପାଖେ ବି ସଂଖ୍ୟା ନାହିଁ। ତେଣେ ନୂଆ ଦଳ ସହ ଅନେକ ଅସନ୍ତୁଷ୍ଟ ବିଜେଡି ଏବଂ କଂଗ୍ରେସ ବିଧାୟକ ମଧ୍ୟ ଯୋଗାଯୋଗରେ ଥିବା କୁହାଯାଉଛି।

ଅନ୍ୟପକ୍ଷରେ ନୂଆ ବର୍ଷରେ ଦେଖିବାକୁ ମିଳିଛି ନୂଆ କଥା। ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ସାମନ୍ତରାୟ, କଂଗ୍ରେସର ସୋଫିଆ ଫିରଦୋସ୍ ଭଳି ନେତା ଦଳୀୟ ଚିହ୍ନ ଏବଂ ନେତା ନ ଥିବା ପୋଷ୍ଟର ମାରିବା ଆରମ୍ଭ କରିଛନ୍ତି। ତେଣୁ ଚର୍ଚ୍ଚା ହେଉଛି ରାଜ୍ୟସଭା ନିର୍ବାଚନରେ ହ୍ୱିପ୍‌ ନ ଥିବାରୁ ଚତୁର୍ଥ ସିଟ ପାଇଁ ଏମିତି କିଛି ଅସନ୍ତୁଷ୍ଟ ବିଧାୟକଙ୍କ ସମର୍ଥନରେ କିଛି ନୂଆ ସମୀକରଣ ହୋଇପାରେ।

Advertisment

ତେବେ ନୂଆ ଦଳର ନେତୃତ୍ୱ ଭାବେ ଏବେ କେବଳ ମୋକିମ ସାମ୍ନାକୁ ଆସୁଥିବା ବେଳେ ଏହା ପଛରେ ଅନେକ ଅନେକ ବଡ଼ ବଡ଼ ନେତା ଥିବା କୁହାଯାଉଛି। 

Political Party Rajya Sabha Election Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ